ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଆଜି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଆଇପିଏସ ଅଧିକାରୀ। ବଡ୍ଡି ଝିଲ ନଦୀରେ ଆଇପିଏସ ମିଟ୍ ଓ୍ୱାଟର ସ୍ପୋର୍ଟସ ଇଭେଣ୍ଟ ବେଳେ ଏକ ନୌକା ଓଲଟି ପଡ଼ିଥିଲା। ଏହି ନୌକାରେ ଆଇପିଏସ ଅଫିସରଙ୍କ ସହିତ ତାଙ୍କ ପରିବାର ଲୋକ ଥିଲେ। ମୋଟ୍ ୮ ଜଣ ନୌକାରେ ଥିଲେ। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଥିବାରୁ କୌଣସି ଅଘଟଣ ଘଟିନଥିଲା।
ଓଲଟି ପଡ଼ିଥିବା ନୌକାରେ ମଧ୍ୟପ୍ରଦେଶ ଡିଜିପି ବିଜୟ କୁମାର ସିଂହ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏଡିଜି ବିଜୟ କଟାରିଆ କହିଛନ୍ତି, ନୌକାରେ ବସିଥିବା ସମସ୍ତ ବ୍ୟକ୍ତି ଲାଇଫ୍ ଜାକେଟ ପିନ୍ଧିଥିଲେ। ଏଥିପାଇଁ କୌଣସି ଅଘଟଣ ଘଟିନଥିଲା। ପ୍ରତିବର୍ଷ ଆଇଏଏସ ଓ ଆଇପିଏସ ମିଟ୍ ହୁଏ। ତେଣୁ ଚଳିତଥର ମଧ୍ୟ ଏହି କାର୍ଯ୍ୟକ୍ରମ ହୋଇଥିଲା।
https://twitter.com/ANI/status/1230411798257360897
ଆଇପିଏସ ଅଧିକାରୀଙ୍କ ସହିତ ତାଙ୍କ ସ୍ତ୍ରୀମାନେ ମଧ୍ୟ ଥିଲେ। ନୌକାଟି ଓଲଟି ପଡ଼ିବା ପରେ ରେସକ୍ୟୁ ଅପରେସନ କରାଯାଇ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ନୌକାରେ ବସିଥିବା ସମସ୍ତ ଯାତ୍ରୀ ଲାଇଫ୍ ଜାକେଟ ପିନ୍ଧିଥିବାରୁ କୌଣସି ଅଘଟଣ ଘଟିନଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିନା ଶାର୍ଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ
ଦଶମ ପରୀକ୍ଷା ସରିଲା ବୋଲି ଖୁିସିରେ ଜଣେ ଜଣକ ଶାର୍ଟରେ ଶୁଭେଚ୍ଛା ଲେଖି ସେଲିବ୍ରେସନ କରୁଥିଲେ ଛାତ୍ରୀ। ପ୍ରିନ୍ସିପାଲଙ୍କୁ ଏହା ପସନ୍ଦ ନଆସିବାରୁ ପ୍ରାୟ ଶହେ ଛାତ୍ରୀଙ୍କୁ ଶାର୍ଟ ଖୋଲି ଘରକୁ ଯିବାକୁ ବାଧ୍ୟ କରାଯାଇଥିଲା।
Politics
ଦିଲ୍ଲୀ ନିର୍ବାଚନ: ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; କରାୱାଲ ନଗରରୁ ଲଢ଼ିବେ କପିଲ ମିଶ୍ରା
ଦ୍ୱିତୀୟ ପର୍ଯ୍ୟାୟରେ ୨୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। କରାୱାଲ ନଗରରୁ କପିଲ ମିଶ୍ରା, କୋଣ୍ଡଲିରୁ ଲଢ଼ିବେ ପ୍ରିୟଙ୍କା ଗୌତମ।
Politics
ମହାରାଷ୍ଟ୍ରରେ ଭାଙ୍ଗିଲା ବିରୋଧୀ ମେଣ୍ଟ! ଏକା ଲଢ଼ିବାକୁ ଉଦ୍ଧବ ଗୋଷ୍ଠୀର ଘୋଷଣା
ଚଳିତ ବର୍ଷ ମହାରାଷ୍ଟ୍ରର ବିଭିନ୍ନ ମହାନଗର ନିଗମ, ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଆଉ ଦେଖିବାକୁ ମିଳିବନି ମହା ବିକାଶ ଅଘାଡ଼ି ମେଣ୍ଟ।
Politics
ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ!
କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ହଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟରେ ଥିବା ନିର୍ଦ୍ଦିଷ୍ଟ ଦଳିତ ଓ ଏସ୍ଟି ସଦସ୍ୟଙ୍କ ସହ ଡିନର କରିଛନ୍ତି।
National
୨୨ରେ ହୋଇଥିଲା ପ୍ରାଣ ପ୍ରତିଷ୍ଠା, କାହିଁକି ୧୧ରେ ପାଳନ ହେଲା ବର୍ଷ ପୂର୍ତ୍ତି ?
ଅଭିଷେକ ପରେ ରାମଲଲାଙ୍କର ଆଳତୀ କରାଯାଇ ୫୬ ଭୋଗ ଲାଗି କରାଯାଇଛି। ଭବ୍ୟ ରାମ ମନ୍ଦିରରକୁ ଫୁଲରେ ସଜ୍ଜିତ କରାଯାଇଛି।