୨୯ ଦିନ ପରେ କରୋନାରୁ ଆରୋଗ୍ୟ ହେଲେ ଅଭିଷେକ ବଚ୍ଚନ

ମୁମ୍ବାଇ: ଦୀର୍ଘ ୨୯ ଦିନ ହେଲା ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଆରୋଗ୍ୟ ଲାଭ କରିଛନ୍ତି। ଆଜି ମଧ୍ୟାହ୍ନରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବାରୁ ତାଙ୍କୁ ଖୁବଶୀଘ୍ର ଘରକୁ ପଠାଇ ଦିଆଯିବ। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। A promise is a promise! This afternoon I tested Covid-19 […]

a

Hemant Lenka
  • Published: Saturday, 08 August 2020
  • , Updated: 08 August 2020, 03:03 PM IST

ମୁମ୍ବାଇ: ଦୀର୍ଘ ୨୯ ଦିନ ହେଲା ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଆରୋଗ୍ୟ ଲାଭ କରିଛନ୍ତି। ଆଜି ମଧ୍ୟାହ୍ନରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।

ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବାରୁ ତାଙ୍କୁ ଖୁବଶୀଘ୍ର ଘରକୁ ପଠାଇ ଦିଆଯିବ। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

ଜୁନିୟର ବଚ୍ଚନ ଟ୍ୱିଟ କରି କହିଛନ୍ତି ଯେ ମୁଁ ଯାହା ପ୍ରମିଜି କରିଥିଲି ସେୟା ହେଲା। ଆଜି ମଧ୍ୟାହ୍ନରେ ମୋର କରୋନା ଟେଷ୍ଟ ନେଗେଟିଭ ଆସିଛି। ମୁଁ କହିଥିଲି ନା ମୁଁ କରୋନାକୁ ହରାଇ ଦେବି। ଆଜି ମୁଁ କରୋନାକୁ ହରାଇ ଦେଇଛି।

ମୋ ପାଇଁ ଓ ମୋ ପରିବାର ପାଇଁ ପ୍ରାର୍ଥନା କରିଥିବା ପ୍ରତିଟି ଲୋକଙ୍କୁ ଧନ୍ୟବାଦ। ମୁଁ ହୃଦୟରୁ ନାନାବତୀ ହସ୍ପିଟାଲର ସମସ୍ତ ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଉଛି। ଧନ୍ୟବାଦ। ଏହାପୂର୍ବରୁ ଅର୍ଥାତ ଅଗଷ୍ଟ ୨ରେ ଅଭିଷେକ ବଚ୍ଚନଙ୍କ ବାପା ଅମିତାଭ ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବାରୁ ତାଙ୍କୁ ଘରକୁ ପଠା ଯାଇଥିଲା।

 

View this post on Instagram

 

I TOLD YOU!!! Discharge plan: YES!! This afternoon I tested Covid-19 NEGATIVE. Thank you all for your prayers and wishes. I’m so happy to be able to go home. #believe My eternal gratitude to the doctors and nursing staff at Nanavati Hospital for taking such good care of me and my family and helping us beat Covid-19. We couldn’t have done it without them. 🙏🏽

A post shared by Abhishek Bachchan (@bachchan) on

ଜୁଲାଇ ୧୧ରେ ଅମିତାଭ ଓ ଅଭିଷେକ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଉଭୟଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ପୂର୍ବରୁ ଅମିତାଭ, ଐଶ୍ୱର୍ଯ୍ୟା ଓ ଆରାଧ୍ୟା କରୋନାରୁ ସୁସ୍ଥ ହୋଇଥିବା ବେଳେ ଏବେ ଅଭିଷେକଙ୍କ ରିପୋର୍ଟ ନେଗେଟିଭ ଆସିଛି।

Related story