୧୨ ବର୍ଷ ପରେ ଫୁଟିଛି ଦକ୍ଷିଣ ଭାରତର ଏହି ଫୁଲ, ନିଜ ଭାଷଣରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ୭୨ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌କିଲ୍ଲାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସେ ଏମିତି ଏକ ଫୁଲ ବିଷୟରେ ସୂଚନା ଦେଇଥିଲେ, ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି। ମୋଦି କହିଥିଲେ- “ଆମ ଦେଶରେ ୧୨ ବର୍ଷରେ ଥରେ ‘ନୀଳକୁରଞ୍ଜୀ’ ଫୁଲ ଫୁଟିଥାଏ। ଚଳିତବର୍ଷ ଏହା ଦକ୍ଷିଣ ଭାରତରେ ଥିବା ନୀଳଗିରି ପର୍ବତରେ ଫୁଟିଛି। ସତେ ଯେମିତି ଲାଗୁଛି, ତ୍ରିରଙ୍ଗାର ଅଶୋକ ଚକ୍ର ପରି ଏହା […]

nilakunjari

Ordigital Desk
  • Published: Wednesday, 15 August 2018
  • , Updated: 15 August 2018, 08:39 PM IST

ନୂଆଦିଲ୍ଲୀ: ଆଜି ୭୨ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌କିଲ୍ଲାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସେ ଏମିତି ଏକ ଫୁଲ ବିଷୟରେ ସୂଚନା ଦେଇଥିଲେ, ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି।

ମୋଦି କହିଥିଲେ- “ଆମ ଦେଶରେ ୧୨ ବର୍ଷରେ ଥରେ ‘ନୀଳକୁରଞ୍ଜୀ’ ଫୁଲ ଫୁଟିଥାଏ। ଚଳିତବର୍ଷ ଏହା ଦକ୍ଷିଣ ଭାରତରେ ଥିବା ନୀଳଗିରି ପର୍ବତରେ ଫୁଟିଛି। ସତେ ଯେମିତି ଲାଗୁଛି, ତ୍ରିରଙ୍ଗାର ଅଶୋକ ଚକ୍ର ପରି ଏହା ସ୍ୱାଧୀନତା ଦିବସରେ ଉଡ଼ୁଛି।”

କ’ଣ ଏହି ‘ନୀଳକୁରଞ୍ଜୀ’ ଫୁଲ

କୁରଞ୍ଜୀ ଓ ନୀଳକୁରଞ୍ଜୀର ବୈଜ୍ଞାନିକ ନାଁ Strobilanthes kunthianus । ଏହା ଦକ୍ଷିଣ ଭାରତର ୱେଷ୍ଟର୍ଣ୍ଣ ଘାଟ୍‌ର ଶୋଲା ଜଙ୍ଗଲରେ ଦେଖିବାକୁ ମିଳିଥାଏ। ନୀଳଗିରି ପାହାଡ଼କୁ ଏହି ଫୁଲ ଅନୁସାରେ ନାମିତ କରାଯାଇଛି। ଏହି ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ। ଏହାର ୪୦ ପ୍ରକାର କିସମ ରହିଛି।

ଏହି ଫୁଲ ୧୮୩୮, ୧୮୫୦, ୧୮୬୨, ୧୮୭୪, ୧୮୮୬, ୧୮୯୮, ୧୯୧୦, ୧୯୨୨, ୧୯୩୪, ୧୯୪୬, ୧୯୫୮, ୧୯୭୦, ୧୯୮୨, ୧୯୯୪, ୨୦୦୬ ମସିହାରେ ଫୁଟିଥିଲା। ଏହାପରେ ୨୦୧୮ରେ ପୁଣି ଫୁଟିଛି।

ଫୁଲରୁ ଜାଣନ୍ତି ବୟସ

ଏହି ଫୁଲ ୧୨ ବର୍ଷରେ ଥରେ ଫୁଟୁଥିଲେ ବି କିଛି ଏମିତି ଫୁଲ ଅଛି ଯାହା ୭ ବର୍ଷରେ ଥରେ ଫୁଟିଥାଏ। ଜାଣି ଆଶ୍ଚର୍ଯ୍ୟ ହେବେ, ତାମିଲନାଡ଼ୁର ପଲିୟାନ୍ ସଂପ୍ରଦାୟର ଲୋକମାନେ ଏହି ଫୁଲରୁ ନିଜର ଓ ପରିବାର ଲୋକଙ୍କ ବୟସ ଆକଳନ କରିଥାନ୍ତି।

ଏହି ଫୁଲ ୧୩୦୦ରୁ ୨୪୦୦ ମିଟର ଉଚ୍ଚରେ ଫୁଟିଥାଏ। ଏହାର ଗଛ ୩୦ରୁ ୬୦ ସେଣ୍ଟିମିଟର ଉଚ୍ଚ ହୋଇଥାଏ। କିଛି ଗଛ ୧୮୦ ସେଣ୍ଟିମିଟର୍ ପର୍ଯ୍ୟନ୍ତ ବଢ଼ିଥାଏ।

ଫୁଲର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଲାଗିଛି ଭିଡ଼

ଦିନ ଥିଲା ନୀଳଗିରି ଓ ପଲାନୀ ହିଲ୍ସର ସବୁ ପାହାଡ଼ ନୀଳକୁରଞ୍ଜୀ ଫୁଲର ଚାଦରେ ଢାଙ୍କି ହୋଇଯାଉଥିଲା। ହେଲେ ଏବେ ଏହା କିଛି ସ୍ଥାନରେ ଫୁଟିଛି। କେରଳ ପର୍ଯ୍ୟଟନ ବିଭାଗ ଅନୁଯାୟୀ, ଚଳିତବର୍ଷ କୋୱିଲୁର୍‌, କଦାବରୀ, ରାଜାମାଲା ଓ ଇରାୱୀକୁଲମ୍‌ରେ ଏହା ଫୁଟିଛି।  ଏହାକୁ ଦେଖିବାକୁ ପ୍ରତିଦିନ ସେଠାରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଚଳିତ ମାସରେ ଫୁଟିଥିବା ଏହି ଫୁଲ ଆସନ୍ତା ଅକ୍ଟୋବର ପର୍ଯ୍ୟନ୍ତ ଦେଖିବାକୁ ମିଳିବ।

Related story