ଆକାଶରେ ବୁଲି ବୁଲି ବିଲ ମଝିରେ ଓହ୍ଲାଇଲା ଯୋଗୀଙ୍କ ହେଲିକପ୍ଟର

ଲକ୍ଷ୍ନୌ: ହେଲିପ୍ୟାଡରେ ଅବତରଣ କରିବାକୁ  ଡରିଲେ ପାଇଲଟ। ବିଲ ମଝିରେ ଓହ୍ଲାଇଲା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର। ଆଜି ଏମିତି ଏକ ଘଟଣା ଉତ୍ତରପ୍ରଦେଶର କାଶଗଞ୍ଜ ଅଞ୍ଚଳରେ। କାଳବୈଶାଖୀରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିବାକୁ ଯିବା ଅବସରରେ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ବିଲ ମଝିରେ ଅବତରଣ କରିଥିଲା। ସ୍ଥାନୀୟ ପ୍ରଶାସନ ପକ୍ଷରୁ ହେଲିପ୍ୟାଡର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ପାଇଲଟ ସେଠାରେ ହେଲିକପ୍ଟର ଅବତରଣ କରିବାକୁ ଭୟ କରିଥିଲେ। ପାଇଲଟଙ୍କ କହିବା ଅନୁଯାୟୀ ସମ୍ପୂର୍ଣ୍ଣ ଅନୁପଯୁକ୍ତ ସ୍ଥାନରେ  ଏହି […]

Yogi

Rakesh Mallick
  • Published: Tuesday, 15 May 2018
  • , Updated: 15 May 2018, 07:30 PM IST

ଲକ୍ଷ୍ନୌ: ହେଲିପ୍ୟାଡରେ ଅବତରଣ କରିବାକୁ  ଡରିଲେ ପାଇଲଟ। ବିଲ ମଝିରେ ଓହ୍ଲାଇଲା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର। ଆଜି ଏମିତି ଏକ ଘଟଣା ଉତ୍ତରପ୍ରଦେଶର କାଶଗଞ୍ଜ ଅଞ୍ଚଳରେ। କାଳବୈଶାଖୀରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିବାକୁ ଯିବା ଅବସରରେ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ବିଲ ମଝିରେ ଅବତରଣ କରିଥିଲା। ସ୍ଥାନୀୟ ପ୍ରଶାସନ ପକ୍ଷରୁ ହେଲିପ୍ୟାଡର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ପାଇଲଟ ସେଠାରେ ହେଲିକପ୍ଟର ଅବତରଣ କରିବାକୁ ଭୟ କରିଥିଲେ। ପାଇଲଟଙ୍କ କହିବା ଅନୁଯାୟୀ ସମ୍ପୂର୍ଣ୍ଣ ଅନୁପଯୁକ୍ତ ସ୍ଥାନରେ  ଏହି ହେଲିପ୍ୟାଡ ନିର୍ମାଣ କରାଯାଇଛି। ହେଲିପ୍ୟାଡ ଚତୁପାର୍ଶ୍ୱରେ ଗଛ ଭରି ରହିଛି। ତେଣୁ ସେଠାରେ ଅବତରଣ କରିଥିଲେ ଦୁର୍ଘଟଣା ଘଟିବାର ଆଶଙ୍କା ଥିଲା।

ତେଣୁ ସେ ବାଧ୍ୟ ହୋଇ ବିଲ ମଝିରେ ହେଲିକପ୍ଟରଟିକୁ ଓହ୍ଲାଇଥିଲେ। ସେପଟେ ମୁଖ୍ୟମନ୍ତ୍ରୀ ବିପଦମୁକ୍ତ ଏବଂ ଏହା କୌଣସି ଜରୁରୀ ଅବତରଣ ନଥିଲା ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ,  କାଳବୈଶାଖୀରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ଆଜି କାଶଗଞ୍ଜ ଅଞ୍ଚଳର ଫରେଲୀ ଗାଁରେପହଞ୍ଚି ଥିଲେ।  ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତଙ୍କ ଅବସ୍ଥା ପଚାରି ବୁଝିଛନ୍ତି ।  ଏହା ସହ କାଳବୈଶାଖୀରେ ମୃତ ପରିବାର ସଦସ୍ୟଙ୍କୁ ଭେଟି କ୍ଷତିପୂରଣ ବାବଦର ଚେକ୍ ପ୍ରଦାନ କରିଛନ୍ତି।   ପୀଡିତଙ୍କ ପରିବାରଙ୍କୁ ଯଥା ସମ୍ଭବ କ୍ଷତିପୂରଣ ଦେବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ଏହା ପରେ ଜିଲ୍ଲପାଳ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକରେ ଯୋଗ ଦେଇ ସ୍ଥିତିର ସମୀକ୍ଷା କରିଛନ୍ତି ଯୋଗୀ ଆଦିତ୍ୟନାଥ।   ଶନିବାର ଦିନ ହୋଇଥିବା ପ୍ରଳୟଙ୍କରି ଘୂର୍ଣ୍ଣିଝଡ଼ରେ ଉତ୍ତର ଭାରତରେ ୭୦ରୁ ଅଧିକ ପ୍ରାଣ ହରାଇଥିଲେ ।

Related story