ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଉ ୨ ସପ୍ତାହ ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଅର୍ଥାତ ମେ’ ୪ରୁ ମେ’ ୧୭ ଯାଏ ଲକଡାଉନ ଦେଶରେ ବଳବତ୍ତର ରହିବ।
ଏହି ସମୟରେ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ କିଛି କଟକଣା କୋହଳ କରାଯାଇଛି। କିନ୍ତୁ ୧୭ ଯାଏ ସମଗ୍ର ଦେଶରେ କେଉଁ ସବୁ ସେବା କୌଣସି ବି ଜୋନରେ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ, ଆସନ୍ତୁ ଜାଣିବା।
୧-ବିମାନ ଉଡ଼ି ପାରିବ ନାହିଁ।
୨-କେବଳ ପ୍ରବାସୀମାନଙ୍କୁ ଆଣୁଥିବା ଟ୍ରେନକୁ ଛାଡ଼ି ଆଉ ସମସ୍ତ ରେଳ ସେବା ବନ୍ଦ ରହିବ।
୩-ମଟ୍ରୋ ସେବା ବନ୍ଦ
୪-ଆନ୍ତଃରାଜ୍ୟ ବସ ଚଳାଚଳ ଓ ଯାତାୟାତ ବନ୍ଦ
୫-ସ୍କୁଲ, କଲେଜ, ସମସ୍ତ ଶିକ୍ଷାନୁଷ୍ଠାନ, ଟ୍ରେନିଂ ଇନଷ୍ଟିଚ୍ୟୁସନ, କୋଚିଂ ସେଣ୍ଟର ବନ୍ଦ ରହିବ
୬-ହୋଟେଲ ଓ ରେଷ୍ଟୁରାଣ୍ଟ ଚାଲି ପାରିବ ନାହିଁ
୭-ସିନେଲା ହଲ, ଜିମ, ମଲ, ସ୍ପୋର୍ଟସ କମ୍ପ୍ଲେକ୍ସ ବନ୍ଦ ରହିବ
୮-ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ ଅଣ ଅତ୍ୟାବଶ୍ୟକ ସେବାଗୁଡ଼ିକ ବନ୍ଦ ରହିବ ଓ ଲୋକମାନେ ଯାତାୟାତ କରିବେ ନାହିଁ
୯-ସମସ୍ତ ଜୋନରେ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ, ୧୦ ବର୍ଷରୁ କମ ବୟସ୍କ ପିଲା ଘରୁ ବାହାରି ପାରିବେ ନାହିଁ
୧୦-ଧର୍ମାନୁଷ୍ଠାନରେ ଲୋକଙ୍କ ପ୍ରବେଶ ମନା। କୌଣସି ଧାର୍ମିକ ସମ୍ମିଳନୀ ମଧ୍ୟ ହେବନି
୧୧-ସମସ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା, ସାଂସ୍କୃତି, ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି।
୧୨-ସେଲୁନ, ସ୍ପା ଓ ପାର୍ଲର ଖୋଲିପାରିବ ନାହିଁ।