କଥା ଦେଇ କଥା ରଖିଲେ ସୋନୁ, ଲଙ୍ଗଳ ନୁହେଁ ଟ୍ରାକ୍ଟରରେ ଚାଷ କରିବେ ଦୁଇ ଭଉଣୀ
ଅମରାବତୀ: କରୋନା ମହାମାରୀ ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ୍ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଦୁଇ ଭଉଣୀଙ୍କ ପାଖରେ ନୂଆ ଟ୍ରାକ୍ଟର ପହଞ୍ଚାଇଛନ୍ତି। ଦୁଇ ଭଉଣୀ ଲଙ୍ଗଳରେ ଚାଷ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ସୋନୁ ସୁଦ୍ ତାଙ୍କୁ ଟ୍ରାକ୍ଟର ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସଂଧ୍ୟାରେ ଦୁଇ ଭଉଣୀଙ୍କ ଘର ଆନ୍ଧ୍ରପ୍ରଦେଶର ଚିତ୍ତୋରରେ ଟ୍ରାକ୍ଟର ପହଞ୍ଚାଇଛନ୍ତି ସୋନୁ।
କରୋନା ଭାଇରସ ପାଇଁ ସାରା ବିଶ୍ୱ ଏବେ ସଙ୍କଟ ଦେଇ ଗତି କରୁଛି। ଏପର୍ଯ୍ୟନ୍ତ କୌଣସି ଚିକିତ୍ସା କିମ୍ବା ଟିକା ବାହାରି ନାହିଁ। ଭାରତ ଭଳି ଦେଶରେ ଯେଉଁଠି ଦାରିଦ୍ର୍ୟ ସୀମାରେଖା ତଳେ ଅଧିକ ଦୈନନ୍ଦିନ ଜୀବନ ମଜୁରୀ ଉପରେ ନିର୍ଭର କରିଥାଏ। କରୋନା ବେଳେ ଏହାର ଚିତ୍ର ଆନ୍ଧ୍ରପ୍ରଦେଶର ଚିତ୍ତୋରରେ ଦେଖିବାକୁ ମିଳିଥିଲା।
Andhra Pradesh: Actor Sonu Sood provides a tractor to the two girls who were seen in a viral video ploughing a farm in Chittoor with a yoke on their shoulders. https://t.co/6zdlVfud3c pic.twitter.com/GNd0tdkKIw
— ANI (@ANI) July 26, 2020
ଏହାପରେ ଆନ୍ଧ୍ରପ୍ରଦେଶର ଏହି ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଭିଡିଓରେ ଦୁଇ ଭଉଣୀ ଲଙ୍ଗଳରେ ହଳ କରୁଥିବା ଦେଖିବାକୁ ମିଳିଥିଲା। ଦାରିଦ୍ରତା ପାଇଁ ସେ ଟ୍ରାକ୍ଟର ଭଡ଼ାରେ ଆଣି ଚାଷ କରିବା ସମ୍ଭବ ନଥିଲା ବୋଲି ଦୁଇ ଭଉଣୀ ଲଙ୍ଗଳରେ ହଳ କରୁଥିଲେ ବୋଲି ଜଣାପଡ଼ିଥିଲା।
ଏହାପରେ ପ୍ରବାସୀ ଏବଂ ଅଭାବୀଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦ ଏହି ଭାଇରାଲ ଭିଡିଓ ଟ୍ୱିଟ କରି କହିଥିଲେ ଦୁଇଟି ବଳଦ ଦେବେ ବୋଲି କହିଥିଲେ, ପରେ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ବଳଦ ରଖିଲେ ଖାଇବାକୁ ଦେବାକୁ ହେବ। ତେଣୁ ଦୁଇ ଭଉଣୀ ସମସ୍ୟାରେ ପଡ଼ି ପାରନ୍ତି ଚିନ୍ତା କରି ସୋନୁ ଟ୍ରାକ୍ଟର ଦେବେ ବୋଲି କହିଥିଲେ। ଶେଷରେ ଆଜି ଦୁଇ ଭଉଣୀଙ୍କ ଘରେ ଟ୍ରାକ୍ଟର ପହଞ୍ଚିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।