ଆଫଗାନିସ୍ତାନ ପାର୍ଲାମେଣ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ

ବୁଲ: ଆଫଗାନିସ୍ତାନ ପାର୍ଲାମେଣ୍ଟ ଉପରେ ସୋମବାର ହୋଇଛି ଆତଙ୍କବାଦୀ ଆକ୍ରମଣ।କିଛି ଆତ୍ମଘାତୀ ବିସ୍ଫୋରଣକାରୀ ଓ ବନ୍ଧୁକଧାରୀମାନେ ପାର୍ଲାମେଣ୍ଟ ପରିସରରେ ପଶି ଆକ୍ରମଣ କରିଛନ୍ତି।ପାର୍ଲାମେଣ୍ଟ ଭିତରେ ଓ ବାହାରେ ଗୁଳି ବିନିମୟ ଓ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି।

afgan attack

Rakesh Mallick
  • Published: Monday, 22 June 2015
  • , Updated: 04 May 2017, 03:45 PM IST

ବୁଲ: ଆଫଗାନିସ୍ତାନ ପାର୍ଲାମେଣ୍ଟ ଉପରେ ସୋମବାର ହୋଇଛି ଆତଙ୍କବାଦୀ ଆକ୍ରମଣ।କିଛି ଆତ୍ମଘାତୀ ବିସ୍ଫୋରଣକାରୀ ଓ ବନ୍ଧୁକଧାରୀମାନେ ପାର୍ଲାମେଣ୍ଟ ପରିସରରେ ପଶି ଆକ୍ରମଣ କରିଛନ୍ତି।ପାର୍ଲାମେଣ୍ଟ ଭିତରେ ଓ ବାହାରେ ଗୁଳି ବିନିମୟ ଓ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି।ଏପରି କି ପାର୍ଲାମେଣ୍ଟର ନିମ୍ନ ସଦନକୁ କେତେକ ବନ୍ଧୁକଧାରୀ ପ୍ରବେଶ କରିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ତେବେ ସୁରକ୍ଷାକର୍ମୀ ପାର୍ଲାମେଣ୍ଟ ପରିସରରେ ଥିବା ସାଂସଦ ଓ ସାମ୍ୱାଦିକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି।ରିପୋର୍ଟ ଲେଖାଯିବା ପର୍ଯ୍ୟାନ୍ତ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମାୟ ଚାଲିଥିବା ଜଣାପଡିଛି।

Related story