ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନାଁରେ ଜାରିହେଲା ଗିରଫ ପରୱାନା

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନାଁରେ ଏକ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସେ ସମସ୍ତ ପ୍ରକାରର ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ଏଭଳି ୱାରେଣ୍ଟ ଜାରି ହୋଇଛି। ମଧ୍ୟପ୍ରଦେଶର ଏକ କୋର୍ଟରେ ପୁଲିସ୍‌ ଶ୍ରୀ ପାତ୍ରଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏହାପରେ କୋର୍ଟ ଶ୍ରୀ ପାତ୍ରଙ୍କୁ ଗତକାଲି ହାଜର ହେବାକୁ ନୋଟିସ୍‌ କରିଥିଲେ। ହେଲେ ସେ ଏହାକୁ ବେଖାତିର କରିଥିଲେ। ତେଣୁ କୋର୍ଟ ଏଭଳି ଜାମିନ୍‌ […]

u

Hemant Lenka
  • Published: Friday, 28 December 2018
  • , Updated: 28 December 2018, 05:21 PM IST

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନାଁରେ ଏକ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସେ ସମସ୍ତ ପ୍ରକାରର ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ଏଭଳି ୱାରେଣ୍ଟ ଜାରି ହୋଇଛି।

ମଧ୍ୟପ୍ରଦେଶର ଏକ କୋର୍ଟରେ ପୁଲିସ୍‌ ଶ୍ରୀ ପାତ୍ରଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏହାପରେ କୋର୍ଟ ଶ୍ରୀ ପାତ୍ରଙ୍କୁ ଗତକାଲି ହାଜର ହେବାକୁ ନୋଟିସ୍‌ କରିଥିଲେ। ହେଲେ ସେ ଏହାକୁ ବେଖାତିର କରିଥିଲେ। ତେଣୁ କୋର୍ଟ ଏଭଳି ଜାମିନ୍‌ ଯୁକ୍ତ ୱାରେଣ୍ଟ ଜାରି କରିଛନ୍ତି।

ଏହି ଘଟଣାରେ ସାମିଲ ଥିବା ଅନ୍ୟତମ ବିଜେପି ନେତା ଏସ୍‌ଏସ୍‌ ଉପଲ ଗତକାଲି କୋର୍ଟରେ ହାଜର ହେବାପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଏହାପରେ ସେ ୫ ହଜାର ଟଙ୍କାର ବଣ୍ଡ ଦାଖଲ କରି ଜାମିନ୍‌ରେ ଖଲାସ ହୋଇଥିଲେ।

ନିର୍ବାଚନ କମିଶନଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଶ୍ରୀ ପାତ୍ର ଏବଂ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ମାମଲା ରୁଜୁ କରିଥିଲା।

ଅକ୍ଟୋବର ୨୭ରେ ଶ୍ରୀ ପାତ୍ର ଭୋପାଲର ଏମ୍‌ପି ନଗର ଅଞ୍ଚଳରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ତେବେ ୨୮ ତାରିଖରେ ନିର୍ବାଚନ ଥିବାରୁ ଏଭଳି ସାମ୍ବାଦିକ ସମ୍ମିଳନୀ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରି କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା।

Related story