ନିଟ୍‌ ଓ ଜେଇଇ ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଗଲେ ୬ଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ କେନ୍ଦ୍ର ସରକାର ଜେଇଇ ଓ ନିଟ୍‌ ପରୀକ୍ଷା ଆୟୋଜନ କରିବାକୁ ଯାଉଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ପରୀକ୍ଷା ସ୍ଥଗିତ ରଖିବା ବଦଳରେ କେନ୍ଦ୍ର ସରକାର ଏହାକୁ ନେଇ ରାଜନୀତି କରା ନଯାଉ ବୋଲି କହୁଛନ୍ତି। ଏସବୁ ଭିତରେ ଆଜି ୬ଟି ଅଣ ବିଜେପି ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନେ ସୁପ୍ରିମକୋର୍ଟରେ ମିଳିତ ଭାବେ ପରୀକ୍ଷା ସ୍ଥଗିତ ରଖିବାକୁ ଆବେଦନ କରିଛନ୍ତି। ପଶ୍ଚିମବଙ୍ଗ, ପଞ୍ଜାବ, ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ ଓ ଝାରଖଣ୍ଡର କ୍ୟାବିନେଟ […]

fd

Hemant Lenka
  • Published: Friday, 28 August 2020
  • , Updated: 28 August 2020, 02:04 PM IST

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ କେନ୍ଦ୍ର ସରକାର ଜେଇଇ ଓ ନିଟ୍‌ ପରୀକ୍ଷା ଆୟୋଜନ କରିବାକୁ ଯାଉଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ପରୀକ୍ଷା ସ୍ଥଗିତ ରଖିବା ବଦଳରେ କେନ୍ଦ୍ର ସରକାର ଏହାକୁ ନେଇ ରାଜନୀତି କରା ନଯାଉ ବୋଲି କହୁଛନ୍ତି।

ଏସବୁ ଭିତରେ ଆଜି ୬ଟି ଅଣ ବିଜେପି ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନେ ସୁପ୍ରିମକୋର୍ଟରେ ମିଳିତ ଭାବେ ପରୀକ୍ଷା ସ୍ଥଗିତ ରଖିବାକୁ ଆବେଦନ କରିଛନ୍ତି। ପଶ୍ଚିମବଙ୍ଗ, ପଞ୍ଜାବ, ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ ଓ ଝାରଖଣ୍ଡର କ୍ୟାବିନେଟ ମନ୍ତ୍ରୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଅଗଷ୍ଟ ୧୭ରେ ସୁପ୍ରିମକୋର୍ଟ ନିଟ୍‌-ୟୁଜି ପରୀକ୍ଷା ବାତିଲ କରିବାକୁ ମନା କରିବା ସହ ଜୀବନ ଆଗକୁ ବଢ଼ିବା ଜରୁରୀ ବୋଲି କହିଥିଲେ। ଏବେ ଏହି ୬ ରାଜ୍ୟର ମନ୍ତ୍ରୀମାନେ ଉକ୍ତ ରାୟକୁ ପୁଣିଥରେ ତର୍ଜମା କରିବାକୁ ନିବେଦନ କରିଛନ୍ତି। ଆବେଦନକାରୀମାନେ କହିଛନ୍ତି, ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ପିଲାମାନଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା କାରଣରୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯିବା ଉଚିତ।

ଜେଇଇ ଓ ନିଟ୍‌ ପରୀକ୍ଷାରେ ଲକ୍ଷାଧିକ ଛାତ୍ରଛାତ୍ରୀମାନେ ଭାଗ ନେବେ। ଏଭଳି ସ୍ଥିତିରେ ଯିବା ଆସିବା ପାଇଁ ବହୁତ ସମସ୍ୟା ହେବ। କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ପିଲାମାନେ କେମିତି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ସୁରକ୍ଷିତ ଭାବେ ପରୀକ୍ଷା ଦେଇପାରିବେ? ଏଭଳି ସ୍ଥିତିରେ ପରୀକ୍ଷାକୁ ବାତିଲ କାରିବା ପାଇଁ ସେମାନେ ନିବେଦନ କରିଛନ୍ତି।

Related story