ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଜଣେ ଶିଶୁଙ୍କ ସମେତ ୭ ମୃତ

ନୂଆଦିଲ୍ଲୀ: ଦିଲ୍ଲୀ ମୋତି ନଗରଠାରେ ଥିବା ଏକ ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ସିଲିଣ୍ଡର ଫାଟି ବିସ୍ଫୋରଣ ଜନିତ ଅଗ୍ନିକାଣ୍ଡ କାରଣରୁ ଜଣେ ୫ ବର୍ଷର ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଅଘଟଣରେ ଫସିଯାଇଥିବା ୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି। ସିଲିଂ ଫ୍ୟାନ୍‌ ପେଣ୍ଟିଂ ଉଦ୍ଦିଷ୍ଟ ଏହି ଫ୍ୟାକ୍ଟ୍ରି ଏକ ଦୁଇ ମହଲା କୋଠାରେ ଥିଲା। ଦମକଳ ବିଭାଗକୁ ଗତରାତି ୯ଟା ସମୟରେ ସୂଚନା ଦିଆଯିବାପରେ ୮ଟି ଦମକଳ ଗାଡ଼ି ଏବଂ […]

firte

Subrat Kumar Nayak
  • Published: Friday, 04 January 2019
  • , Updated: 04 January 2019, 09:15 AM IST

ନୂଆଦିଲ୍ଲୀ: ଦିଲ୍ଲୀ ମୋତି ନଗରଠାରେ ଥିବା ଏକ ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ସିଲିଣ୍ଡର ଫାଟି ବିସ୍ଫୋରଣ ଜନିତ ଅଗ୍ନିକାଣ୍ଡ କାରଣରୁ ଜଣେ ୫ ବର୍ଷର ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଅଘଟଣରେ ଫସିଯାଇଥିବା ୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି।

ସିଲିଂ ଫ୍ୟାନ୍‌ ପେଣ୍ଟିଂ ଉଦ୍ଦିଷ୍ଟ ଏହି ଫ୍ୟାକ୍ଟ୍ରି ଏକ ଦୁଇ ମହଲା କୋଠାରେ ଥିଲା। ଦମକଳ ବିଭାଗକୁ ଗତରାତି ୯ଟା ସମୟରେ ସୂଚନା ଦିଆଯିବାପରେ ୮ଟି ଦମକଳ ଗାଡ଼ି ଏବଂ ଗୋଟିଏ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଫ୍ୟକ୍ଟ୍ରିର ମାଲିକ ମଧ୍ୟ ଏଥିରେ ଆହତ ହୋଇଥିବା ଜଣାଯାଇଛି।

ମୋଟ ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କୁ ଆଚାର୍ଯ୍ୟ ଭିକ୍ଷୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ପରେ ପରେ ମୃତକଙ୍କ ବାବଦରେ ଜଣାପଡ଼ିଥିଲା।

ଫ୍ୟକ୍ଟ୍ରି ମାଲିକଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ ଆଧାରରେ ବିଭିନ୍ନ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି। ପୁଲିସ୍‌ ବ୍ୟତୀତ ଦିଲ୍ଲୀ ଦମକଳ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

Related story