ଭୂସ୍ଖଳନରେ ଗଲା ୭ ଜୀବନ

ନୂଆଦିଲ୍ଲୀ: ଭୂସ୍ଖଳନ ହେତୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅରୁଣାଚଳ ପ୍ରଦେଶରେ ଏହି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ଏବେ ବି ଜଣେ ବ୍ୟକ୍ତି ନିଖୋଜ ରହିଛନ୍ତି। ଗତ ପାଞ୍ଚ ଦିନ ଧରି ରାଜ୍ୟରେ ଲଗାତାର ଭୂସ୍ଖଳନ ହୋଇଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। Saddened by the loss of lives due to heavy rains as well as landslides in Arunachal Pradesh. My thoughts are with the bereaved […]

arunachal-landslide

Subhransu Sekhar
  • Published: Friday, 10 July 2020
  • , Updated: 10 July 2020, 10:24 PM IST

ନୂଆଦିଲ୍ଲୀ: ଭୂସ୍ଖଳନ ହେତୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅରୁଣାଚଳ ପ୍ରଦେଶରେ ଏହି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ଏବେ ବି ଜଣେ ବ୍ୟକ୍ତି ନିଖୋଜ ରହିଛନ୍ତି। ଗତ ପାଞ୍ଚ ଦିନ ଧରି ରାଜ୍ୟରେ ଲଗାତାର ଭୂସ୍ଖଳନ ହୋଇଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।

https://twitter.com/narendramodi/status/1281620540650688513

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ପ୍ରବଳ ବର୍ଷା କାରଣରୁ ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ ହୋଇଛି। ଏହି ଘଟଣାରେ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି। ଏଥିସହିତ ଆହତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ସମସ୍ତ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ବୋଲି ମୋଦି କହିଛନ୍ତି।

ଏହି ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ୮ ମାସର ଜଣେ ଶିଶୁ ରହିଛନ୍ତି। ପପୁମ ପାରେ ଜିଲ୍ଲାର ତିଗଦୋ ଗାଁରେ ମୃତକଙ୍କ ଘର ପାଖରେ ଭୂସ୍ଖଳନ ହୋଇଥିଲା।

https://twitter.com/KirenRijiju/status/1281600376882380802?ref_src=twsrc%5Etfw

Related story