ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବେଳେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଦିଲ୍ଲୀ ନିର୍ବାଚନ କମିଶନ ଏ ନେଇ ରିପୋର୍ଟ ମାଗିଛନ୍ତି। ସୋମବାର ନର୍ଥ ଓ୍ୱେଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବେଳେ ଅନୁରାଗ ଠାକୁର କହିଥିଲେ, ‘ଦେଶଦ୍ରୋହୀଙ୍କୁ ଗୁଳି ମାର’। ଏହାପରେ ଉପସ୍ଥିତ ଲୋକମାନେ ‘ଗୁଳି ମାର ...ଙ୍କୁ’ କହିଥିଲେ।
ଜବାବରେ ଅନୁରାଗ କହିଛନ୍ତି, ‘ସେହି ଭିଡିଓଟିକୁ ପ୍ରଥମେ ଦେଖିବାର ଅଛି, ଦିଲ୍ଲୀବାସୀଙ୍କ ମୁଡକୁ ଏ ନେଇ ସମୀକ୍ଷା କରିବାର ଅଛି’।
ସୂଚନା ଅନୁଯାୟୀ ଅନୁରାଗ ଠାକୁର ଦେଇଥିବା ବିବାଦୀୟ ସ୍ଲୋଗାନ ଦିଲ୍ଲୀ ଜେଏନୟୁ ଆକ୍ରମଣ, ମହାରାଷ୍ଟ୍ରର ସିଏଏ ସମର୍ଥନ ରାଲିରେ ଶୁଣିବାକୁ ମିଳିଥିଲା।
ଅନୁରାଗଙ୍କ ପୂର୍ବରୁ ଆପ୍ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ନେତା କପିଲ ମିଶ୍ରା ଟୁଇଟ କରି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଶାହିନ ବାଗକୁ ମିନି ପାକିସ୍ତାନ। ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଭାରତ-ପାକିସ୍ତାନ ସହ ତୁଳନା କରି ଟୁଇଟ୍ କରିଥିଲେ କପିଲ ମିଶ୍ରା। ଏହାପରେ ଜାନୁଆରୀ ୨୫ ସନ୍ଧ୍ୟା ୫ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ମଡ଼େଲ ଟାଉନ ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ଉପରେ ରୋକ ଲଗାଇଥିଲେ ନିର୍ବାଚନ କମିଶନ।
ସୂଚନାଯୋଗ୍ୟ, ଫେବୃଆରୀ ୮ରେ ଦିଲ୍ଲୀର ୭୦ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ। ଫେବୃଆରୀ ୧୧ରେ ଭୋଟ ଗଣତି ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।