ନୂଆଦିଲ୍ଲୀ: ରାଜସ୍ଥାନର ଜୈସାଲମେରରେ ଭାରତୀୟ ସେନା ଗଠନ କରିଥିବା ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ୟୁନିଟରେ ଥିବା ୯ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଫଳରେ ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ରେ ପହଞ୍ଚି ଯାଇଛି।
ଇରାନରୁ ସ୍ୱତନ୍ତ୍ର ବିମାନ ଯୋଗେ ୪୮୨ ଜଣଙ୍କୁ ବିଭିନ୍ନ ଦଫାରେ ଏଠାକୁ ଅଣାଯାଇଥିଲା। ଏହାପରେ ସମସ୍ତଙ୍କୁ ସେନା ତରଫରୁ ନିର୍ମାଣ ହୋଇଥିବା କ୍ୱାରେଣ୍ଟାଇନ ୟୁନିଟରେ ରଖାଯାଇଥିଲା। ସମସ୍ତଙ୍କୁ ଏୟାରପୋର୍ଟରେ ସ୍କ୍ରିନିଂ କରାଯିବା ପରେ ହିଁ ସେଠାକୁ ନିଆଯାଇଥିଲା।
ଏହି ସମୟରେ କେହି ବି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ି ନଥିଲା। ହେଲେ ଏବେ କ୍ୱାରେଣ୍ଟାଇନରେ ଥିବା ବେଳେ ୯ ଜଣଙ୍କ ଶରୀରରେ ଭାଇରସ ଠାବ ହୋଇଛି।
ଦିଲ୍ଲୀ, ଗୁରୁଗ୍ରାମର ମାନସେର, ଜୈସାଲମେର, ଯୋଧପୁର, ମୁମ୍ବାଇର ଘାତକପୋରା ଓ ଚେନ୍ନାଇରେ ଭାରତୀୟ ସେନା ପକ୍ଷରୁ ୬ଟି କ୍ୱାରେଣ୍ଟାଇନ ସେଣ୍ଟର ଗଠନ କରାଯାଇଛି। ଚାଇନା, ମ୍ୟାଲେସିୟା, ଇରାନ ଓ ଇଟାଲୀରୁ ଉଦ୍ଧାର ହୋଇଥିବା ପ୍ରାୟ ୧୦୫୯ ଜଣ ଏହିସବୁ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।