ଏପ୍ରିଲରେ ଦୈନିକ ଚିହ୍ନଟ ହୋଇଛନ୍ତି ୮୦ ହଜାର କରୋନା ଆକ୍ରାନ୍ତ

ୱାଶିଂଟନ: ମହାମାରୀ କରୋନା ଭାଇରସର ସବୁଠାରୁ କରାଳ ରୂପ ଏପ୍ରିଲ ମାସରେ ଦେଖିବାକୁ ମିଳିଛି। ଏପ୍ରିଲ ମାସରେ ଦୈନିକ ହାରାହାରି ସାରା ବିଶ୍ୱରେ ୮୦ ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହେଉଥିଲେ ବୋଲି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ତଥ୍ୟ ଦିଆଯାଇଛି। ଏବେ ପଶ୍ଚିମ ୟୁରୋପୀୟ ଦେଶଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଭାରତ ଓ ବାଂଲାଦେଶ ଭଳି ଦକ୍ଷିଣ ଏସିଆନ ଦେଶରେ ଆକ୍ରାନ୍ତଙ୍କ ସହ ଦ୍ରୁତିରେ ବଢ଼ୁଥିବା ସଂଗଠନ ପକ୍ଷରୁ କୁହାଯାଇଛି। ବିଶ୍ୱ […]

da

Hemant Lenka
  • Published: Thursday, 07 May 2020
  • , Updated: 07 May 2020, 01:10 PM IST

ୱାଶିଂଟନ: ମହାମାରୀ କରୋନା ଭାଇରସର ସବୁଠାରୁ କରାଳ ରୂପ ଏପ୍ରିଲ ମାସରେ ଦେଖିବାକୁ ମିଳିଛି। ଏପ୍ରିଲ ମାସରେ ଦୈନିକ ହାରାହାରି ସାରା ବିଶ୍ୱରେ ୮୦ ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହେଉଥିଲେ ବୋଲି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ତଥ୍ୟ ଦିଆଯାଇଛି। ଏବେ ପଶ୍ଚିମ ୟୁରୋପୀୟ ଦେଶଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଭାରତ ଓ ବାଂଲାଦେଶ ଭଳି ଦକ୍ଷିଣ ଏସିଆନ ଦେଶରେ ଆକ୍ରାନ୍ତଙ୍କ ସହ ଦ୍ରୁତିରେ ବଢ଼ୁଥିବା ସଂଗଠନ ପକ୍ଷରୁ କୁହାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧନୋମ ଘେବ୍ରିୟସ କହିଛନ୍ତି, ସବୁ ଦେଶ ଯେମିତି ବାହାରୁ କରୋନା ଭାଇରସ ତାଙ୍କ ଦେଶକୁ ନ ଆସିବ, ସେଥିପ୍ରତି ଯତ୍ନବାନ ହେବା ଦରକାର। ସେହିପରି ଲୋକମାନେ ସେମାନଙ୍କ ପାଇଁ ପ୍ରଦତ୍ତ ସବୁ ନିୟମ ସହ ଚଳିବାକୁ ଚେଷ୍ଟା କରନ୍ତୁ।

ବିଶ୍ୱର ସବୁ ରାଷ୍ଟ୍ର ଏକାଠି ହୋଇ କୋଭିଡ-୧୯ ବିରୋଧରେ ଲଢ଼େଇ କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବାକୁ ଅଧିକ ସଶକ୍ତ କରିବାକୁ ଉଦ୍ୟମ ଜାରି ରଖିଛି। ବର୍ତ୍ତମାନ ୩୮ କୋଟିରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨,୬୫ ହଜାର ୧୧୬ ଜଣ ପ୍ରାଣ ହରାଇ ସାରିଲେଣି।

ଏପ୍ରିଲ ମାସରେ ଦୈନିକ ୮୦ ହଜାର ମାମଲା ସାମ୍ନାକୁ ଆସିଥିଲା। ଏହା କେବଳ ସଂଖ୍ୟା ନୁହେଁ, ପ୍ରତିଟି ମାମଲାରେ ସମସ୍ତଙ୍କର ବାପା, ମା’, ଭାଇ,ଭଉଣୀ,ଝିଅ ଓ ପୁଅ ରହିଛନ୍ତି। ୱେଷ୍ଟର୍ଣ୍ଣ ୟୁରୋପରେ ସଂଖ୍ୟା ହ୍ରାସ ପାଉଥିବା ବେଳେ ଇଷ୍ଟର୍ଣ୍ଣ ୟୁରୋପ, ଆଫ୍ରିକା, ଦକ୍ଷିଣ-ପୂର୍ବ ଏସିଆ ଓ ଆମେରିକାରେ ସଂଖ୍ୟା ବୃଦ୍ଧି ପାଉଛି।

ବର୍ତ୍ତମାନ ସବୁ ଦେଶରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଉଛି। ଫଳରେ ସେହି ଅନୁପାତରେ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ୁଛି। ସବୁ ଦେଶ ଲକଡାଉନ କରୁଛନ୍ତି। ହେଲେ ଏହାକୁ ସତର୍କତା ଓ କଠୋର ସହ ପାଳନ କରିବା ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

Related story