ପାକିସ୍ତାନ ସେନା ସହ ଭାରତୀୟ ସେନାକୁ ତୁଳନା କଲେ ତପନ ବୋଷ, କହିଲେ ଉଭୟ ନିଜ ନିଜ ଲୋକଙ୍କୁ ମାରନ୍ତି

ନୂଆଦିଲ୍ଲୀ: ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ଜନ୍ତରମନ୍ତରଠାରେ ସିଏଏ-ଏନ୍‌ଆରସି ବିରୋଧୀ ଆନ୍ଦୋଳନରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ପାକିସ୍ତାନ ସେନା ଏବଂ ଭାରତୀୟ ସେନା ଏକା ପରି। ଉଭୟ ନିଜ ନିଜ ଲୋକଙ୍କୁ ମାରୁଥିବାରୁ ଉଭୟଙ୍କ ମଧ୍ୟରେ କିଛି ମଧ୍ୟ ଫରକ ନାହିଁ। ପାକିସ୍ତାନ ଏକ ଶତ୍ରୁ ରାଷ୍ଟ୍ର ନୁହେଁ ବୋଲି କହିବା ସହ କହିଥିଲେ, ଭାରତ ଏବଂ ପାକିସ୍ତାନର ଶାସକ ଶ୍ରେଣୀର ଲୋକ ଏକାପରି। #WATCH Activist Tapan Bose at Jantar […]

bose

Subrat Kumar Nayak
  • Published: Wednesday, 29 January 2020
  • , Updated: 29 January 2020, 04:00 PM IST

ନୂଆଦିଲ୍ଲୀ: ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ଜନ୍ତରମନ୍ତରଠାରେ ସିଏଏ-ଏନ୍‌ଆରସି ବିରୋଧୀ ଆନ୍ଦୋଳନରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ପାକିସ୍ତାନ ସେନା ଏବଂ ଭାରତୀୟ ସେନା ଏକା ପରି। ଉଭୟ ନିଜ ନିଜ ଲୋକଙ୍କୁ ମାରୁଥିବାରୁ ଉଭୟଙ୍କ ମଧ୍ୟରେ କିଛି ମଧ୍ୟ ଫରକ ନାହିଁ।

ପାକିସ୍ତାନ ଏକ ଶତ୍ରୁ ରାଷ୍ଟ୍ର ନୁହେଁ ବୋଲି କହିବା ସହ କହିଥିଲେ, ଭାରତ ଏବଂ ପାକିସ୍ତାନର ଶାସକ ଶ୍ରେଣୀର ଲୋକ ଏକାପରି।

https://twitter.com/ANI/status/1222417743191986176?s=20
ସୂଚନାଯୋଗ୍ୟ ଯେ, ଆଜି ହିଁ ପାକିସ୍ତାନ ବଂଶୋଦ୍ଭବ ୟୁରୋପିଆନ୍‌ ୟୁନିଅନ୍‌ ସଦସ୍ୟ ଶାଫିକ୍‌ ମହମ୍ମଦ ଭାରତ ଏବଂ କଶ୍ମୀର ବିରୋଧରେ ସଂକଳ୍ପ ଆଣିବାର ଅଛି। ସେ ଦାବି କରିଛନ୍ତି ଭାରତର ସିଏଏକୁ ନେଇ କିଛି ୟୁରୋପୀୟ ଗୋଷ୍ଠୀ ଚିନ୍ତିତ ଅଛନ୍ତି। ତେବେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ନିର୍ଯାତନାକୁ ନେଇ ସେ ଚୁପ ରହିଛନ୍ତି।

ତେବେ ସଦ୍ୟ ବିଏସ୍‌ଏଫ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସିଏଏ ଲାଗୁ ହେବା ପରେ ବେଶ କିଛି ଅନୁପ୍ରବେଶକାରୀ ବାଂଲାଦେଶ ଫେରିବାକୁ ଆରମ୍ଭ କରିଛନ୍ତି। ସବୁଠାରୁ ଅଧିକ ପଶ୍ଚିମବଙ୍ଗର ୨୪ ପ୍ରଗଣାରୁ ଅନୁପ୍ରବେଶକାରୀ ବାଂଲାଦେଶ ଫେରିଯାଇଛନ୍ତି।

Related story