4
ନୂଆଦିଲ୍ଲୀ(ଓଡ଼ିଶାରିପୋର୍ଟର): ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ ରୋଜଗାର କ୍ଷମ କରିବା ପାଇଁ ଆରମ୍ଭ ହୋଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ଖର୍ଚ୍ଚ ହେବ ୬୦ ହଜାର କୋଟି ଟଙ୍କା। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ମଧ୍ୟବର୍ତ୍ତିକାଳୀନ ବଜେଟ୍ ଉପସ୍ଥାପନ କରି ଏହି ଘୋଷଣା କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଯୋଜନା ଅନ୍ତର୍ଗତ ୫୫,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା।
୨୦୦୫ ରେ ଆରମ୍ଭ ହୋଇଥିବା ଏହି ଜନମଙ୍ଗଳ ଯୋଜନାରେ ୨୦୧୬-୧୭ ପାଇଁ ୩୮,୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ୨୦୧୭-୧୮ରେ ୬୮,୧୦୭.୮୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଯାହାକି ୨୦୧୯-୨୦ ଠାରୁ ଅଧିକ। ସୂଚନାଯୋଗ୍ୟ, ଏଥିରେ ଯେଉଁମାନେ ସାମିଲ୍ ହେବେ ସେମାନଙ୍କୁ ଜବ୍ କାର୍ଡ୍ ମାଧ୍ୟମରେ ଆବେଦନର ୧୫ ଦିନ ମଧ୍ୟରେ ରୋଜଗାର ପ୍ରଦାନ କରାଯିବ। ଯଦି ସରକାର କାମ ଦେବାରେ ବିଫଳ ହେବେ ତା’ହାଲେ ସେମାନଙ୍କୁ ବେରୋଜଗାର ଭତ୍ତା ପ୍ରଦାନ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/02/4.jpg)