ଭୋପାଲ: କୋଭିଡ ଯୁଦ୍ଧରେ ଜିତିଲେ ୯୮ ଜଣ ଆକ୍ରାନ୍ତ। ମେଡିକାଲରୁ ଡିସଚାର୍ଜ ହେବା ବେଳେ ସେମାନଙ୍କୁ କରତାଳି ଦେଇ ବିଦାୟ ଜଣାଇଲେ ଓ ଉତ୍ସାହିତ କଲେ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ଷ୍ଟାଫ୍ । ଏମିତି ଚିତ୍ର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋର ସହରରେ ।
ମଧ୍ୟପ୍ରଦେଶର ଏକ କୋଭିଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ୯୮ଜଣ ସଂକ୍ରମିତଙ୍କ ସ୍ୱାବ ରିପୋର୍ଟ ଦୁଇ ଥର ନେଗେଟିଭ୍ ଆସିବା ପରେ ମେଡିକାଲ ପକ୍ଷରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି । ସେପଟେ ଏହି ରହଣୀ ମଧ୍ୟରେ ରୋଗୀ ଏବଂ ଡାକ୍ତରଙ୍କ ମଧ୍ୟରେ ମଧ୍ୟ ସମ୍ପର୍କ ଅଧିକ ନିବିଡ଼ ହୋଇଯାଇଛି। ଯାହାକୁ ଖୋଦ ଆକ୍ରାନ୍ତମାନେ ବଖାଣିଛନ୍ତି।
ସୂଚନାଯୋଗ୍ୟ, ଏବେ ସୁଦ୍ଧା ସମଗ୍ର ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚିଛି । ଏହା ଭିତରୁ ଆକ୍ଟିଭ କେସ୍ ସଂଖ୍ୟା ରହିଛି ୩୨ ହଜାର ୧୩୮ । ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ହଜାର ୭୨୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୫୬୮କୁ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୩ ହଜାର ୯ଶହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।