୯୨ ଘଣ୍ଟା ହେଲା ୧୫୦ ଫୁଟ୍‌ ବରୱେଲ୍‌ରେ ଫସିଛି ଶିଶୁ

ସଙ୍ଗରୁର: ପଞ୍ଜାବର ସଙ୍ଗରୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୨ବର୍ଷୀୟ ଫତେବୀର ସିଂହ ଅର୍ଦ୍ଧନିର୍ମିତ ୧୫୦ ଫୁଟ୍‌ର ବରୱେଲ୍‌ ମଧ୍ୟରେ ଖସି ପଡ଼ିଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ୯୨ ଘଣ୍ଟା ହେଲା ଉଦ୍ୟମ ଚାଲିଥିଲେ ହେଁ ଏଯାଏ ସଫଳତା ମିଳିନାହିଁ। ଭଗବାନପୁର ଗାଁରେ ଦୀର୍ଘଦିନ ହେଲା ଏକ ଅବ୍ୟବହୃତ ୧୫୦ ଫୁଟ୍‌ର ବରୱେଲ ପଡ଼ି ରହିଥିଲା। ଗୁରୁବାର ସନ୍ଧ୍ୟାରେ ଫତେବୀର ଏଠାରେ ଖେଳୁଥିବା ବେଳେ ଏହା ମଧ୍ୟକୁ ଖସି ପଡ଼ିଥିଲେ। ବରୱେଲ୍‌ ଗାତଟିକୁ ଏକ […]

w

Hemant Lenka
  • Published: Monday, 10 June 2019
  • , Updated: 10 June 2019, 03:53 PM IST

ସଙ୍ଗରୁର: ପଞ୍ଜାବର ସଙ୍ଗରୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୨ବର୍ଷୀୟ ଫତେବୀର ସିଂହ ଅର୍ଦ୍ଧନିର୍ମିତ ୧୫୦ ଫୁଟ୍‌ର ବରୱେଲ୍‌ ମଧ୍ୟରେ ଖସି ପଡ଼ିଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ୯୨ ଘଣ୍ଟା ହେଲା ଉଦ୍ୟମ ଚାଲିଥିଲେ ହେଁ ଏଯାଏ ସଫଳତା ମିଳିନାହିଁ।

ଭଗବାନପୁର ଗାଁରେ ଦୀର୍ଘଦିନ ହେଲା ଏକ ଅବ୍ୟବହୃତ ୧୫୦ ଫୁଟ୍‌ର ବରୱେଲ ପଡ଼ି ରହିଥିଲା। ଗୁରୁବାର ସନ୍ଧ୍ୟାରେ ଫତେବୀର ଏଠାରେ ଖେଳୁଥିବା ବେଳେ ଏହା ମଧ୍ୟକୁ ଖସି ପଡ଼ିଥିଲେ। ବରୱେଲ୍‌ ଗାତଟିକୁ ଏକ କପଡ଼ା ଦ୍ୱାରା ଘୋଡ଼ା ଯାଇଥିବାରୁ ଶିଶୁଟି ଏହାକୁ ଦେଖି ନପାରି ଏହା ମଧ୍ୟରେ ଖସି ପଡ଼ିଥିବା ଜଣାପଡ଼ିଛି।

ଫତେବୀର ତାଙ୍କ ବାପାମା’ଙ୍କ ଗୋଟିଏ ବୋଲି ପୁଅ। ଗୁରୁବାର ସନ୍ଧ୍ୟାରୁ ହିଁ ସ୍ଥାନୀୟ ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍‌ଡିଆରଏଫ୍‌ ଟିମ୍‌ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। କିନ୍ତୁ ଏଯାଏ ଶିଶୁଟି କେଉଁଠି ଅଛି, ତାହା ଠାବ କରାଯାଇ ନାହିଁ। ଫଳରେ ୯୨ ଘଣ୍ଟା ହେଲା ଶିଶୁଟି ବିନା ପାଣି ଓ ଖାଦ୍ୟରେ ଗାତ ମଧ୍ୟରେ ଫସି ରହିଛି।

ଏବେ ଏନ୍‌ଡିଆରଏଫ୍‌ ଟିମ୍‌ ପକ୍ଷରୁ ଉକ୍ତ ବରୱେଲ୍‌ ନିକଟରେ ସମାନ ୧୫୦ ଫୁଟର ଗାତ ଖୋଳା ଯାଉଛି। ଏହାଦ୍ୱାରା ଶିଶୁଟିକୁ ଉଦ୍ଧାର କରାଯାଇ ପାରିବ ବୋଲି ସେମାନେ ଆଶା ରଖିଛନ୍ତି। ସ୍ଥାନୀୟ ଲୋକମାନେ ଏକାଠି ହୋଇ ଶିଶୁଟି ପାଇଁ ପ୍ରାର୍ଥନା ମଧ୍ୟ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବାରୁ ଏବଂ ପ୍ରଶାସନର ଅବହେଳା ଯୋଗୁ ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି। ତେବେ ‍ଫତେବୀରଙ୍କ ପରିବାର ଲୋକମାନେ ଶାନ୍ତି ବଜାୟୀ ରଖିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି।

Related story