ଭାନୁଆତୁରେ ୭.୨ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା

ସିଡ୍‌ନୀ: ଦକ୍ଷିଣ ପ୍ରଶାନ୍ତ ମହାସାଗରର  ଭାନୁଆତୁ ଦୀପପୁଞ୍ଜର ଉପକୂଳରେ ରବିବାର ୭.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଏହି ଦୀପପୁଞ୍ଜରେ ସୁନାମୀ ଅଶାଙ୍କା ଦେଖା ଦେଇଛି। ଭାନୁଆତୁ ସଣ୍ଟୋର ଉତ୍ତର-ଉତ୍ତରପଶ୍ଚିମରେ ୧୫୧ କିଲୋମିଟର ଦୂରରେ ସୃଷ୍ଟ ଏହି ଭୂମିକମ୍ପରେ ବ୍ୟାପକ କ୍ଷତି ଘଟିଛି। ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିବାରୁ ଏହା ତଳେ ବହୁ ଲୋକ ପୋତି ହୋଇ ରହିଥିବା ଜଣାପଡ଼ିଛି। ସୁନାମୀକୁ ଦୃଷ୍ଟିରେ ରଖି ଉପକୂଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। […]

generic-earthquake

Rakesh Mallick
  • Published: Sunday, 03 April 2016
  • , Updated: 04 May 2017, 03:44 PM IST

ସିଡ୍‌ନୀ: ଦକ୍ଷିଣ ପ୍ରଶାନ୍ତ ମହାସାଗରର  ଭାନୁଆତୁ ଦୀପପୁଞ୍ଜର ଉପକୂଳରେ ରବିବାର ୭.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଏହି ଦୀପପୁଞ୍ଜରେ ସୁନାମୀ ଅଶାଙ୍କା ଦେଖା ଦେଇଛି।

ଭାନୁଆତୁ ସଣ୍ଟୋର ଉତ୍ତର-ଉତ୍ତରପଶ୍ଚିମରେ ୧୫୧ କିଲୋମିଟର ଦୂରରେ ସୃଷ୍ଟ ଏହି ଭୂମିକମ୍ପରେ ବ୍ୟାପକ କ୍ଷତି ଘଟିଛି। ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିବାରୁ ଏହା ତଳେ ବହୁ ଲୋକ ପୋତି ହୋଇ ରହିଥିବା ଜଣାପଡ଼ିଛି।

ସୁନାମୀକୁ ଦୃଷ୍ଟିରେ ରଖି ଉପକୂଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସର୍ତ୍ତକତା ପୂର୍ବକ ଉପକୂଳ ଅଞ୍ଚଳରେ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି।

Related story