ହୃଦଘାତରେ ଚାଲିଗଲା କରୋନା ରୋଗୀଙ୍କ ଜୀବନ

ଶ୍ରୀନଗର: ଭାରତରେ ପୁଣିଥରେ କରୋନା ଭାଇରସ ଜଣଙ୍କ ମୁଣ୍ଡ ନେଇଛି। ଆଜି ସକାଳେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜମ୍ମୁ-କଶ୍ମୀରରେ ଜଣେ ୬୫ ବର୍ଷୀୟ ବ୍ୟକ୍ତି ହୃଦଘାତରେ ପ୍ରାଣ ହରାଇଛନ୍ତି। ସେ ଶ୍ରୀନଗରରେ ଥିବା ଚେଷ୍ଟ ସିଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କଶ୍ମୀରରେ କରୋନାରେ କାହାର ମୃତ୍ୟୁ ଘଟିବା ଏହା ପ୍ରଥମ ଘଟଣା। କଶ୍ମୀର ଗ୍ଲୋରୀ ନାମକ ଆଞ୍ଚଳିକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ମୁଧମେହ ଠାରୁ […]

b

Hemant Lenka
  • Published: Thursday, 26 March 2020
  • , Updated: 26 March 2020, 10:07 AM IST

ଶ୍ରୀନଗର: ଭାରତରେ ପୁଣିଥରେ କରୋନା ଭାଇରସ ଜଣଙ୍କ ମୁଣ୍ଡ ନେଇଛି। ଆଜି ସକାଳେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜମ୍ମୁ-କଶ୍ମୀରରେ ଜଣେ ୬୫ ବର୍ଷୀୟ ବ୍ୟକ୍ତି ହୃଦଘାତରେ ପ୍ରାଣ ହରାଇଛନ୍ତି। ସେ ଶ୍ରୀନଗରରେ ଥିବା ଚେଷ୍ଟ ସିଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

କଶ୍ମୀରରେ କରୋନାରେ କାହାର ମୃତ୍ୟୁ ଘଟିବା ଏହା ପ୍ରଥମ ଘଟଣା। କଶ୍ମୀର ଗ୍ଲୋରୀ ନାମକ ଆଞ୍ଚଳିକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ମୁଧମେହ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ।

ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ ଖବର କାଗଜକୁ କହିଛନ୍ତି ଯେ “ଆମମାନଙ୍କର ସମସ୍ତ ଉଦ୍ୟମ ସତ୍ତ୍ୱେ କୋଭିଡ୍‌-୧୯ ଭୂତାଣରୁରେ ସଂକ୍ରମିତ ବ୍ୟକ୍ତିଙ୍କୁ ଆମେ ବଞ୍ଚାଇ ପାରିଲୁ ନାହିଁ। ଆଜି ଭୋରରରୁ ସେ ସିଡି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ପ୍ରାଣ ହରାଇଛନ୍ତି। କଶ୍ମୀର ଉପତ୍ୟକାରେ କରୋନା କାହାର ଜୀବନ ନେବା ପ୍ରଥମ ଘଟଣା।”

ବ୍ୟକ୍ତି ଜଣଙ୍କ ଘର ଶ୍ରୀନଗରେ। ସେ ନିକଟରେ ନୂଆଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଜମ୍ମୁ ଗସ୍ତ କରିଥିଲେ। ଏହି ସମୟରେ ତାବଲିଘି ଜାମାତ କାର୍ଯ୍ୟକ୍ରମରେ ଯୋଗଦେଇଥିଲା। ଏହି କାର୍ଯ୍ୟକ୍ରମରେ ମ୍ୟାଲେସିୟା ଓ ଇଣ୍ଡୋନେସିଆର ପ୍ରତିନିଧି ମଧ୍ୟ ଯୋଗଦେଇଥିଲେ। ସେହିଠାରେ ସେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ମୋଟ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Related story