ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦର ସିଇଓ ଆଚାର୍ଯ୍ୟ ବାଲକୃଷ୍ଣ ଶନିବାର କହିଛନ୍ତି, ଆୟୁର୍ବେଦ ମାଧ୍ୟମରେ କୋଭିଡ -19 ସଂକ୍ରମଣର ଚିକିତ୍ସା ସମ୍ଭବ। ପତଞ୍ଜଳି ଦ୍ୱାରା ପ୍ରସ୍ତୁତ ଔଷଧ ଖାଇବା ପରେ ୫ ରୁ ୧୪ ଦିନ ମଧ୍ୟରେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସେ କହିଛନ୍ତି। ଔଷଧ ଖାଇବା ପରେ ସେମାନଙ୍କ ରେଜଲ୍ଟ ନେଗେଟିଭ୍ ରହିଥିଲା ବୋଲି ଜଣାପଡ଼ିଛି। ତେଣୁ ଆୟୁର୍ବେଦ ମାଧ୍ୟମରେ କରୋନା ଚିକିତ୍ସା ସମ୍ଭବ ବୋଲି ସେ କହିଛନ୍ତି।
ଏବେ କେବଳ ନିୟମିତ ଭାବରେ ସେହି ଔଷଧର କ୍ଲିନିକାଲ୍ ପରୀକ୍ଷା କରାଯାଉଛି। ଖୁବଶୀଘ୍ର ସମସ୍ତ ଦସ୍ତାବିଜ ପ୍ରକାଶ କରିବେ ବୋଲି ବାଲକୃଷ୍ଣ କହିଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ପତଞ୍ଜଳି ଏକ ବୈଜ୍ଞାନିକ ଟିମ୍ ନିଯୁକ୍ତ କରିଥିଲା। ପ୍ରଥମ ଅନୁକରଣ କରାଯାଇଥିଲା। ବିଭିନ୍ନ ଗବେଷଣା କରିବା ପରେ କରୋନା ଔଷଧର କ୍ଲିନିକାଲ୍ ପରୀକ୍ଷା ହୋଇଛି। ଯାହାକି ସଫଳ ବୋଲି ପତଞ୍ଜଳିର ସିଇଓ କହିଛନ୍ତି।