ରାମଦାସ ଅଠୱାଲେଙ୍କ ପାର୍ଟିରେ ଯୋଗଦେଲେ ଅଭିନେତ୍ରୀ ପାୟଲ ଘୋଷ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ପାୟଲ ଘୋଷ ନିଜର ରାଜନୀତିକ ଇନିଂସ ଆରମ୍ଭ କରିଛନ୍ତି। ଆଜି ସେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେଙ୍କ ରିପ୍ଲବିକାନ ପାର୍ଟି ଅଫ ଇଣ୍ଡିଆରେ ଯୋଗଦେଇଛନ୍ତି। ପାୟଲ ରିପ୍ଲବିକାନ ପାର୍ଟି ଅଫ ଇଣ୍ଡିଆରେ ଯୋଗଦେବା ବେଳେ ରାମଦାସ ମଧ୍ୟ ଉପସ୍ଥିତ ରହିଥିଲେ। ସେ ଦଳରେ ଯୋଗଦେବା କ୍ଷଣୀ ତାଙ୍କୁ ରିପ୍ଲବିକାନ ପାର୍ଟି ଅଫ ଇଣ୍ଡିଆର ମହିଳା ୱିଙ୍ଗ ଉପସଭାପତି ଭାବେ ନିଯୁକ୍ତି ପାଇଛନ୍ତି। […]

ga

Hemant Lenka
  • Published: Monday, 26 October 2020
  • , Updated: 26 October 2020, 03:36 PM IST

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ପାୟଲ ଘୋଷ ନିଜର ରାଜନୀତିକ ଇନିଂସ ଆରମ୍ଭ କରିଛନ୍ତି। ଆଜି ସେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେଙ୍କ ରିପ୍ଲବିକାନ ପାର୍ଟି ଅଫ ଇଣ୍ଡିଆରେ ଯୋଗଦେଇଛନ୍ତି।

ପାୟଲ ରିପ୍ଲବିକାନ ପାର୍ଟି ଅଫ ଇଣ୍ଡିଆରେ ଯୋଗଦେବା ବେଳେ ରାମଦାସ ମଧ୍ୟ ଉପସ୍ଥିତ ରହିଥିଲେ। ସେ ଦଳରେ ଯୋଗଦେବା କ୍ଷଣୀ ତାଙ୍କୁ ରିପ୍ଲବିକାନ ପାର୍ଟି ଅଫ ଇଣ୍ଡିଆର ମହିଳା ୱିଙ୍ଗ ଉପସଭାପତି ଭାବେ ନିଯୁକ୍ତି ପାଇଛନ୍ତି।

ପାୟଲଙ୍କୁ ଦଳକୁ ସ୍ୱାଗତ କରି ରାମଦାସ କହିଛନ୍ତି, “ପାୟଲ ଘୋଷ ଆମ ଦଳରେ ଯୋଗଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ତାଙ୍କୁ ଦଳକୁ ମୁଁ ସ୍ୱାଗତ ମଧ୍ୟ କରୁଛି।”

Related story