ବିମାନରୁ ଖାଦ୍ୟ ସାମଗ୍ରୀ ଓ ରାସନ୍‌ ଚୋରି: ୪ କର୍ମଚାରୀ ଦଣ୍ଡିତ

ନୂଆଦିଲ୍ଲୀ: ବିମାନରେ ଯାତ୍ରୀମାନଙ୍କ ପାଇଁ ରହିଥିବା ଖାଦ୍ୟ ଓ ଶୁଖିଲା ରାସନ୍‌ ସାମଗ୍ରୀ ଚୋରି କରିବା ଅଭିଯୋଗରେ ଏୟାର ଇଣ୍ଡିଆ ତା’ର ୪ ଜଣ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୨୦୧୭ ଅଗଷ୍ଟ ମାସରେ ତତ୍କାଳୀନ ଏୟାର ଇଣ୍ଡିଆ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି କହିଥିଲେ, ବିମାନ ଆସିବା ପରେ କିଛି ଗ୍ରାଉଣ୍ଡ ଷ୍ଟାଫ୍‌ ଓ ଅଫିସର ଯାତ୍ରୀମାନଙ୍କୁ ପରସା ଯାଇ ନଥିବା ଖାଦ୍ୟ ଓ ରାସନ୍‌ ସାମଗ୍ରୀ ନେଉଥିଲେ। ଏମାନେ ଏହି ଖାଦ୍ୟକୁ ନିଜେ […]

sds

Hemant Lenka
  • Published: Monday, 04 March 2019
  • , Updated: 04 March 2019, 08:47 PM IST

ନୂଆଦିଲ୍ଲୀ: ବିମାନରେ ଯାତ୍ରୀମାନଙ୍କ ପାଇଁ ରହିଥିବା ଖାଦ୍ୟ ଓ ଶୁଖିଲା ରାସନ୍‌ ସାମଗ୍ରୀ ଚୋରି କରିବା ଅଭିଯୋଗରେ ଏୟାର ଇଣ୍ଡିଆ ତା’ର ୪ ଜଣ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

୨୦୧୭ ଅଗଷ୍ଟ ମାସରେ ତତ୍କାଳୀନ ଏୟାର ଇଣ୍ଡିଆ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି କହିଥିଲେ, ବିମାନ ଆସିବା ପରେ କିଛି ଗ୍ରାଉଣ୍ଡ ଷ୍ଟାଫ୍‌ ଓ ଅଫିସର ଯାତ୍ରୀମାନଙ୍କୁ ପରସା ଯାଇ ନଥିବା ଖାଦ୍ୟ ଓ ରାସନ୍‌ ସାମଗ୍ରୀ ନେଉଥିଲେ। ଏମାନେ ଏହି ଖାଦ୍ୟକୁ ନିଜେ ବ୍ୟବହାର କରୁଥିବାରୁ ଏୟାର ଇଣ୍ଡିଆ ୪ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। କ୍ୟାଣ୍ଟିନ୍‌ ଦାୟିତ୍ୱରେ ଥିବା ୨ ଜଣ ଓ ୨ ଜଣ କ୍ୟାବିନ୍‌ କ୍ରୁ ଏଭଳି କାର୍ଯ୍ୟ କରୁଥିଲେ। ଏମାନଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନିଲମ୍ବିତ କରାଯାଇଛି।

Related story