ସାରା ଦେଶରେ ସ୍ୱାଭାବିକଠୁ ୬%ରୁ ଅଧିକ ବର୍ଷା

ନୂଆଦିଲ୍ଲୀ: ସାରା ଦେଶରେ ସ୍ୱାଭାବିକଠୁ ୬%ରୁ ଅଧିକ ବର୍ଷା ହୋଇଛି। ମୌସୁମୀ ୪ ମାସ। ଏହାର ପ୍ରଥମ ଦୁଇ ମାସରେ ହୋଇଥିବା ବର୍ଷାର ପରିମାଣକୁ ଆଧାର କରି ପାଣିପାଗ ବିଭାଗ ରବିବାର ଏହି ରିପୋର୍ଟ ପ୍ରଦାନ କରିଛି। ହେଲେ ଉତ୍ତର ପୂର୍ବରେ ସ୍ୱାଭାବିକଠୁ କମ୍ ବର୍ଷା ହୋଇଥିବା ଜଣାପଡ଼ିଛି। ଜୁନ୍ ୧ରେ କେରଳ ମୌସୁମୀ ଛୁଇଁଥିବା ବେଳେ ଓଡ଼ିଶାରେ ଠିକ୍ ୧୪ ଦିନ ପରେ ମୌସୁମୀ ଛୁଇଁଥିଲା। ସେଣ୍ଟ୍ରାଲ ଇଣ୍ଡିଆ ଡିଭିଜନରେ ୧୨% ଅଧିକ ବର୍ଷା ହୋଇଛି […]

rain-1

rain-1

Subhransu Sekhar
  • Published: Sunday, 19 July 2020
  • Updated: 19 July 2020, 08:57 PM IST

ନୂଆଦିଲ୍ଲୀ: ସାରା ଦେଶରେ ସ୍ୱାଭାବିକଠୁ ୬%ରୁ ଅଧିକ ବର୍ଷା ହୋଇଛି। ମୌସୁମୀ ୪ ମାସ। ଏହାର ପ୍ରଥମ ଦୁଇ ମାସରେ ହୋଇଥିବା ବର୍ଷାର ପରିମାଣକୁ ଆଧାର କରି ପାଣିପାଗ ବିଭାଗ ରବିବାର ଏହି ରିପୋର୍ଟ ପ୍ରଦାନ କରିଛି। ହେଲେ ଉତ୍ତର ପୂର୍ବରେ ସ୍ୱାଭାବିକଠୁ କମ୍ ବର୍ଷା ହୋଇଥିବା ଜଣାପଡ଼ିଛି। ଜୁନ୍ ୧ରେ କେରଳ ମୌସୁମୀ ଛୁଇଁଥିବା ବେଳେ ଓଡ଼ିଶାରେ ଠିକ୍ ୧୪ ଦିନ ପରେ ମୌସୁମୀ ଛୁଇଁଥିଲା।

ସେଣ୍ଟ୍ରାଲ ଇଣ୍ଡିଆ ଡିଭିଜନରେ ୧୨% ଅଧିକ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ କହିଛି। ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଏବଂ ଗୋଆରେ ଏହି ବର୍ଷା ହୋଇଛି। ମହାରାଷ୍ଟ୍ର ଏବଂ ଗୁଜରାଟରେ ସର୍ବାଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ରବିବାର ସୁଦ୍ଧା ରେକର୍ଡ କରି କହିଛି।

ଉତ୍ତର ପଶ୍ଚିମ ଡିଭିଜନରେ ଥିବା ଜମ୍ମୁ କଶ୍ମୀର, ଲଦାଖ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ହରିଆଣା, ପଞ୍ଜାବ, ଦିଲ୍ଲୀ ଏବଂ ରାଜସ୍ଥାନରେ ୧୯ ପ୍ରତିଶତ କମ୍ ବର୍ଷା ହୋଇଛି। ଲଦାଖରେ ସବୁଠୁ କମ୍ ବର୍ଷା ହୋଇଛି। ଏବେ ସୁଦ୍ଧା ବର୍ଷାର ପରିମାଣ କମ୍ ରହିଥିଲେ ମଧ୍ୟ ହାତରେ ଆହୁରି ଦୁଇ ମାସ ରହିଥିବାରୁ ବର୍ଷା ସ୍ୱାଭାବିକ ରହିବ ବୋଲି ପାଣିପାଗ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ସେହିପରି ଜୁଲାଇ ୧୮ରୁ ଜୁଲାଇ ୨୦ ଉତ୍ତର ପଶ୍ଚିମର ବିଭିନ୍ନ ରାଜ୍ୟରେ ବର୍ଷା ହେବ ବୋଲି ଜଣାପଡ଼ିଛି। ଦିଲ୍ଲୀରେ ବର୍ଷା ହେଉଥିବାରୁ ଆଗାମୀ ଦୁଇ ଦିନ ବର୍ଷା ସ୍ୱାଭାବିକ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ଅନ୍ୟପଟେ ଦକ୍ଷିଣରେ ସ୍ୱାଭାବିକଠୁ ୧୭% ଅଧିକ ବର୍ଷା ହୋଇଛି। ଯାହାକି ୪ଟି ଡିଭିଜନ ମଧ୍ୟରୁ ସର୍ବାଧିକ ବୋଲି ଜଣାପଡ଼ିଛି। ତାମିଲନାଡୁ, ପୁଡୁଚେରୀ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଏହି ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି। ଏହି ରାଜ୍ୟମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ବର୍ଷା ହୋଇଛି। ଏହାପରେ ତାମିଲନାଡୁ ଏବଂ ତେଲେଙ୍ଗାନାରେ ବର୍ଷା ହୋଇଥିବା ଜଣାପଡ଼ିଛି।

ସେହିପରି ପୂର୍ବ ଏବଂ ଉତ୍ତର ପୂର୍ବ ଡିଭିଜନରେ ସ୍ୱାଭାବିକଠାରୁ ୧୦% ବର୍ଷା ହେଉଥିବା ପାଣିପାଗ ବିଭାଗ କହିଛି। ପୂର୍ବ ଭାରତରେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ରାଜ୍ୟ ରହିଛି। ଆସାମ ଏବଂ ବିହାରରେ ଏବେ ବନ୍ୟା ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story