ଆପରେ ଯୋଗ ଦେଇ ନ ପାରନ୍ତି ସିଦ୍ଧୁ

ନୂଆଦିଲ୍ଲୀ: ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେପି ନେତା ନବଜୋତ ସିଂ ସିଦ୍ଧୁ ଆମ ଆଦମୀ ପାର୍ଟି ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା। ଅଗଷ୍ଟ ପନ୍ଦରରେ  ସେ ଆମ ଆଦମୀ ପାର୍ଟିରେ ଯୋଗ ଦେବାର ଥିଲା।  କିନ୍ତୁ ସେ ଯୋଗ ଦେଇ ନାହାନ୍ତି।  ତେଣୁ ଆଲୋଚନା ହେଉଛି ସିଦ୍ଧୁ ଆପ୍‌ରେ  ଯୋଗ  ଦେଇ ନ ପାରନ୍ତି। ସିଦ୍ଧୁ ପାର୍ଟିରେ ଯୋଗ ଦେବା ନେଇ ଆପ ନେତାଙ୍କ ମଧ୍ୟରେ ଏବେ ବି  ଆଲୋଚନା  ଜାରି ରହିଛି ବୋଲି […]

navjot-singh-sidhu

Rakesh Mallick
  • Published: Tuesday, 16 August 2016
  • , Updated: 16 August 2016, 02:24 PM IST

ନୂଆଦିଲ୍ଲୀ: ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେପି ନେତା ନବଜୋତ ସିଂ ସିଦ୍ଧୁ ଆମ ଆଦମୀ ପାର୍ଟି ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା। ଅଗଷ୍ଟ ପନ୍ଦରରେ  ସେ ଆମ ଆଦମୀ ପାର୍ଟିରେ ଯୋଗ ଦେବାର ଥିଲା।  କିନ୍ତୁ ସେ ଯୋଗ ଦେଇ ନାହାନ୍ତି।  ତେଣୁ ଆଲୋଚନା ହେଉଛି ସିଦ୍ଧୁ ଆପ୍‌ରେ  ଯୋଗ  ଦେଇ ନ ପାରନ୍ତି।

ସିଦ୍ଧୁ ପାର୍ଟିରେ ଯୋଗ ଦେବା ନେଇ ଆପ ନେତାଙ୍କ ମଧ୍ୟରେ ଏବେ ବି  ଆଲୋଚନା  ଜାରି ରହିଛି ବୋଲି ଏକ ସୂତ୍ରରୁ  ସୂଚନା ମିଳିଛି। ସିଦ୍ଧୁ ଏବେ ଟିଭି ସୋ ଓ ନିଜ କାମରେ ବ୍ୟସ୍ତ ଥିବା ଆଦମୀ ପାର୍ଟି ତରଫରୁ କୁହାଯାଇଛି।

ସିଦ୍ଧୁ  ଜୁଲାଇ ୧୮ ତାରିଖରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସିଦ୍ଧୁଙ୍କ ହଠାତ୍ ଇସ୍ତଫା ସମସ୍ତଙ୍କୁ ଚକିତ କରି ଦେଇଥିଲା।

ଚଳିତ ବର୍ଷ ଏପ୍ରିଲ୍ ୨୮ ତାରିଖରେ ସିଦ୍ଧୁ ରାଜ୍ୟସଭାର ମନୋନୀତ ସଦସ୍ୟ ଭାବେ ଶପଥ ନେଇଥିଲେ।

୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ତାଙ୍କୁ ଟିକେଟ ଦେଇ ନ ଥିଲା। ତାଙ୍କର ଅମୃତସର ଲୋକସଭା ଆସନରେ ଦଳ ଅରୁଣ ଜେଟଲୀଙ୍କୁ ପ୍ରାର୍ଥୀ କରିଥିଲା।

Related story