ପଞ୍ଜାବରେ ୪ର୍ଥ ମୁଣ୍ଡ ନେଲା କରୋନା

ଅମୃତସର: ପୁଣିଥରେ ମହାମାରୀ କରୋନା ଭାଇରସ ଭାରତରେ ମୁଣ୍ଡ ନେଇଛି। ଆଜି ପଞ୍ଜାବରେ ଜଣେ ୬୫ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଫଳରେ ପଞ୍ଜାବରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚି ଯାଇଛି। ବ୍ୟକ୍ତି ଜଣଙ୍କ ପଞ୍ଜାବର ମୋହାଲି ଅନ୍ତର୍ଗତ ନୟାଗାଓଁରେ ରହୁଥିଲେ। ୬ ଦିନ ପୂର୍ବରୁ ଛାତି ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପିଜିଆଇଏମଆର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସୋମବାର ସେ କରୋନାରେ ଆକ୍ରାନ୍ତ […]

qds

Hemant Lenka
  • Published: Tuesday, 31 March 2020
  • , Updated: 31 March 2020, 04:20 PM IST

ଅମୃତସର: ପୁଣିଥରେ ମହାମାରୀ କରୋନା ଭାଇରସ ଭାରତରେ ମୁଣ୍ଡ ନେଇଛି। ଆଜି ପଞ୍ଜାବରେ ଜଣେ ୬୫ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଫଳରେ ପଞ୍ଜାବରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚି ଯାଇଛି।

ବ୍ୟକ୍ତି ଜଣଙ୍କ ପଞ୍ଜାବର ମୋହାଲି ଅନ୍ତର୍ଗତ ନୟାଗାଓଁରେ ରହୁଥିଲେ। ୬ ଦିନ ପୂର୍ବରୁ ଛାତି ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପିଜିଆଇଏମଆର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସୋମବାର ସେ କରୋନାରେ ଆକ୍ରାନ୍ତ ହୋଇଥିବା ପରୀକ୍ଷରୁ ଜଣାପଡ଼ିଥିଲା।

ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ମଧ୍ୟାହ୍ଣ ୧ଟାରେ ତାଙ୍କର ମୃତ୍ୟୁ ଘଟିଛି।

Related story