ହାତରୁ ଖସୁଛି ମଧ୍ୟପ୍ରଦେଶ, ରାଜସ୍ଥାନ ପାଇଁ ଅଣ୍ଟା ଭିଡ଼ିଲେ ସୋନିଆ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ଗୋଷ୍ଠୀର ୨୦ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବା ପରେ ରାଜ୍ୟରେ କମଲନାଥ ସରକାର ଭାଙ୍ଗିଯିବ ବୋଲି ଅନୁମାନ କରାଯାଉଛି। ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଡାକି ବୈଠକ କରିଛନ୍ତି। ରାଜସ୍ଥାନରେ କଂଗ୍ରେସର ବିଧାୟକ ସଂଖ୍ୟା ବିଜେପି ତୁଳନାରେ ଅଧିକ ରହିଛି। ହେଲେ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ଦଳୀୟ ବିଧାୟକ ଯଦି ଇସ୍ତଫା ଦେବେ, ତା’ହେଲେ ବିଜେପି ସରକାର ଗଢ଼ିବା ପାଇଁ […]

SONIA GEHLOT

Subhransu Sekhar
  • Published: Tuesday, 10 March 2020
  • , Updated: 10 March 2020, 03:48 PM IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ଗୋଷ୍ଠୀର ୨୦ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବା ପରେ ରାଜ୍ୟରେ କମଲନାଥ ସରକାର ଭାଙ୍ଗିଯିବ ବୋଲି ଅନୁମାନ କରାଯାଉଛି। ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଡାକି ବୈଠକ କରିଛନ୍ତି। ରାଜସ୍ଥାନରେ କଂଗ୍ରେସର ବିଧାୟକ ସଂଖ୍ୟା ବିଜେପି ତୁଳନାରେ ଅଧିକ ରହିଛି। ହେଲେ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ଦଳୀୟ ବିଧାୟକ ଯଦି ଇସ୍ତଫା ଦେବେ, ତା’ହେଲେ ବିଜେପି ସରକାର ଗଢ଼ିବା ପାଇଁ ସୁଯୋଗ ହାତ ଛଡ଼ା କରିନପାରେ।

ରାଜସ୍ଥାନରେ ସରକାର ଗେହଲଟ ସରକାର ଭାଙ୍ଗିବା ଏତେଟା ସହଜ ନୁହେଁ। ନିକଟରେ କିନ୍ତୁ ୫ ବିଧାୟକମାନେ ସରକାର ଉପରେ ଅସନ୍ତୋଷ ପ୍ରକାଶ କରି ଆଇଏଏସ ଅଫିସରଙ୍କ ବିରୋଧରେ ଅନେକ କଟୂ ମନ୍ତବ୍ୟ ଦେଇଛନ୍ତି। ଯାହାକି ମୁଖ୍ୟମନ୍ତ୍ରୀଙ୍କ ଶାସନ ପ୍ରକ୍ରିୟାକୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ତେଣୁ ସହଯୋଗୀ, ସ୍ୱାଧୀନ ଓ କିଛି କଂଗ୍ରେସ ବିଧାୟକ ଯଦି ମିଶିଯିବେ ତାହେଲେ ରାଜସ୍ଥାନରେ ମଧ୍ୟ ସରକାର ଭାଙ୍ଗି ହେବ। ଏବେ ଏହି ସବୁ ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୋନିଆ ଗାନ୍ଧୀ ଅଶୋକ ଗେହଲଟଙ୍କୁ କହିଥିବା ସୂଚନା ରହଛି।

ରାଜସ୍ଥାନରେ ୨୦୦ ଆସନ ରହିଛି। କଂଗ୍ରେସ ପାଖରେ ୯୯ ବିଧାୟକ ରହିଛନ୍ତି। ବିଏସପି ୬, ସିପିଏମ୍ ୨, ଆରଏଲଡି ୧, ଆରଏଲପି ୩ ଏବଂ ୧୩ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି। ବିଜେପି ପାଖରେ ୭୩ ବିଧାୟକ ରହିଛନ୍ତି। ଏଭଳି ସ୍ଥିତିରେ ଯଦି ସ୍ୱାଧୀନ ବିଧାୟକ ଓ କଂଗ୍ରେସର କିଛି ବିଧାୟକ ଯଦି ବିଜେପି ସହିତ ଯୋଗାଯୋଗରେ ଆସିବେ ତାହେଲେ ଗେହଲଟ ସରକାରଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇପାରେ।

ଗେହଲଟ ସରକାରରେ ସାମିଲ୍ ଥିବା ଅନେକ ମନ୍ତ୍ରୀ ମଧ୍ୟ ସରକାରଙ୍କ କାର୍ଯ୍ୟପ୍ରଣାଳୀ ଉପରେ ଅସନ୍ତୋଷ ପ୍ରକାଶ କରି ସାରିଛନ୍ତି। ଏ ନେଇ କଂଗ୍ରେସ ବିଧାୟକମାନେ ମଧ୍ୟ ନିଜର ଅସନ୍ତୋଷ ସୋନିଆ ଗାନ୍ଧୀଙ୍କ ନିକଟରେ ଜାହିର କରି ସାରିଛନ୍ତି।

Related story