ଲକ୍ଷ୍ମୌ: କୌଣସି ମଣିଷ କ’ଣ କେବେ ବାଲି ଖାଇବାକୁ ପସନ୍ଦ କରିବ? କିନ୍ତୁ ଏ ଦୁନିଆରେ ଏପରି ଜଣେ ମହିଳା ଅଛନ୍ତି ଯେ କି ପ୍ରତିଦିନ କିଲେ ବାଲି ଖାଇ ଥାଆନ୍ତି। ପ୍ରତିଦିନ ଏକ କିଲୋ ବାଲି ନ ଖାଇଲେ ତାଙ୍କ ଭୋକ ମରି ନ ଥାଏ। ତାଙ୍କ ନାମ ସୁଦାମା ଦେବୀ। ବୟସ ୯୨। ଉତ୍ତର ପ୍ରଦେଶର ଶାହାଜାନ୍ ଜିଲ୍ଲା କାଜିର୍ ନୁରପୁରରେ ରହନ୍ତି ସେ। ଗତ ୮୦ ବର୍ଷ ହେବ ସେ ପ୍ରତିଦିନ ଏକ କିଲୋ ବାଲି ଖାଇ ଆସୁଛନ୍ତି। ସୁଦାମା ଦେବୀ କହିଛନ୍ତି ଯେ ସେ ଦଶ ବର୍ଷ ବୟସରୁ ବାଲି ଖାଇବା ଆରମ୍ଭ କରିଥିଲେ। ଦିନେ ସେ ମଜାରେ ମଜାରେ ସାଙ୍ଗମାନେ କହିବାରୁ ବାଲି ଖାଇ ଦେଇଥିଲେ। ଆଉ ତା’ପରେ ଏହା ଅଭ୍ୟାସରେ ପରିଣତ ହୋଇଗଲା।
ଚାରୋଟି ସନ୍ତାନର ମା’ ସୁଦାମା ଦେବୀ କହିଛନ୍ତି ଯେ ବାଲି ଖାଇବା ଦ୍ୱାରା ସେ କେବେ ଅସୁସ୍ଥ ହୋଇନାହାନ୍ତି। ଶୁଖା ବାଲି ଖାଇବା ପୂର୍ବରୁ ସେ ଗୋଟିଏ ଗ୍ଲାସ୍ ପାଣି ପିଇଥା’ନ୍ତି। ଏହା ବ୍ୟତୀତ କମଳା ଆଦି ଫଳରେ ବାଲି ଲଗାଇ ଖାଇଥା’ନ୍ତି। ଏହି ଅଜବ ଅଭ୍ୟାସ ସତ୍ତ୍ୱେ ସ କେବେ ବି ଅସୁସ୍ଥ ହୋଇନଥିବା ଗାଁ ଲୋକେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
‘ଅବିଭକ୍ତ ଭାରତ’ କାର୍ଯ୍ୟକ୍ରମ ପାଇଁ ପାକିସ୍ତାନ ଓ ବାଂଲାଦେଶକୁ ନିମନ୍ତ୍ରଣ
୧୮୭୫ ମସିହା ଜାନୁଆରୀ ୧୫ରେ ଭାରତୀୟ ପାଣିପାଗ ବିଭାଗ ସ୍ଥାପନ ହୋଇଥିଲା। ତେବେ ଏହାର ବହୁ ପୂର୍ବରୁ ପାଣିପାଗ ସମ୍ପର୍କରେ ତଥ୍ୟ ପାଇଁ ବିଭିନ୍ନ ମେସିନ ସ୍ଥାପନ କରାଯାଇଥିଲା।
Politics
ଶରଦ ପାୱାରଙ୍କ ମୁହଁରେ ଆରଏସଏସର ପ୍ରଶଂସା
ଆରଏସଏସ ପ୍ରତି ଏହାର ସଦସ୍ୟଙ୍କ ରହିଥିବା ଉତ୍ସର୍ଗୀକୃତ ମନୋଭାବକୁ ସେ ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି।
National
ସ୍କୁଲଗୁଡ଼ିକୁ ବୋମା ଧମକ ମିଳିବା ପଛରେ ଦ୍ୱାଦଶ ଶ୍ରେଣୀ ଛାତ୍ର
ପିଲାଟି ପ୍ରାୟ ୨୩ ଥର ବିଭିନ୍ନ ସ୍କୁଲକୁ ଇ-ମେଲ ଯୋଗେ ବୋମା ଧମକ ଦେଇଥିଲା। କେବଳ ନିଜ ସ୍କୁଲକୁ ଛାଡ଼ି ଆଉ ସବୁ ସ୍ଥାନକୁ ସେ ଧମକପୂର୍ଣ୍ଣ ଇ-ମେଲ ପଠାଉଥିଲା। ଏବେ ତା’ର କାଉନସିଲିଂ ଚାଲିଥିବା ଡିସିପି ଚୌହାନ ସୂଚନା ଦେଇଛନ୍ତି।
National
ବିଜେପିର ପୂର୍ବତନ ବିଧାୟକଙ୍କ ଘରେ IT ରେଡ: ମିଳିଲା କୋଟି କୋଟି ଟଙ୍କା ସହ ୩ଟି କୁମ୍ଭୀର
ଏହି କୁମ୍ଭୀର ଗୁଡ଼ିକୁ ଖାଇବା ପିଇବାକୁ ଦେଇ ଶ୍ରୀ ରାଥୋର ତାଙ୍କ ପୋଖରୀରେ ପାଳିଥିଲେ।
Politics
ତେଜିଲା ଆପ୍ ଓ ବିଜେପି ପୋଷ୍ଟର ୱାର: ଗାଲିବାଜ ଦାନବ ବନାମ ପୂର୍ବାଞ୍ଚଳର ଶତ୍ରୁ
ଆପ୍ ପକ୍ଷରୁ ଅତିରିକ୍ତ ଭାବେ ଜାରି କରାଯାଇଥିବା ପୋଷ୍ଟରର ଶୀର୍ଷକ ‘ବିଜେପି କେ ଗାଲିବାଜ ଦାନବ ସେ ଦିଲ୍ଲୀ ରହେ ସତର୍କ’ ରଖାଯାଇଛି। ଗାଲିବାଜ ଦାନବ ପୋଷ୍ଟରରେ ଅମିତ ଶାହ, ମନୋଜ ତିୱାରୀ, ରମେଶ ବିଧୁରୀ, ବୀରେନ୍ଦ୍ର ସଚଦେବା ଓ ପ୍ରବେଶ ବର୍ମାଙ୍କ ଫଟୋ ରହିଛି।