ଭୁଶୁଡ଼ିଲା ଗୋଦାମ, ଚାପି ହୋଇଗଲେ ୭

ମୁମ୍ବାଇ: ମହାରାଷ୍ଟ୍ର ଠାଣେ ଜିଲ୍ଲାରେ ଆଜି ସକାଳେ ଏକ ଗୋଦାମ ଭୁଶୁଡ଼ି ପଡ଼ିଛି। ମନକୋଲିର ହରିହର କମ୍ପାଉଣ୍ଡ ପରିସରରେ ଥିବା ଏହି ଗୋଦାମଟି ଭୁଶୁଡ଼ି ପଡ଼ିବାରୁ ଏହା ଭିତରେ ୭ ଜଣ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ପୁଲିସ୍‌ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ୍‌ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି। ତେବେ ଏଥିରେ ମୃତାହତଙ୍କ ଖବର ମିଳିପାରି  ନ ଥିବା ବେଳେ ଗୋଦାମଟି କ’ଣ ପାଇଁ ଭୁଶୁଡ଼ିଲା ତାହା ଜଣାପଡ଼ିନି।

go-down

Niharika Rout
  • Published: Monday, 01 February 2021
  • , Updated: 01 February 2021, 11:45 AM IST

ମୁମ୍ବାଇ: ମହାରାଷ୍ଟ୍ର ଠାଣେ ଜିଲ୍ଲାରେ ଆଜି ସକାଳେ ଏକ ଗୋଦାମ ଭୁଶୁଡ଼ି ପଡ଼ିଛି। ମନକୋଲିର ହରିହର କମ୍ପାଉଣ୍ଡ ପରିସରରେ ଥିବା ଏହି ଗୋଦାମଟି ଭୁଶୁଡ଼ି ପଡ଼ିବାରୁ ଏହା ଭିତରେ ୭ ଜଣ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି।

ପୁଲିସ୍‌ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ୍‌ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି। ତେବେ ଏଥିରେ ମୃତାହତଙ୍କ ଖବର ମିଳିପାରି  ନ ଥିବା ବେଳେ ଗୋଦାମଟି କ’ଣ ପାଇଁ ଭୁଶୁଡ଼ିଲା ତାହା ଜଣାପଡ଼ିନି।

Related story