ନୂଆଦିଲ୍ଲୀ: ଦେଶର ସମସ୍ତ ସ୍ଥାନରେ ଭଲ ବର୍ଷା ହୋଇଥିବା ବେଳେ ଓଡ଼ିଶାରେ କିନ୍ତୁ ଏଯାଏ ସ୍ୱାଭାବିକ ମାତ୍ରାରୁ କମ୍ ବର୍ଷା ହୋଇଛି। ଓଡ଼ିଶା ଏବଂ ଲାକ୍ଷାଦ୍ୱୀପ ଉପଖଣ୍ଡରେ ସାମାନ୍ୟ ବର୍ଷା ହୋଇଛି। ସେହିପରି ଜମ୍ମୁ କଶ୍ମୀର ଏବଂ ପୂର୍ବ ରାଜସ୍ଥାନରେ ଅଧିକ ବର୍ଷା ହୋଇଥିବା ବେଳେ ଆଣ୍ଡାମାନରେ ଅଧିକରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରିଛି ପାଣିପାଗ ବିଭାଗ।
ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ମୌସୁମୀ ସକ୍ରିୟ ରହିଥିବା ସ୍ଥାନରୁ ୮୪ ପ୍ରତିଶତ ସ୍ଥାନରେ ଏଥର କମ୍ ବର୍ଷା ହୋଇଛି। ସେହିପରି ପାଣିପାଗ ବିଭାଗର ୩୬ଟି ଉପଖଣ୍ଡରେ ୨୫ ପ୍ରତିଶତରୁ କମ୍ ବର୍ଷା ହୋଇଥିବା ବେଳେ ୬ଟି ଉପଖଣ୍ଡରେ ବହୁତ କମ୍ ବର୍ଷା ହୋଇଛି ବୋଲି ଜଣାପଡ଼ିଛି। ଜୁନ ୨୨ ତାରିଖ ଯାଏ ଏହି ରିପୋର୍ଟ ସଂଗ୍ରହ କରାଯାଇଛି। ସୂଚନାଯୋଗ୍ୟ, ଜୁନ ୧ରୁ ସେପ୍ଚେମ୍ୱର ୩୦ ମଧ୍ୟରେ ମୌସମୀ ସକ୍ରିୟ ରହିବ। ଜୁନ ୮ରେ ମୌସୁମୀ କେରଳ ଛୁଇଁଥିବା ବେଳେ ରଜ ଉତ୍ସବ ପରେ ଓଡ଼ିଶାରେ ଛୁଇଁଛି।