ସାଂସଦଙ୍କୁ ନିଲମ୍ୱନ ପ୍ରସଙ୍ଗ: ଜବାବ ମାଗିଲେ ଅଧୀର, ରୁଲ୍ ବୁକ୍ ଦେଖାଇ ଉତ୍ତର ଦେଲେ ମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସର ୭ ସାଂସଦଙ୍କୁ ନିଲମ୍ବନ କରିବା ନେଇ ଆଜି ସଂସଦରେ ହଙ୍ଗମା ହୋଇଛି। ବାଚସ୍ପତିଙ୍କ ଟେବୁଲର କାଗଜ ଛିଣ୍ଡାଇବା ଅଭିଯୋଗରେ ଗୁରୁବାର ବିରୋଧୀ ଦଳର ସାଂସଦଙ୍କୁ ନିଲମ୍ୱନ କରିଛନ୍ତି ବାଚସ୍ପତି। ଏପରି ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସ ସାଂସଦମାନେ ହାତରେ କଳାବ୍ୟାଚ ପିନ୍ଧି ଆଜି ସଂସଦ ଭିତରକୁ ଆସିଥିଲେ। ସଂସଦରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କେଉଁ ଆଧାରରେ ୭ ସାସଂଦଙ୍କୁ ନିଲମ୍ୱନ କରାଗଲା ସେ ନେଇ ଜବାବ ମାଗିଥିଲେ। ଏହାପରେ ସଂସଦୀୟ […]

ADHIR JOSHI

Subhransu Sekhar
  • Published: Friday, 06 March 2020
  • , Updated: 06 March 2020, 02:31 PM IST

ନୂଆଦିଲ୍ଲୀ: କଂଗ୍ରେସର ୭ ସାଂସଦଙ୍କୁ ନିଲମ୍ବନ କରିବା ନେଇ ଆଜି ସଂସଦରେ ହଙ୍ଗମା ହୋଇଛି। ବାଚସ୍ପତିଙ୍କ ଟେବୁଲର କାଗଜ ଛିଣ୍ଡାଇବା ଅଭିଯୋଗରେ ଗୁରୁବାର ବିରୋଧୀ ଦଳର ସାଂସଦଙ୍କୁ ନିଲମ୍ୱନ କରିଛନ୍ତି ବାଚସ୍ପତି। ଏପରି ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସ ସାଂସଦମାନେ ହାତରେ କଳାବ୍ୟାଚ ପିନ୍ଧି ଆଜି ସଂସଦ ଭିତରକୁ ଆସିଥିଲେ। ସଂସଦରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କେଉଁ ଆଧାରରେ ୭ ସାସଂଦଙ୍କୁ ନିଲମ୍ୱନ କରାଗଲା ସେ ନେଇ ଜବାବ ମାଗିଥିଲେ। ଏହାପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ପୂର୍ବତନ ବାଚସ୍ପତି ମୀରା କୁମାରୀ ଏହି ସମାନ ନିୟମ ଆଧାରରେ ୪୪ ସାଂସଦଙ୍କୁ ନିଲମ୍ୱନ କରିଥିବା କଥା ମନେ ପକାଇ ଦେଇଥିଲେ।

ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, ‘ଗତକାଲି କଂଗ୍ରେସର ସାତ ସାଂସଦଙ୍କୁ ଚଳିତ ବଜେଟ୍ ଅଧିବେଶନରୁ ନିଲମ୍ବନ କରାଯାଇଛି। କେଉଁ ଆଧାରରେ ଏହା କରାଯାଇଥିଲା ଆମେ ଜାଣିନାହୁଁ? ଏହା ଏକ ଛୋଟ ଜିନିଷ ନୁହେଁ। ଆମେ କେବଳ ଦିଲ୍ଲୀ ହିଂସାକୁ ନେଇ ଏକ ବିତର୍କ ଚାହୁଁଛୁ’।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଧୀରଙ୍କ ଜବାବର ଉତ୍ତର ଦେଇ କହିଛନ୍ତି, ‘ସରକାର ସାଂସଦଙ୍କୁ ସଂସଦରୁ ଦୂରେଇ ରଖିବାକୁ ଚାହୁଁନାହିଁ, କିନ୍ତୁ ଗତକାଲି ଯାହା ଘଟିଛି ୭୦ ବର୍ଷ ମଧ୍ୟରେ ସ୍ୱାଧୀନ ଭାରତରେ ଘଟିନାହିଁ’।

ଯୋଶୀ କହିଛନ୍ତି, '୩୭୪ (୧) ଏବଂ ୩୭୪ (୨) ଧାରାରେ ମୀରା କୁମାରୀ ୪୪ ଜଣ ସାଂସଦଙ୍କୁ ସଂସଦରୁ ବାଦ ଦେଇଥିଲେ। ତେବେ ବାଚସ୍ପତି ଯେଉଁ ଆଧାରରେ ନିଷ୍ପତ୍ତି ନେଇଛନ୍ତି ତାହା ଗ୍ରହଣୀୟ’।

Related story