୨୫୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ: ୨୮ ବର୍ଷ ପରେ ଜଗନ୍ନାଥଙ୍କୁ ମିଳିଲା ନ୍ୟାୟ

ନୂଆଦିଲ୍ଲୀ: ମାତ୍ର ୨୫୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଫସିଥିବା ସ୍ଥାନୀୟ ମାଲଭୀୟ ନଗର ନିବାସୀ ତଥା ପୂର୍ବତନ ମ୍ୟୁନିସିପାଲ କର୍ପୋରେସନର କର୍ମଚାରୀ ଜଗନ୍ନାଥଙ୍କୁ ଦୀର୍ଘ ୨୮ ବର୍ଷ ପରେ ନ୍ୟାୟ ମିଳିଛି। ବର୍ତ୍ତମାନ ୭୯ ବର୍ଷ ବୟସରେ ପାଦ ଦେଇଥିବା ଜଗନ୍ନାଥଙ୍କୁ ଦିଲ୍ଲୀ ହାଇକୋର୍ଟରୁ କ୍ଲିନ୍‌ଚିଟ୍‌ ମିଳିଛି। ଶୁଣାଣି ବେଳେ ଜଗନ୍ନାଥ ହ୍ୱିଲ ଚେୟାରରେ ବସି କୋର୍ଟରେ ଉପସ୍ଥିତ ଥିଲେ। ରାୟ ଆସିବା ପରେ ସେ ପୌର ସଂସ୍ଥାରୁ ତାଙ୍କ ଗ୍ରାଚ୍ୟୁଇଟି ବାବଦ ଅର୍ଥ ଖୁବଶୀଘ୍ର […]

w

Hemant Lenka
  • Published: Thursday, 06 June 2019
  • , Updated: 06 June 2019, 05:12 PM IST

ନୂଆଦିଲ୍ଲୀ: ମାତ୍ର ୨୫୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଫସିଥିବା ସ୍ଥାନୀୟ ମାଲଭୀୟ ନଗର ନିବାସୀ ତଥା ପୂର୍ବତନ ମ୍ୟୁନିସିପାଲ କର୍ପୋରେସନର କର୍ମଚାରୀ ଜଗନ୍ନାଥଙ୍କୁ ଦୀର୍ଘ ୨୮ ବର୍ଷ ପରେ ନ୍ୟାୟ ମିଳିଛି। ବର୍ତ୍ତମାନ ୭୯ ବର୍ଷ ବୟସରେ ପାଦ ଦେଇଥିବା ଜଗନ୍ନାଥଙ୍କୁ ଦିଲ୍ଲୀ ହାଇକୋର୍ଟରୁ କ୍ଲିନ୍‌ଚିଟ୍‌ ମିଳିଛି। ଶୁଣାଣି ବେଳେ ଜଗନ୍ନାଥ ହ୍ୱିଲ ଚେୟାରରେ ବସି କୋର୍ଟରେ ଉପସ୍ଥିତ ଥିଲେ। ରାୟ ଆସିବା ପରେ ସେ ପୌର ସଂସ୍ଥାରୁ ତାଙ୍କ ଗ୍ରାଚ୍ୟୁଇଟି ବାବଦ ଅର୍ଥ ଖୁବଶୀଘ୍ର ପାଇବେ ବୋଲି ଆଶା ରଖିଛନ୍ତି।

୨୮ ବର୍ଷ ତଳେ ଅର୍ଥାତ ୧୯୯୧ରେ ଏକ ଇମପାଉଣ୍ଡେଣ୍ଡ ଗାଈ ପାଇଁ ଜଗନ୍ନାଥ ଜୀତ ରାମ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୨୫୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇର ଆଣ୍ଟି କରପସନ ବ୍ରାଞ୍ଚ ହାତରେ ଧରା ପଡ଼ିଥିଲେ। ତାଙ୍କୁ ୨୦୦୨ ମସିହାରେ ଦିଲ୍ଲୀର ଏକ ତଳ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ସେତେବେଳେ ଜଗନ୍ନାଥ ମୁନସୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ପକେଟ୍‌ରୁ ଏହି ୨୫୦ ଟଙ୍କା ଲାଞ୍ଚ ସିବିଆଇର ଦୁର୍ନୀତି ନିର୍ବାରଣକାରୀ ସଂସ୍ଥା ପାଇଥିବା ଦାବି କରିଥିଲା। ଏହି ଘଟଣା ପରେ ୩ ବର୍ଷ ପାଇଁ ଜଗନ୍ନାଥଙ୍କୁ ନିଲମ୍ବନ କରାଯାଇଥିଲା।

୨୦୦୨ ମସିହାରେ ତଳ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଏହା ବିରୋଧରେ ଜଗନ୍ନାଥ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ରାୟର ୧୭ ବର୍ଷ ପରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଆରକେ ଗୌବା ବେନେଫିଟ୍‌ ଅଫ୍‌ ଡାଉଟ୍‌ ଯୋଗୁ ଜଗନ୍ନାଥଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

୨୦୦୨ ମସିହାରେ ମ୍ୟୁନସିପାଲଟିରୁ ଜଗନ୍ନାଥ ଅବସର ନେଇଥିଲେ। ଏଯାଏ ତାଙ୍କୁ ଗ୍ରାଚ୍ୟୁଇଟି ବାବଦ ଅର୍ଥ ମିଳିନାହିଁ। ତେଣୁ ସେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଗ୍ରାଚ୍ୟୁଇଟି ବାବଦ ଅର୍ଥ ପ୍ରଦାନ କରିବାକୁ ନିବେଦନ କରିଛନ୍ତି। ୭୯ ବର୍ଷୀୟ ଜଗନ୍ନାଥ ୧୦ ବର୍ଷ ହେଲାଣି ବିଭିନ୍ନ ରକ୍ତସଂକ୍ରମଣ ଜନିତ ରୋଗରେ ପୀଡ଼ିତ ଅଛନ୍ତି।

Related story