୧୬ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଆସନ୍ତା ୧୬ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀର ରାମଲୀଳା ମୈଦାନରେ ତାଙ୍କର ଶପଥ ଗ୍ରହଣ ସମାରୋହ ହେବ। ବୁଧବାର ଉପରାଜ୍ୟପାଳଙ୍କୁ ଭେଟିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏଥିସହ ଆଜି ଆମ୍ ଆଦମୀ ପାର୍ଟିର ବିଧାୟକ ଦଳର ବୈଠକ ବସିଥିଲା। ଏହି ବୈଠକରେ କେଜ୍ରିଓ୍ୱାଲ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। ୧୧ରେ ଫଳାଫଳ ବାହାରିଛି। ଦିଲ୍ଲୀର […]

kejriwal aap leader elected

Subhransu Sekhar
  • Published: Wednesday, 12 February 2020
  • , Updated: 12 February 2020, 03:57 PM IST

ନୂଆଦିଲ୍ଲୀ: ଆସନ୍ତା ୧୬ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀର ରାମଲୀଳା ମୈଦାନରେ ତାଙ୍କର ଶପଥ ଗ୍ରହଣ ସମାରୋହ ହେବ। ବୁଧବାର ଉପରାଜ୍ୟପାଳଙ୍କୁ ଭେଟିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏଥିସହ ଆଜି ଆମ୍ ଆଦମୀ ପାର୍ଟିର ବିଧାୟକ ଦଳର ବୈଠକ ବସିଥିଲା। ଏହି ବୈଠକରେ କେଜ୍ରିଓ୍ୱାଲ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି।

ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। ୧୧ରେ ଫଳାଫଳ ବାହାରିଛି। ଦିଲ୍ଲୀର ୭୦ ବିଧାନସଭା ଆସନରୁ ୬୨ଟି ଆସନରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଆପ୍ ଜିତିଥିବା ବେଳେ ବିଜେପି ମାତ୍ର ୮ଟି ଆସନରେ ଜିତିଛି। କଂଗ୍ରେସ ୨୦୧୫ ପରି ଚଳିତଥର ମଧ୍ୟ କୌଣସି ଆସନରେ ବିଜୟୀ ହୋଇନପାରି ଅସ୍ଥିତ୍ୱ ହରାଇଛି।

ଆପ୍‌କୁ ୫୪ପ୍ରତିଶତ ଭୋଟ ମିଳିଥିବାବେଳେ ବିଜେପିକୁ ୩୮.୫୧ ପ୍ରତିଶତ ଓ କଂଗ୍ରେସକୁ ମାତ୍ର ୪ ପ୍ରତିଶତ ଭୋଟ ମିଳିଛି।

Related story