ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି: ‘ଆର୍‌ଜି’ ନେଇଛନ୍ତି ୫୦ କୋଟି

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଅମଳରେ ଘଟିଥିବା ୩୬ ହଜାର କୋଟିର ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିରେ ‘ଆର୍‌ଜି’ ନାଁ ସାମ୍ନାକୁ ଆସିଛି। ଏହି ‘ଆର୍‌ଜି’’ ନାମକ ସଦସ୍ୟ ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଡିଲ୍‌ ବେଳେ ୫୦ କୋଟି ଟଙ୍କା ନେଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାଣିବାକୁ ପାଇଛି। ଏବେ ଏହି ‘ଆରଜି’ ରହସ୍ୟକୁ ଭେଦ କରିବାକୁ ଇଡି ତଥ୍ୟ ଯୋଗାଡ଼ କରିବାକୁ ଲାଗିଛି। ତେବେ ‘ଆର୍‌ଜି’ ନାମକ ବ୍ୟକ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନା […]

sae

Hemant Lenka
  • Published: Thursday, 04 April 2019
  • , Updated: 04 April 2019, 10:30 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଅମଳରେ ଘଟିଥିବା ୩୬ ହଜାର କୋଟିର ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିରେ ‘ଆର୍‌ଜି’ ନାଁ ସାମ୍ନାକୁ ଆସିଛି। ଏହି ‘ଆର୍‌ଜି’' ନାମକ ସଦସ୍ୟ ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଡିଲ୍‌ ବେଳେ ୫୦ କୋଟି ଟଙ୍କା ନେଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାଣିବାକୁ ପାଇଛି। ଏବେ ଏହି 'ଆରଜି' ରହସ୍ୟକୁ ଭେଦ କରିବାକୁ ଇଡି ତଥ୍ୟ ଯୋଗାଡ଼ କରିବାକୁ ଲାଗିଛି।

ତେବେ ‘ଆର୍‌ଜି’ ନାମକ ବ୍ୟକ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନା ଆଉ କିଏ, ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କାରଣ ରାହୁଲ ଗାନ୍ଧିଙ୍କୁ ସମସ୍ତେ ପୂର୍ବରୁ ଆରଜି ବୋଲି ସମ୍ବୋଧନ କରୁଥିଲେ। ଏପରି କି ରାହୁଲ ନିଜ ଟ୍ୱିଟର ଆକାଉଣ୍ଟର ନାଁ ପ୍ରଥମେ ଆରଜି ରଖିଥିଲେ। ଏବେ ଏସବୁ ତଥ୍ୟକୁ ନେଇ ଇଡି ଖୋଳତାଡ଼ ଆରମ୍ଭ କରିଛି।

ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ସମ୍ପର୍କରେ ଉଭୟ ଇଡି ଏବଂ ସିବିଆଇ ତଦନ୍ତ କରୁଛନ୍ତି। ତଦନ୍ତ ବେଳେ ଗିରଫ ହୋଇଥିବା ଡିଲ୍‌ର ମଧ୍ୟସ୍ଥି ଖ୍ରୀଷ୍ଟିୟାନ୍‌ ମିସେଲ ଏବଂ ଅନ୍ୟ ଅଭିଯୁକ୍ତମାନେ ଆରଜିଙ୍କ ନାଁ ନେଇଥିବା ଇଡି ଜାଣିବାକୁ ପାଇଛି। ସିବିଆଇ ମଧ୍ୟ ଆଜି ଦାଖଲ କରିଥିବା ୨୦୦ ପୃଷ୍ଠାର ଚାର୍ଜଶିଟ୍‌ରେ ଆରଜି ନାଁ ଉଲ୍ଲେଖ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆଜି ଇଡି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରିତୁଲ ପୁରୀଙ୍କୁ ଏହି ଘଟଣାରେ ଗିରଫ ସୁଶେନ ମୋହନ ଗୁପ୍ତାଙ୍କ ସହ ମୁହାଁମୁହିଁ ଜେରା କରିଥିଲା।

ଜଣେ ବରିଷ୍ଠ ଇଡି ଅଧିକାରୀ କହିଛନ୍ତି, “ଏହି ଘଟଣାରେ ଗିରଫ ରାଜୀବ ସକ୍ସେନା ଏବେ ସରକାରୀ ସାକ୍ଷୀ ହୋଇଛନ୍ତି। ସେ ଏକ ଡାଏରୀକୁ ତଦନ୍ତକାରୀ ସଂସ୍ଥାକୁ ଦେଇଥିଲେ। ଏହି ଡାଏରୀକୁ ରାଜୀବ ଦୁବାଇରେ ଥିବା ବେଳେ ନିଜ ପାଖରେ ରଖିବା ସହ ଡିଲ୍‌ ସମ୍ପର୍କରେ ସମସ୍ତ ତଥ୍ୟ ଏଥିରେ ଉଲ୍ଲେଖ କରିଥିଲେ। ଏକଥା ଗିରଫ ସୁଶେନ ମୋହନ ଗୁପ୍ତା ମଧ୍ୟ ଜାଣିଥିଲେ। କାରଣ ସେ ହିଁ ରାଜୀବଙ୍କ ଏକାନ୍ତ ଅନୁଗତ ରହିଥିଲେ। ସୁଶେନ ଦିଲ୍ଲୀରେ ରହି ଏହି ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଡିଲ୍‌ ପାଇଁ କାହାକୁ କେତେ ଟଙ୍କା ଦେବାକୁ ପଡ଼ିବ ଏବଂ କାହାକୁ ବୁଝାଇବାକୁ ପଡ଼ିବ ସେସବୁ କଥା ରାଜୀବଙ୍କୁ କହୁଥିଲେ। ଏହି ଡାଏରୀରେ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ନାଁ ରହିଛି। ସେହିପରି କାହାକୁ କେତେ ଟଙ୍କା ଦିଆଯାଇଛି, ତା’ର ତଥ୍ୟ ମଧ୍ୟ ଉଲ୍ଲେଖ କରାଯାଇଛି।"

ସେ ଆହୁରି କହିଛନ୍ତି, "ଏହି ଡାଏରୀରେ ସର୍ବାଧିକ ୫୦ କୋଟି ଆରଜି ନାମକ ବ୍ୟକ୍ତିଙ୍କୁ ଦିଆଯାଇଥିବା ମଧ୍ୟ ଲେଖାଯାଇଛି। ସୁଶେନ ଗୁପ୍ତାଙ୍କୁ ଜେରା ବେଳେ ସେ ଆମକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ସେ ‘ଆର୍‌ଜି’ ନାମକ ବ୍ୟକ୍ତି ଦିଲ୍ଲୀର ଜଣେ ଗହଣା ବ୍ୟବସାୟୀ ରଜତ ଗୁପ୍ତା ବୋଲି କହିଥିଲେ। ଆମେ ତାଙ୍କୁ ମଧ୍ୟ ଜେରା କରିଥିଲୁ। ହେଲେ ସେ ୫୦ କୋଟି ନେଇନାହାନ୍ତି ଓ ପୂରା ଘଟଣା ସହ ତାଙ୍କର ସାମାନ୍ୟତମ ସମ୍ପର୍କ ନାହିଁ ବୋଲି କହିଛନ୍ତି। ଏବେ ‘ଆର୍‌ଜି’ଟି କିଏ, ଆମେ ସେ ଦିଗରେ ତଦନ୍ତ କରୁଛୁ। ଆମେ ସୁଶେନ ଗୁପ୍ତାଙ୍କୁ ଆଉ ୪ ଦିନ ପାଇଁ ରିମାଣ୍ଡରେ ଆଣି ଏ ସମ୍ପର୍କରେ ଜେରା କରିବୁ।”

Related story