ସେନାର କ୍ୱାରେଣ୍ଟାଇନ ୟୁନିଟରେ ୯ କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ରାଜସ୍ଥାନର ଜୈସାଲମେରରେ ଭାରତୀୟ ସେନା ଗଠନ କରିଥିବା ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ୟୁନିଟରେ ଥିବା ୯ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଫଳରେ ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ରେ ପହଞ୍ଚି ଯାଇଛି। ଇରାନରୁ ସ୍ୱତନ୍ତ୍ର ବିମାନ ଯୋଗେ ୪୮୨ ଜଣଙ୍କୁ ବିଭିନ୍ନ ଦଫାରେ ଏଠାକୁ ଅଣାଯାଇଥିଲା। ଏହାପରେ ସମସ୍ତଙ୍କୁ ସେନା ତରଫରୁ ନିର୍ମାଣ ହୋଇଥିବା କ୍ୱାରେଣ୍ଟାଇନ ୟୁନିଟରେ ରଖାଯାଇଥିଲା। ସମସ୍ତଙ୍କୁ ଏୟାରପୋର୍ଟରେ ସ୍କ୍ରିନିଂ କରାଯିବା ପରେ ହିଁ ସେଠାକୁ ନିଆଯାଇଥିଲା। ଏହି ସମୟରେ […]

y

Hemant Lenka
  • Published: Tuesday, 31 March 2020
  • , Updated: 31 March 2020, 03:54 PM IST

ନୂଆଦିଲ୍ଲୀ: ରାଜସ୍ଥାନର ଜୈସାଲମେରରେ ଭାରତୀୟ ସେନା ଗଠନ କରିଥିବା ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ୟୁନିଟରେ ଥିବା ୯ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଫଳରେ ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ରେ ପହଞ୍ଚି ଯାଇଛି।

ଇରାନରୁ ସ୍ୱତନ୍ତ୍ର ବିମାନ ଯୋଗେ ୪୮୨ ଜଣଙ୍କୁ ବିଭିନ୍ନ ଦଫାରେ ଏଠାକୁ ଅଣାଯାଇଥିଲା। ଏହାପରେ ସମସ୍ତଙ୍କୁ ସେନା ତରଫରୁ ନିର୍ମାଣ ହୋଇଥିବା କ୍ୱାରେଣ୍ଟାଇନ ୟୁନିଟରେ ରଖାଯାଇଥିଲା। ସମସ୍ତଙ୍କୁ ଏୟାରପୋର୍ଟରେ ସ୍କ୍ରିନିଂ କରାଯିବା ପରେ ହିଁ ସେଠାକୁ ନିଆଯାଇଥିଲା।

ଏହି ସମୟରେ କେହି ବି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ି ନଥିଲା। ହେଲେ ଏବେ କ୍ୱାରେଣ୍ଟାଇନରେ ଥିବା ବେଳେ ୯ ଜଣଙ୍କ ଶରୀରରେ ଭାଇରସ ଠାବ ହୋଇଛି।

ଦିଲ୍ଲୀ, ଗୁରୁଗ୍ରାମର ମାନସେର, ଜୈସାଲମେର, ଯୋଧପୁର, ମୁମ୍ବାଇର ଘାତକପୋରା ଓ ଚେନ୍ନାଇରେ ଭାରତୀୟ ସେନା ପକ୍ଷରୁ ୬ଟି କ୍ୱାରେଣ୍ଟାଇନ ସେଣ୍ଟର ଗଠନ କରାଯାଇଛି। ଚାଇନା, ମ୍ୟାଲେସିୟା, ଇରାନ ଓ ଇଟାଲୀରୁ ଉଦ୍ଧାର ହୋଇଥିବା ପ୍ରାୟ ୧୦୫୯ ଜଣ ଏହିସବୁ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି।

Related story