ସ୍କୁଲ ଛାତ୍ରଙ୍କ ସମେତ ୪ ମୃତ, ୧୦ ଟ୍ରକ୍‌ ଜାଳିଦେଲେ ଲୋକେ

ଗଡ଼ଚିରୋଲି: ମହାରାଷ୍ଟ୍ରର ଗଡ଼ଚିରୋଲିଠାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପରିବହନ ବିଭାଗର ଏକ ବସ୍‌  ଉପରେ ଦ୍ରୁତଗାମୀ ଟ୍ରକ୍‌ ମାଡ଼ିଯିବାରୁ ଜଣେ ସ୍କୁଲ ଛାତ୍ରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ସହ ସେହି ରାସ୍ତାରେ ଅତିକ୍ରମ କରୁଥିବା ଅନ୍ୟ ୧୦ଟି ଟ୍ରକ୍‌ରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଏହି […]

acc

Hemant Lenka
  • Published: Wednesday, 16 January 2019
  • , Updated: 16 January 2019, 09:38 PM IST

ଗଡ଼ଚିରୋଲି: ମହାରାଷ୍ଟ୍ରର ଗଡ଼ଚିରୋଲିଠାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପରିବହନ ବିଭାଗର ଏକ ବସ୍‌  ଉପରେ ଦ୍ରୁତଗାମୀ ଟ୍ରକ୍‌ ମାଡ଼ିଯିବାରୁ ଜଣେ ସ୍କୁଲ ଛାତ୍ରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ସହ ସେହି ରାସ୍ତାରେ ଅତିକ୍ରମ କରୁଥିବା ଅନ୍ୟ ୧୦ଟି ଟ୍ରକ୍‌ରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଏହି ଟ୍ରକ୍‌ ଗୁଡ଼ିକ ସ୍ଥାନୀୟ ଖଣି ଅଞ୍ଚଳ କାର୍ଯ୍ୟରେ ନିୟୋଜିତ ହୋଇଥିଲା।

ଆଜି ବସ୍‌ଟି ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ୫୦ ଜଣ ଯାତ୍ରୀଙ୍କୁ ନେଇ ଅହେରିଠାରୁ ଆଲପାଲ୍ଲୀ ଯାଉଥିଲା। ତେବେ ବସ୍‌ଟି ଗୁରୁପାଲ୍ଲୀ ବୁଲାଣି ଅତିକ୍ରମ କରୁଥିବା ବେଳେ ବିପରୀତ ଦିଗରୁ ଏକ ଦ୍ରୁତଗାମୀ ଟ୍ରକ୍‌ ବସ୍‌ଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଜଣେ ସ୍କୁଲ ଛାତ୍ରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ପ୍ରଥମେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଏହାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ୍‌ ନେଇଥିଲା। ତେବେ ଦୁର୍ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତା ରୋକ କରିବା ସହ ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ।

Related story