୩୬ ଏକର ଜମି ପାଇଁ ୯ ଜଣଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ପୂର୍ବ ଉତ୍ତରପ୍ରଦେଶରେ ଜମିଜମା ସମ୍ବନ୍ଧୀୟ ବିବାଦରୁ ୩ ମହିଳା ମହିଳାଙ୍କ ସମେତ ୯ ଜଣଙ୍କୁ ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟିଛି। ଏହି ଗୁଳିକାଣ୍ଡରେ ୧୯ ଜଣ ଆହତ ମଧ୍ୟ ହୋଇଛନ୍ତି। ଏହି ଗୁଳିକାଣ୍ଡ ସହିତ ଜଡ଼ିତ ୨ ଜଣଙ୍କୁ ପୁଲିସ୍‌ ଗିରଫ କରିସାରିଛି। ସୋନ୍‌ଭଦ୍ରା ଜିଲ୍ଲାର ଉଭା ନାମକ ଗାଁରେ ଏହି ଘଟଣା ଘଟିଛି। ଏହି ଗାଁର ମୁଖିଆ ଯୋଗ୍ୟ ଦତ୍ତ ୨ ବର୍ଷ ପୂର୍ବେ ୩୬ ଏକରର କୃଷି ଜମି କିଣିଥିଲେ। ଆଜି […]

sonbhadra]

Subrat Kumar Nayak
  • Published: Wednesday, 17 July 2019
  • , Updated: 17 July 2019, 06:35 PM IST

ଲକ୍ଷ୍ନୌ: ପୂର୍ବ ଉତ୍ତରପ୍ରଦେଶରେ ଜମିଜମା ସମ୍ବନ୍ଧୀୟ ବିବାଦରୁ ୩ ମହିଳା ମହିଳାଙ୍କ ସମେତ ୯ ଜଣଙ୍କୁ ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟିଛି। ଏହି ଗୁଳିକାଣ୍ଡରେ ୧୯ ଜଣ ଆହତ ମଧ୍ୟ ହୋଇଛନ୍ତି। ଏହି ଗୁଳିକାଣ୍ଡ ସହିତ ଜଡ଼ିତ ୨ ଜଣଙ୍କୁ ପୁଲିସ୍‌ ଗିରଫ କରିସାରିଛି।

ସୋନ୍‌ଭଦ୍ରା ଜିଲ୍ଲାର ଉଭା ନାମକ ଗାଁରେ ଏହି ଘଟଣା ଘଟିଛି। ଏହି ଗାଁର ମୁଖିଆ ଯୋଗ୍ୟ ଦତ୍ତ ୨ ବର୍ଷ ପୂର୍ବେ ୩୬ ଏକରର କୃଷି ଜମି କିଣିଥିଲେ। ଆଜି ସେ ଏବଂ ତାଙ୍କ ସହଯୋଗୀ ଏହି ଜମି ଦଖଲ କରିବାକୁ ଯାଇଥିଲେ। ଏହାପରେ ତାଙ୍କୁ ଗ୍ରାମବାସୀ ବିରୋଧ କରିବାରୁ ତାଙ୍କ ସହ ଯାଇଥିବା ଲୋକେ ଗୁଳିମାଡ଼ କରିଥିଲେ।

ସୋନ୍‌ଭଦ୍ରା ପୁଲିସ୍‌ ମୁଖ୍ୟ ସଲମାନ୍‌ ତାଜ୍‌ ପାଟିଲ୍‌ଙ୍କ କହିବା ଅନୁଯାୟୀ, ଏହି ଗାଁ ମୁଖିଆ ଟ୍ରାକ୍ଟର ଏବଂ ଲୋକଙ୍କ ସହ ଆସି ଚାଷ କରିବା ଆରମ୍ଭ କରିଥିଲେ। ଏହାକୁ ଗ୍ରାମବାସୀ ବିରୋଧ କରିବାରୁ ତାଙ୍କ ଲୋକେ ଏବଂ ସେ ଆଖିବୁଜା ଗୁଳି ମାଡ଼ କରିଥିଲେ।

ପୁଲିସ୍‌ ସୂଚନା ଅନୁଯାୟୀ, ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ତ୍ୱରିତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଆହତଙ୍କୁ ଯାହାମଧ୍ୟ ଚିକିତ୍ସା ଦରକାର ତାହା ଯୋଗାଇଦେବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ପୁଲିସ୍‌ ମୁଖ୍ୟ ବ୍ୟକ୍ତିଗତ ଭାବେ ଏହି ମାମଲାର ପରିଚାଳନା କରି ଦୋଷୀଙ୍କୁ ଧରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Related story