ଲକଡାଉନ: ୮ ନୁହେଁ ୧୨ ଘଣ୍ଟା କାମ କରିବେ କର୍ମଚାରୀ

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ସମଗ୍ର ଦେଶରେ ବିଭିନ୍ନ କମ୍ପାନୀ ଓ ଶିଳ୍ପ ସଂସ୍ଥା ବନ୍ଦ ରହିଛି। ଲକଡାଉନ କୋହଳ ହେବା ପରେ ଏଗୁଡ଼ିକ ଖୋଲିବ। ତେବେ ସାମାଜିକ ଦୂରତା ଓ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଏଗୁଡ଼ିକ କାର୍ଯ୍ୟକ୍ଷମ ହେବ। ଅଳ୍ପ ସଂଖ୍ୟକ କର୍ମଚାରୀ ଆସିବାରୁ ଥିବାରୁ ଟାର୍ଗେଟ ପୂରଣ ନେଇ କମ୍ପାନୀ ଓ ଶିଳ୍ପ ସଂସ୍ଥାଗୁଡ଼ିକ ଚିନ୍ତାରେ ରହିଛନ୍ତି। ଏସବୁ ଭିତରେ ଦେଶର ୬ଟି ରାଜ୍ୟରେ କର୍ମଚାରୀଙ୍କ କାମ କରିବା ସୟମକୁ ୮ ଘଣ୍ଟାରୁ […]

u

Hemant Lenka
  • Published: Friday, 01 May 2020
  • , Updated: 01 May 2020, 06:21 PM IST

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ସମଗ୍ର ଦେଶରେ ବିଭିନ୍ନ କମ୍ପାନୀ ଓ ଶିଳ୍ପ ସଂସ୍ଥା ବନ୍ଦ ରହିଛି। ଲକଡାଉନ କୋହଳ ହେବା ପରେ ଏଗୁଡ଼ିକ ଖୋଲିବ। ତେବେ ସାମାଜିକ ଦୂରତା ଓ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଏଗୁଡ଼ିକ କାର୍ଯ୍ୟକ୍ଷମ ହେବ।

ଅଳ୍ପ ସଂଖ୍ୟକ କର୍ମଚାରୀ ଆସିବାରୁ ଥିବାରୁ ଟାର୍ଗେଟ ପୂରଣ ନେଇ କମ୍ପାନୀ ଓ ଶିଳ୍ପ ସଂସ୍ଥାଗୁଡ଼ିକ ଚିନ୍ତାରେ ରହିଛନ୍ତି। ଏସବୁ ଭିତରେ ଦେଶର ୬ଟି ରାଜ୍ୟରେ କର୍ମଚାରୀଙ୍କ କାମ କରିବା ସୟମକୁ ୮ ଘଣ୍ଟାରୁ ବୃଦ୍ଧି କରି ୧୨ ଘଣ୍ଟା କରିଦେଇଛନ୍ତି। ଏହାଦ୍ୱାରା କର୍ମଚାରୀମାନେ ଅଧିକ କାମ କରିବେ ଓ ସାମାଜିକ ଦୂରତା ମଧ୍ୟ କାଏମ ରହିବ। ତେବେ ଏହି ଅଧିକ ୪ ଘଣ୍ଟା ପାଇଁ କର୍ମଚାରୀଙ୍କୁ ଅତିରିକ୍ତ ପାରିଶ୍ରମିକ ମିଳିବ କି ନାହିଁ, ତାହା କୌଣସି ରାଜ୍ୟ କହିନାହାନ୍ତି।

ପ୍ରଥମେ ରାଜସ୍ଥାନ ସରକାର କାର୍ଯ୍ୟ ଘଣ୍ଟାକୁ ବଢ଼ାଇବା ପାଇଁ ଏପ୍ରିଲ ୧୧ରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆଗାମୀ ୩ ମାସ ପାଇଁ ଶ୍ରମିକମାନେ ଅଧିକ ୪ ଘଣ୍ଟା ପରିଶ୍ରମ କରିବେ ବୋଲି ଏଥିରେ କୁହାଯାଇଥିଲା। କମ୍ପାନୀଗୁଡ଼ିକ ସପ୍ତାହର ୬ ଦିନ ମଧ୍ୟରେ ୩୩% ଲୋକଙ୍କୁ ନେଇ ବିଭିନ୍ନ କାମ କରିପାରିବେ।

ଏହାଦ୍ୱାରା ବିଭିନ୍ନ କାମ ଠିକ ଭାବେ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି। ରାଜସ୍ଥାନ ପରେ ଗୁଜରାଟ, ହରିଆଣା, ମଧ୍ୟପ୍ରଦେଶ, ପଞ୍ଜାବ ଓ ହିମାଚଳ ପ୍ରଦେଶ ମଧ୍ୟ ସମାନ ନୀତି ଆପଣାଇଛନ୍ତି।

ଗୁଜରାଟ ସରକାର ୧୨ ଘଣ୍ଟିଆ ନିୟମ ପ୍ରଣୟନ କରିଥିଲେ ହେଁ ୬ ଘଣ୍ଟାରେ କର୍ମଚାରୀଙ୍କୁ ବ୍ରେକ ଦେବାକୁ କହିଛନ୍ତି।

Related story