ଥମୁନି ରାଜନୀତିକ ହିଂସା, ତ୍ରିପୁରାରେ ଦୁଇ ରାତିରେ ଗଲାଣି ଦୁଇ ବିଜେପି ସମର୍ଥକଙ୍କ ଜୀବନ

ଅଗରତାଲା: ସାଧାରଣ ନିର୍ବାଚନରେ ବିଜେପିକୁ ମିଳିଛି ଜନାଦେଶ। ହେଲେ ଫଳାଫଳ ଘୋଷଣା ପରେ ସବୁଠୁ ଅଧିକ ରାଜନୀତିକ ଆକ୍ରୋଶର ଶିକାର ବିଜେପି କର୍ମୀ ହୋଇଥିବା ଦେଖିବାକୁ ମିଳିଛି। ଗତ ୩ ଦିନରେ ୩ଟି ରାଜ୍ୟରେ ୪ ବିଜେପି କର୍ମୀ ହତ୍ୟାର ଶିକାର ହୋଇଥିବା ବେଳେ ୨୫ରୁ ଅଧିକ ବିଜେପି କର୍ମୀ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ତ୍ରିପୁରାର ପଶ୍ଚିମ ତ୍ରିପୁରା ଜିଲ୍ଲାରେ ଶିବୁ ଦାଶ ନାମକ ଜଣେ ବିଜେପି କର୍ମୀ ହତ୍ୟାର ଶିକାର […]

bjp supporter

bjp supporter

Subhransu Sekhar
  • Published: Monday, 27 May 2019
  • Updated: 27 May 2019, 11:59 AM IST

Sports

Latest News

ଅଗରତାଲା: ସାଧାରଣ ନିର୍ବାଚନରେ ବିଜେପିକୁ ମିଳିଛି ଜନାଦେଶ। ହେଲେ ଫଳାଫଳ ଘୋଷଣା ପରେ ସବୁଠୁ ଅଧିକ ରାଜନୀତିକ ଆକ୍ରୋଶର ଶିକାର ବିଜେପି କର୍ମୀ ହୋଇଥିବା ଦେଖିବାକୁ ମିଳିଛି। ଗତ ୩ ଦିନରେ ୩ଟି ରାଜ୍ୟରେ ୪ ବିଜେପି କର୍ମୀ ହତ୍ୟାର ଶିକାର ହୋଇଥିବା ବେଳେ ୨୫ରୁ ଅଧିକ ବିଜେପି କର୍ମୀ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ଶନିବାର ରାତିରେ ତ୍ରିପୁରାର ପଶ୍ଚିମ ତ୍ରିପୁରା ଜିଲ୍ଲାରେ ଶିବୁ ଦାଶ ନାମକ ଜଣେ ବିଜେପି କର୍ମୀ ହତ୍ୟାର ଶିକାର ହୋଇଛନ୍ତି। ଏ ନେଇ ତ୍ରିପୁରାର ଶାସକ ଦଳ ବିଜେପି ବିରୋଧୀ ସିପିଆଇ(ଏମ)କୁ ଦାୟୀ କରିଛି। ଏବଂ କଂଗ୍ରେସ ମଧ୍ୟ ଭିତିରିଆ ଭାବରେ ଏହି ହତ୍ୟାକାଣ୍ଡକୁ ଉସକାଉଥିବା ତ୍ରିପୁରା ବିଜେପି ମୁଖପାତ୍ର ନବେନ୍ଦୁ ଭଟ୍ଟଚାର୍ଯ୍ୟ କହିଛନ୍ତି। ସେହିପରି ଶୁକ୍ରବାର ରାତିରେ ସମାନ ଜିଲ୍ଲାରେ ବିଜୁ ଭୌମିକ ନାମକ ଜଣେ ବିଜେପି ସମର୍ଥକ ହତ୍ୟାର ଶିକାର ହୋଇଛନ୍ତି ଏବଂ ତିନି ଦିନ ମଧ୍ୟରେ ତ୍ରିପୁରାର ୨୫ରୁ ଅଧିକ ବିଜେପି କର୍ମୀ ଓ ସମର୍ଥକ ଆକ୍ରମଣର ଶିକାର ହୋଇଛନ୍ତି ବୋଲି ନବେନ୍ଦୁ କହିଛନ୍ତି। ପୋଲିସ ଏହି ଦୁଇଟି ଘଟଣାରେ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ତେବେ ବିଜେପିର ଏଭଳି ଅଭିଯୋଗକୁ ସିପିଆଇ(ଏମ୍) ଖଣ୍ଡନ କରିଛି । ଓଲଟି ବିଜେପି କର୍ମୀ ତାଙ୍କ ଦଳର କର୍ମୀ ଓ ସମର୍ଥକଙ୍କୁ ଆକ୍ରମଣ କରୁଥିବା ସିପିଆଇ(ଏମ୍) ଦଳ ପକ୍ଷରୁ କୁହାଯାଇଛି।

ସେହିପରି ଗତକାଲି ଉତ୍ତର ପ୍ରଦେଶର ଆମେଠି ଲୋକସଭା ଆସନରେ ନବନିର୍ବାଚିତ ସାଂସଦ ସ୍ମୃତି ଇରାନୀଙ୍କ ସହଯୋଗୀ ସୁରେନ୍ଦ୍ର ସିଂହ ହତ୍ୟାର ଶିକାର ହୋଇଥିବା ବେଳେ ୨୫ ତାରିଖ ଦିନ ପଶ୍ଚିମବଙ୍ଗରେ ଜଣେ ବିଜେପି କର୍ମୀ ହତ୍ୟାର ଶିକାର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos