ଓମାନ୍‌ରେ ୬ ଶ୍ରମିକ ମୃତ, ଭାରତୀୟ ହୋଇଥିବା ନେଇ ଆଶଙ୍କା

ଦୁବାଇ: ଭାରତୀୟ ବୋଲି ବିଶ୍ୱାସ କରାଯାଉଥିବା ୬ ଜଣ ନିର୍ମାଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏକ ପାଣି ପାଇପ୍‌ ପ୍ରକଳ୍ପ ସ୍ଥାନରେ ପ୍ରବଳ ବର୍ଷା କାରଣରୁ ଏମାନେ ପୋତି ହୋଇଯାଇ ମୃତ୍ୟୁ ବରଣ କରିଛନ୍ତି। ମସ୍କାଟ୍‌ର ସୀବ୍‌ ଅଞ୍ଚଳରେ ଏହି ଘଟଣା ଘଟିଛି। ରବିବାର ଏଠାରେ ପ୍ରବଲ ବର୍ଷା ହୋଇଥିଲା। ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, “ଭାରତୀୟ ବୋଲି ବିଶ୍ୱାସ କରାଯାଉଥିବା ୬ ଜଣ ଶ୍ରମିକଙ୍କର ମୃତ୍ୟୁ ବାବଦରେ ଜାଣି ଆମେ ଗଭୀର ଦୁଃଖିତ। ନଭେମ୍ବର ୧୦ରେ […]

police

Subrat Kumar Nayak
  • Published: Tuesday, 12 November 2019
  • , Updated: 12 November 2019, 06:30 PM IST

ଦୁବାଇ: ଭାରତୀୟ ବୋଲି ବିଶ୍ୱାସ କରାଯାଉଥିବା ୬ ଜଣ ନିର୍ମାଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏକ ପାଣି ପାଇପ୍‌ ପ୍ରକଳ୍ପ ସ୍ଥାନରେ ପ୍ରବଳ ବର୍ଷା କାରଣରୁ ଏମାନେ ପୋତି ହୋଇଯାଇ ମୃତ୍ୟୁ ବରଣ କରିଛନ୍ତି।

ମସ୍କାଟ୍‌ର ସୀବ୍‌ ଅଞ୍ଚଳରେ ଏହି ଘଟଣା ଘଟିଛି। ରବିବାର ଏଠାରେ ପ୍ରବଲ ବର୍ଷା ହୋଇଥିଲା।

ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, “ଭାରତୀୟ ବୋଲି ବିଶ୍ୱାସ କରାଯାଉଥିବା ୬ ଜଣ ଶ୍ରମିକଙ୍କର ମୃତ୍ୟୁ ବାବଦରେ ଜାଣି ଆମେ ଗଭୀର ଦୁଃଖିତ। ନଭେମ୍ବର ୧୦ରେ ପ୍ରବଳ ବର୍ଷା ପରେ ଏଭଳି ହୋଇଛି।”

ଦୂତାବାସ ପକ୍ଷରୁ କୁହାଯାଇଛି, ସେମାନେ ଓମାନ୍‌ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି। ପୂରା ଘଟଣା ବାବଦରେ ଜାଣିବା ପାଇଁ ପ୍ରୟାସ କରାଯିବା ସହ ସେମାନଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରାଯାଉଛି। ମୃତକଙ୍କ ପରିବାର ପ୍ରତି ଦୂତାବାସ ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଛି।

Related story