ଝିଅ ଦୁଷ୍ଟାମୀକୁ ଡରି, ମା’ ଆପଣାଇଲେ ଏହି ଉପାୟ...

ସିଓଲ:  ଦୂର ଯାତ୍ରା ବେଳେ ଛୋଟ ପିଲା ନିଜ ବାପାମା’ଙ୍କୁ ହଇରାଣ କରନ୍ତି। ଏଥିସହିତ ଅନ୍ୟମାନଙ୍କୁ ମଧ୍ୟ ବେଶ୍‌ ହଇରାଣ କରିଥାନ୍ତି। ସେମାନଙ୍କ କାନ୍ଦ, ଚିତ୍କାର ଓ ଦୁଷ୍ଟାମୀରେ ପାଖରେ ଥିବା ଅନ୍ୟ ଯାତ୍ରୀ ବେଳେବେଳେ ଅତିଷ୍ଠ ହୋଇପଡ଼ନ୍ତି। ପିଲାଙ୍କ ଦୁଷ୍ଟାମୀକୁ ତ ରୋକି ହେବନି । ତେଣୁ ପାଖ ଯାତ୍ରୀ କିପରି ବିରକ୍ତ ନ ହେବେ ସେଥିପାଇଁ ବିମାନରେ ଯାତ୍ରା କରୁଥିବା ଜଣେ ମହିଳା କଣ କଲେ ଆସନ୍ତୁ ଜାଣିବା । ମହିଳା ଜଣକ ସିଓଲରୁ […]

mom...1

Niharika Rout
  • Published: Tuesday, 05 March 2019
  • , Updated: 05 March 2019, 03:17 PM IST

ସିଓଲ:  ଦୂର ଯାତ୍ରା ବେଳେ ଛୋଟ ପିଲା ନିଜ ବାପାମା’ଙ୍କୁ ହଇରାଣ କରନ୍ତି। ଏଥିସହିତ ଅନ୍ୟମାନଙ୍କୁ ମଧ୍ୟ ବେଶ୍‌ ହଇରାଣ କରିଥାନ୍ତି। ସେମାନଙ୍କ କାନ୍ଦ, ଚିତ୍କାର ଓ ଦୁଷ୍ଟାମୀରେ ପାଖରେ ଥିବା ଅନ୍ୟ ଯାତ୍ରୀ ବେଳେବେଳେ ଅତିଷ୍ଠ ହୋଇପଡ଼ନ୍ତି। ପିଲାଙ୍କ ଦୁଷ୍ଟାମୀକୁ ତ ରୋକି ହେବନି । ତେଣୁ ପାଖ ଯାତ୍ରୀ କିପରି ବିରକ୍ତ ନ ହେବେ ସେଥିପାଇଁ ବିମାନରେ ଯାତ୍ରା କରୁଥିବା ଜଣେ ମହିଳା କଣ କଲେ ଆସନ୍ତୁ ଜାଣିବା ।
ମହିଳା ଜଣକ ସିଓଲରୁ ସାନ ଫ୍ରାନ୍ସିସ୍କୋ  ଯାତ୍ରା କରୁଥିଲେ। ବିମାନରେ ୧୦ ଘଣ୍ଟାର ଯାତ୍ରା । ଝିଅକୁ ନେଇ ଏତେ ସମୟ କିପରି ଯାତ୍ରା କରିବେ ମହିଳା ଜଣକ ଚିନ୍ତାରେ ପଡ଼ିଥିଲେ। ପାଖ ଯାତ୍ରୀଙ୍କୁ  କାଳେ ଝିଅ ହଇରାଣ କରିବ ଏବଂ ସେମାନେ ବିରକ୍ତ ହେବେ ଏଥିନିମନ୍ତେ ସେ ଆପଣାଇଥିଲେ କିଛି ଭିନ୍ନ ଉପାୟ।

ପ୍ରଥମ ଥର ଝିଅ ବିମାନ ଯାତ୍ରା କରୁଥିବାରୁ କାଳେ ଖାପ ଖୁଆଇ ନ ପାରି ଭୟଭୀତ ହେବ, କାନ୍ଦିବ ଏବଂ ଏହାଦ୍ୱାରା  ଅନ୍ୟ ଯାତ୍ରୀମାନେ ଅସନ୍ତୁଷ୍ଟ ହେବେ ଏହି ଭୟ ତାଙ୍କୁ ବ୍ୟତିବ୍ୟସ୍ତ କରୁଥିଲା। ତେଣୁ ମହିଳାଜଣକ ଝିଅ ତରଫରୁ ପ୍ରାୟ ୨୦୦ ହ୍ୟାଣ୍ଡ ବ୍ୟାଗ ବିମାନର ସମସ୍ତ ଯାତ୍ରୀଙ୍କୁ  ବାଣ୍ଟିଥିଲେ।

ଉକ୍ତ ବ୍ୟାଗରେ  ଏକ ସୁନ୍ଦର ନୋଟ ରହିଥିବା ବେଳେ ଏକ ଇୟର ପ୍ଲଗ୍ସ, କ୍ୟାଣ୍ଡି ଓ ଏକ ନୋଟ ବୁକ୍‌ ମଧ୍ୟ ରହିଥିଲା। ଏହାବ୍ୟତୀତ କୁନି ଝିଅ ତରଫରୁ ଏକ ସୁନ୍ଦର ଲେଖା ଥିବା କ୍ଷମାପତ୍ର ମଧ୍ୟ ଉକ୍ତ ବ୍ୟାଗରେ ରହିଥିଲା। ଏହା ଦେଖି ସମସ୍ତ ଯାତ୍ରୀ ଖୁସି ହୋଇଥିବା ବେଳେ ଜଣେ ଏହାକୁ ଫେସବୁକ୍‌ରେ ସେୟାର କରିଥିଲେ।

Related story