ବହୁତଳ ପ୍ରାସାଦ ଉପରେ ଚଢି ବଞ୍ଚାଇଲେ ଶିଶୁର ଜୀବନ

ନୂଆଦିଲ୍ଲୀ: ଫିଲ୍ମ ହଲରେ ସ୍ପାଇଡର ମ୍ୟାନ୍‌ ପରଦାକୁ ଆସିଲେ ଖୁସିରେ ଆପଣ ତାଳି ମାରିଥିବେ। କେହି କେହି ମନଖୋଲି ହୁଇସିଲ୍‌ ମାରି ଖୁସି ବି ମନାଇଥିବେ। କାରଣ ଅଧିକାଂଶ ଫିଲ୍ମରେ ଏହି ଚରିତ୍ରଟିର ଆଗମନ ସେତେବେଳେ ହୁଏ ଯେତେବେଳେ କେହି ଅସୁବିଧାରେ ପଡିଥାନ୍ତି। ଅସମ୍ଭବ ଲାଗୁଥିବା ସ୍ଥାନରେ ହଠାତ୍ ପହଞ୍ଚି ସ୍ପାଇଡର ମ୍ୟାନ୍‌ ଜୀବନ ରକ୍ଷା କରେ । ଚଳଚ୍ଚିତ୍ର ଦେଖିଲା ବେଳେ ଏଭଳି ଅନୁଭୂତି ସହ ଆପଣ ଅଙ୍ଗାଙ୍ଗି ହୋଇଥିବେ। ହେଲେ ଶୁଣ ଖୁସି ହେବେ […]

spiderman

Rakesh Mallick
  • Published: Wednesday, 30 May 2018
  • , Updated: 30 May 2018, 06:53 AM IST

ନୂଆଦିଲ୍ଲୀ: ଫିଲ୍ମ ହଲରେ ସ୍ପାଇଡର ମ୍ୟାନ୍‌ ପରଦାକୁ ଆସିଲେ ଖୁସିରେ ଆପଣ ତାଳି ମାରିଥିବେ। କେହି କେହି ମନଖୋଲି ହୁଇସିଲ୍‌ ମାରି ଖୁସି ବି ମନାଇଥିବେ। କାରଣ ଅଧିକାଂଶ ଫିଲ୍ମରେ ଏହି ଚରିତ୍ରଟିର ଆଗମନ ସେତେବେଳେ ହୁଏ ଯେତେବେଳେ କେହି ଅସୁବିଧାରେ ପଡିଥାନ୍ତି। ଅସମ୍ଭବ ଲାଗୁଥିବା ସ୍ଥାନରେ ହଠାତ୍ ପହଞ୍ଚି ସ୍ପାଇଡର ମ୍ୟାନ୍‌ ଜୀବନ ରକ୍ଷା କରେ । ଚଳଚ୍ଚିତ୍ର ଦେଖିଲା ବେଳେ ଏଭଳି ଅନୁଭୂତି ସହ ଆପଣ ଅଙ୍ଗାଙ୍ଗି ହୋଇଥିବେ। ହେଲେ ଶୁଣ ଖୁସି ହେବେ ଏହି ଚରିତ୍ରଟି ଖାଲି କେବଳ କଳ୍ପନା ଓ ଚଳଚ୍ଚିତ୍ରରେ ସିମିତ ନୁହେଁ। ବାସ୍ତବ ଜୀବନରେ ମଧ୍ୟ ଏମିତି ଚରିତ୍ର ଅଛନ୍ତି। ଆମେ ଆପଣଙ୍କୁ ଆଜି ଫ୍ରାନ୍ସର ଏକ ଘଟଣା କହିବାକୁ ଯାଉଛି। ଯାହାକୁ ପଢି ଆପଣ ବି ସେ ରିଅଲ ଲାଇଫ୍‌ ସ୍ପାଇଡର୍‌ ମ୍ୟାନ୍‌ଙ୍କୁ ସାବାସି ନ ଦେଇ ରହି ପାରିବେନି।

ଫ୍ରାନ୍ସର ପ୍ୟାରିସ୍‌ ସହର। ଚାକଚକ୍ୟ ଓ ବହୂତଳ ପ୍ରାସାଦ ବେଷ୍ଠିତ ଏହି ସହରର ଏକ ଆପାର୍ଟମେଣ୍ଟ ତଳେ ଜମିଥିଲା ଭିଡ। ହୋ ହାଲ୍ଲା କରୁଥିଲେ  ରାସ୍ତାରେ ଯାଉଥିବା ଲୋକେ। ବୁଝୁବୁଝୁ ଜଣାପଡିଲା ଗୋଟିଏ ଛୋଟ ଶିଶୁର ଜୀବନ ଲାଗିଛି ବାଜିରେ। ୪ ମହଲା ବିଶିଷ୍ଟ କୋଠାର ବାଲକୋନି ଉପରୁ ଖସିପଡିବା ଭଳି ସ୍ଥିତିରେ ଅଛି ଛୋଟ ଛୁଆଟି। ପିଲାଟିର ବାପା ତାକୁ ବଞ୍ଚାଇବା ପାଇଁ ତା ହାତକୁ ଧରି ରଖିଛନ୍ତି। ଜୀବନ ମୃତ୍ୟୁର ଦୋଛକିରେ କାନ୍ଦିପକାଉଥିଲା ଶିଶୁ। ଏତିକି ବେଳେ ହଠାତ୍‌ ତଳେ ଛିଡା ହୋଇଥିବା ଜଣେ ଯୁବକ ବିଲ୍ଡିଂ ଚଢିବାକୁ ଲାଗିଲେ। ଆଶ୍ଚର୍ଯ୍ୟଜନକ ଭାବେ ଗୋଟିଏ ପରେ ଗୋଟିଏ ମହଲା ଅତିକ୍ରମ କରି ସେ ପହଞ୍ଚିଥିଲେ ଶିଶୁଟିର ପାଖରେ । ଆଉ ଠିକ୍‌ ସମୟରେ ବଞ୍ଚିଯାଇଥିଲା ଛୁଆଟିର ଜୀବନ।

ଏହି ଘଟଣା ଚିତ୍ର ମୋବାଇଲରେ ରେକଡିଂ କରିଥିଲେ କିଛି ଦର୍ଶକ । ଯାହା ଭାଇରାଲ ହେବା ପରେ ଶେଷର ଖବର ପହଞ୍ଚିଥିଲା ପ୍ରାନ୍ସ ରାଷ୍ଟପତି ଇମାନୁଏଲ ମାର୍କନ୍‌ଙ୍କ କାନରେ। ଯୁବକ ଜଣଙ୍କ ଏ କାରନାମା ଶୁଣି ରାଷ୍ଟ୍ରପତି ଭବନକୁ ନିମନ୍ତ୍ରୀତ ହୋଇ ଆସିଥିଲେ । ଜଣାପଡିଥିଲା ତାଙ୍କ ପରିଚୟ। ସେ ହେଉଛନ୍ତି ମାଲିଆର ବିସ୍ଥାପିତ ନାଗରିକ ମାମୁର ଗାସାମା(୨୨)। ବେଆଇନ୍‌ ଭାବେ ସେ ଫ୍ରାନ୍ସରେ ରହୁଥିବା କଥା ରାଷ୍ଟ୍ରପତିଙ୍କ ଆଗରେ ସ୍ୱୀକାର କରିଥିଲେ । ହେଲେ ଏମିତି ଗୋଟିଏ ଉତ୍ତମ କାମ ଲାଗି ରାଷ୍ଟ୍ରପତି ତାଙ୍କ ପିଠି ଥାପୁଡାଇ ଦେଇଥିଲେ। ଆଉ ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ ଫ୍ରାନ୍ସର ନାଗରିକତ୍ୱ। ଏହି ଘଟଣା ପରେ ଏବେ ପୁରା ପ୍ୟାରିସ୍‌ରେ ମାମୁରଙ୍କ ଚର୍ଚ୍ଚା। ଭଲ ନାଁ ତାଙ୍କର କି ଜାଣୁ କି ନ ଜାଣୁ କିନ୍ତୁ ରିଅଲ ସ୍ପାଇଡର ମ୍ୟାନ୍‌ କହିଲେ ସମସ୍ତେ ବୁଝିପାରୁଛନ୍ତି ତାଙ୍କ କଥା ଆଉ ସାବାସି ଦେଉଛନ୍ତି ତାଙ୍କ କାରନାମାକୁ।

Related story