ତାଗିଦ୍ ପରେ ଅଳ୍ପ ବକେୟା ପୈଠ କଲା ଟେଲିକମ କମ୍ପାନୀ

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ ଏବଂ ଟାଟା ସମୂହ ସୋମବାର ସରକାରଙ୍କୁ ବକେୟା ଟଙ୍କାରୁ କିଛି ଟଙ୍କା ଦେଇଛନ୍ତି। ଭୋଡାଫୋନ ଆଇଡିଆ ୨,୫୦୦ କୋଟି, ଟାଟା ସମୂହ ୨,୧୯୦ କୋଟି ଟଙ୍କା ଜମା କରିଥିବା ସୂଚନା ରହିଛି। ନିକଟରେ ସୁପ୍ରିମକୋର୍ଟ ବକେୟା ଟଙ୍କା ନେଇ ଟେଲିକମ କମ୍ପାନୀ ଓ ଟେଲିକମ ମନ୍ତ୍ରଣାଳୟ ବିରୋଧରେ ବର୍ଷିଥିଲେ। ଏହାପରେ ଆଜି ପ୍ରଥମେ ଏୟାରଟେଲ୍ ୧୦, ୦୦୦ କୋଟି ଟଙ୍କା ବକେୟା ପୈଠ କରିଥିଲା। ବାକି ପଇସା ସମ୍ପୂର୍ଣ୍ଣ ଆକଳନ ପରେ ଦିଆଯିବ […]

airtel vodafone idea

airtel vodafone idea

Subhransu Sekhar
  • Published: Monday, 17 February 2020
  • Updated: 17 February 2020, 10:12 PM IST

Sports

Latest News

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ ଏବଂ ଟାଟା ସମୂହ ସୋମବାର ସରକାରଙ୍କୁ ବକେୟା ଟଙ୍କାରୁ କିଛି ଟଙ୍କା ଦେଇଛନ୍ତି। ଭୋଡାଫୋନ ଆଇଡିଆ ୨,୫୦୦ କୋଟି, ଟାଟା ସମୂହ ୨,୧୯୦ କୋଟି ଟଙ୍କା ଜମା କରିଥିବା ସୂଚନା ରହିଛି। ନିକଟରେ ସୁପ୍ରିମକୋର୍ଟ ବକେୟା ଟଙ୍କା ନେଇ ଟେଲିକମ କମ୍ପାନୀ ଓ ଟେଲିକମ ମନ୍ତ୍ରଣାଳୟ ବିରୋଧରେ ବର୍ଷିଥିଲେ। ଏହାପରେ ଆଜି ପ୍ରଥମେ ଏୟାରଟେଲ୍ ୧୦, ୦୦୦ କୋଟି ଟଙ୍କା ବକେୟା ପୈଠ କରିଥିଲା।

ବାକି ପଇସା ସମ୍ପୂର୍ଣ୍ଣ ଆକଳନ ପରେ ଦିଆଯିବ ବୋଲି ଟେଲିକମ କମ୍ପାନୀ ମାନେ କହିଛନ୍ତି। ବ୍ୟବସାୟୀ ସୁନୀଲ ମିତ୍ତଲଙ୍କ ନେତୃତ୍ୱାଧୀନ ଏୟାରଟେଲ ପକ୍ଷରୁ ଆଜି କୁହାଯାଇଛି, ଭାରତୀ ଏୟାରଟେଲ, ଭାରତୀୟ ହେକ୍ସାକମ ଏବଂ ଟେଲିନୋର ତରଫରୁ ୧୦, ୦୦୦ କୋଟି ଟଙ୍କା ବକେୟା ଦିଆଯାଇଛି।

ଏଜିଆର ବକେୟା ଟଙ୍କା ଦେବା ପାଇଁ କମ୍ପାନୀମାନେ ଦୁଇ ବର୍ଷ ରୋକ୍ ଲଗାଇବା ସହିତ ୧୦ ବର୍ଷ ସମୟ ମାଗିଥିଲେ। ଫେବୃଆରୀ ୧୪ରେ ଟେଲିକମ କମ୍ପାନୀମାନେ ବକେୟା ପଇସା ନଦେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ଏହାପରେ ଟେଲିକମ କମ୍ପାନୀମାନଙ୍କ ଏମଡିଙ୍କ ବିରୋଧରେ କୋର୍ଟ ଅବମାନନା ନୋଟିସ ଜାରି କରି ୧୭ ମାର୍ଚ୍ଚ ସୁଦ୍ଧା ଜବାବ ତଲବ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଏମଡିମାନେ ପକ୍ଷ ରଖି କେବେ ସୁଦ୍ଧା ଏଜିଆର ବକେୟା ଟଙ୍କା ଦେବେ ସେ ବାବଦରେ ସ୍ପଷ୍ଟ କରିବେ। ଟାଟା, ଏୟାରଟେଲ, ଭୋଡାଫୋନ ଆଇଡିଆ ଆଦି ଟେଲିକମ କମ୍ପାନୀ ଉପରେ ୧.୪୭ ଲକ୍ଷ ଟଙ୍କାର ବକେୟା ରହିଛି।

ଗତବର୍ଷ କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ବିଭାଗର ଏକ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ପରେ ଦେଶର ୮ ଟେଲିକମ କମ୍ପାନୀକୁ ବକେୟା ୯୨ ହଜାର କୋଟିରୁ ଅଧିକ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହି ବକେୟା ଟଙ୍କା ଭିତରେ ଏଜିଆର ( ଆଡଜଷ୍ଟେଡ ଗ୍ରସ୍‌ ରେଭିନ୍ୟୁ ବା ସମୟୋଚିତ ସକଳ ରାଜସ୍ୱ)ରେ ଲାଇସେନ୍ସ ଟଙ୍କା ଏବଂ ସ୍ପେକ୍ଟ୍ରମ ବ୍ୟବହାର ଏବଂ ଅନ୍ୟାନ୍ୟ ଟଙ୍କା ରହିଛି। ୧୯୯୯-୨୦୦୦ ମସିହାରୁ ଟେଲିକମ କମ୍ପାନୀ ଏବଂ ଦୂରସଞ୍ଚାର ବିଭାଗ ମଧ୍ୟରେ ଏହି ବିବାଦ ଚାଲିଥିଲା। ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଟେଲିକମ ସେବା ଯୋଗାଉଥିବା କମ୍ପାନୀମାନେ ଦୀର୍ଘ ବର୍ଷ ହେବ ବକେୟା ଟଙ୍କା ଦେଇ ନାହାନ୍ତି। ଏବେ ସେମାନଙ୍କୁ ବକେୟା ଟଙ୍କାର ସୁଧ ଏବଂ ଜୋରିମାନା ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ଡିସେମ୍ୱରରେ ଶୁଣାଣି ବେଳେ କହିଥିଲେ।

ସୂଚନାଯୋଗ୍ୟ, ଯେଉଁ ସ୍ପେକ୍ଟରମ ବ୍ୟବହାର ପାଇଁ ଟେଲିକମ କମ୍ପାନୀମାନେ ଲାଇସେନ୍ସ ନେଇଛନ୍ତି, ସେଥିପାଇଁ ଏବେ ପଇସା ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପୂର୍ବରୁ ସ୍ପେକ୍ଟ୍ରମ ଚାର୍ଜ ଲାଇସେନ୍ସ ନେବା ବେଳେ କମ୍ପାନୀମାନଙ୍କୁ ଥରେ ଦେୟ ଦେବାକୁ ପଡ଼ୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos