ଭାରତର ଚିନ୍ତା ବଢ଼ାଇଲା ଲକ୍ଷଣ ବିହୀନ କରୋନା ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଏଯାଏ ଚିହ୍ନଟ ହୋଇଥିବା ୮୦% କରୋନା ରୋଗୀଙ୍କ ଶରୀରରେ କୌଣସି ପ୍ରକାରର ଫ୍ଲୁର ଲକ୍ଷଣ ଦେଖାଯାଉ ନାହିଁ। କେବଳ କଣ୍ଟାକ୍ଟ ଟ୍ରେସିଂ ଜରିଆରେ ସେମାନଙ୍କ ନମୂନା ପରୀକ୍ଷା କରି ସମସ୍ତଙ୍କୁ ଚିହ୍ନଟ କରାଯାଇ ପାରିଛି। ଏହା ଏକ ଚିନ୍ତାର ବିଷୟ ବୋଲି ବୈଜ୍ଞାନିକ ଓ ଡାକ୍ତରମାନେ ମତ ଦେଇଛନ୍ତି। ଆଇସିଏମଆରର ଉପ ନିର୍ଦ୍ଦେଶକ ଡା. ରମନ ଆର ଗଙ୍ଗାଖାଡ଼କେର କହିଛନ୍ତି, “୮୦% କରୋନା ରୋଗୀଙ୍କ ଶରୀରରେ କୌଣସି ଫ୍ଲୁ ଲକ୍ଷଣ ଦେଖାଯାଉନାହିଁ। ସେମାନଙ୍କୁ ଚିହ୍ନଟ […]

ya

Hemant Lenka
  • Published: Monday, 20 April 2020
  • , Updated: 20 April 2020, 01:37 PM IST

ନୂଆଦିଲ୍ଲୀ: ଭାରତରେ ଏଯାଏ ଚିହ୍ନଟ ହୋଇଥିବା ୮୦% କରୋନା ରୋଗୀଙ୍କ ଶରୀରରେ କୌଣସି ପ୍ରକାରର ଫ୍ଲୁର ଲକ୍ଷଣ ଦେଖାଯାଉ ନାହିଁ। କେବଳ କଣ୍ଟାକ୍ଟ ଟ୍ରେସିଂ ଜରିଆରେ ସେମାନଙ୍କ ନମୂନା ପରୀକ୍ଷା କରି ସମସ୍ତଙ୍କୁ ଚିହ୍ନଟ କରାଯାଇ ପାରିଛି। ଏହା ଏକ ଚିନ୍ତାର ବିଷୟ ବୋଲି ବୈଜ୍ଞାନିକ ଓ ଡାକ୍ତରମାନେ ମତ ଦେଇଛନ୍ତି।

ଆଇସିଏମଆରର ଉପ ନିର୍ଦ୍ଦେଶକ ଡା. ରମନ ଆର ଗଙ୍ଗାଖାଡ଼କେର କହିଛନ୍ତି, “୮୦% କରୋନା ରୋଗୀଙ୍କ ଶରୀରରେ କୌଣସି ଫ୍ଲୁ ଲକ୍ଷଣ ଦେଖାଯାଉନାହିଁ। ସେମାନଙ୍କୁ ଚିହ୍ନଟ କରିବା ଏବେ ସବୁଠାରୁ ବଡ଼ କଷ୍ଟକର ବ୍ୟାପାର। କେବଳ କଣ୍ଟାକ୍ଟ ଟ୍ରେସିଂ ଛଡ଼ା ଆମ ପାଖରେ ଆଉ କୌଣସି ଅନ୍ୟ ବିକଳ୍ପ ନାହିଁ।

ଯେଉଁମାନ କରୋନାରେ ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କ ଠାରୁ ତଥ୍ୟ ନିଆଯାଇ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ଏହା ଏକ କଷ୍ଟକର ବ୍ୟାପାର। କାରଣ ଫ୍ଲୁ ଲକ୍ଷଣ ଥିଲେ ଆମେ ତୁରନ୍ତ ପରୀକ୍ଷା କରିବୁ ନଚେତ ଲୋକମାନେ ପରୀକ୍ଷା କରିବାକୁ ଆସିବେ। ହେଲେ ଲକ୍ଷଣ ନଥିବା ଲୋକଙ୍କ ମଧ୍ୟରେ କିଏ କରୋନାରେ ଆକ୍ରାନ୍ତ, ତାହା ଜାଣିବା କଷ୍ଟକର।

ସେହିପରି ଦେଶର ପ୍ରତିଟି ଲୋକଙ୍କ ଟେଷ୍ଟ କରିବା ମଧ୍ୟ ଅସମ୍ଭବ। ବର୍ତ୍ତମାନ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣାଧୀନ ରହିଛି। ମେ’ ମାସ ଦ୍ୱିତୀୟ ସପ୍ତାହରେ ଦେଶର କରୋନା ସ୍ଥିତି ସ୍ପଷ୍ଟ ଭାବେ ସମସ୍ତଙ୍କ ଆଗରେ ରହିଥିବ।”

ଆଗକୁ ଟେଷ୍ଟିଂ ଶୈଳୀରେ କିଛି ପରିବର୍ତ୍ତନ କରାଯିବ କି ପ୍ରଶ୍ନର ଉତ୍ତର ଦେଇ ଡା. ଗଙ୍ଗାଖାଡ଼କେର କହିଛନ୍ତି, “କେଉଁ ପରିବର୍ତ୍ତନ କଥା କହୁଛନ୍ତି? ଏଠାରେ ପରିବର୍ତ୍ତନ କରିବାକୁ କୌଣସି ସୁଯୋଗ ନାହିଁ। ଯେଉଁଠି ସଂକ୍ରମଣ ଦେଖାଗଲା କିମ୍ବା ହଟସ୍ପଟରେ ରହୁଥିବା ଲୋକଙ୍କ ଇନଫ୍ଲୁଞ୍ଜା ଭଳି ରୋଗ ଦେଖାଦେଲା ମାତ୍ରେ ଆମେ ପରୀକ୍ଷା କରିବୁ। ମୁଁ ଜାଣିନି ଆଗକୁ କ’ଣ ସବୁ ପଦକ୍ଷେପ ନିଆଯାଇ ପାରିବ। ସ୍ଥିତି ଦେଖି ସବୁ ପ୍ରକାରର ବ୍ୟବସ୍ଥା କରାଯିବ।”

Related story