ଦଳ ସବୁଠୁ ଖରାପ ସ୍ତରରେ, ପୁଣି ନେତୃତ୍ୱକୁ ନେଇ ପ୍ରଶ୍ନ କଲେ ଗୁଲାମ୍

ନୂଆଦିଲ୍ଲୀ: ଗୋଟିଏ ପଟେ କଂଗ୍ରେସ ନେତା କପିଲ ଶିବଲ ଦଳର ନେତୃତ୍ୱକୁ ନେଇ ସମାଲୋଚନା କରିଛନ୍ତି। ଅନ୍ୟପଟେ ଦଳର ଅନ୍ୟତମ ବରିଷ୍ଠ ନେତା ମଲିକାର୍ଜୁନ ଖାଡ଼ଗେ ଏବଂ ଅଧୀର ରଞ୍ଜନ ଚୌଧୁରୀ ଭଳି ନେତା ଗାନ୍ଧୀ ପରିବାରର ନେତୃତ୍ୱକୁ ସମର୍ଥନ କରି ଶିବଲଙ୍କୁ ଘେରିଛନ୍ତି। ଏହାରି ଭିତରେ ପୁଣିଥରେ ଦଳର ନେତୃତ୍ୱକୁ ପୁଣି ଥରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍। ସେ କହିଛନ୍ତି ଦଳ ଭିତରେ ଫାଇଭ୍ ଷ୍ଟାର କଲଚର ହଟିବା ଦରକାର। […]

ghulam-nabi-azad

Subhransu Sekhar
  • Published: Sunday, 22 November 2020
  • , Updated: 22 November 2020, 07:20 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ କଂଗ୍ରେସ ନେତା କପିଲ ଶିବଲ ଦଳର ନେତୃତ୍ୱକୁ ନେଇ ସମାଲୋଚନା କରିଛନ୍ତି। ଅନ୍ୟପଟେ ଦଳର ଅନ୍ୟତମ ବରିଷ୍ଠ ନେତା ମଲିକାର୍ଜୁନ ଖାଡ଼ଗେ ଏବଂ ଅଧୀର ରଞ୍ଜନ ଚୌଧୁରୀ ଭଳି ନେତା ଗାନ୍ଧୀ ପରିବାରର ନେତୃତ୍ୱକୁ ସମର୍ଥନ କରି ଶିବଲଙ୍କୁ ଘେରିଛନ୍ତି। ଏହାରି ଭିତରେ ପୁଣିଥରେ ଦଳର ନେତୃତ୍ୱକୁ ପୁଣି ଥରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍।

ସେ କହିଛନ୍ତି ଦଳ ଭିତରେ ଫାଇଭ୍ ଷ୍ଟାର କଲଚର ହଟିବା ଦରକାର। ଦଳରେ ଯିଏ ଟିକେଟ୍ ପାଉଛି ସେ ଯାଇ 5 ଷ୍ଟାର ହୋଟେଲ୍ ବୁକ୍ କରୁଛି। ଯେ ପର୍ଯ୍ୟନ୍ତ ଏଭଳି କଲଚର ଥିବ ସେପର୍ଯ୍ୟନ୍ତ କିଛି ହେବନି ବୋଲି ସେ କହିଛନ୍ତି।

ପଦାଧିକାରୀ ମାନେ ଗୁରୁ ଦାୟିତ୍ୱ ବୁଝିବା ଦରକାର। ଯେପର୍ଯ୍ୟନ୍ତ ସେମାନେ ନବୁଝିବେ ଦଳରେ କୌଣସି ପରିବର୍ତ୍ତନ ହେବନି ବୋଲି ସେ କହିଛନ୍ତି। ଅନ୍ୟପଟେ ପରୋକ୍ଷରେ ନେତୃତ୍ୱକୁ ସମାଲୋଚନା କରିବାକୁ ଯାଇ ଆଜାଦ କହିଛନ୍ତି, ଯେ ପର୍ଯ୍ୟନ୍ତ ଜଣେ ନିଜ ପଦବୀକୁ ଭଲ ପାଇନି, ସେ ପର୍ଯ୍ୟନ୍ତ ସଫଳ ହୋଇପାରିବ ନାହିଁ।

ଦଳ ଭିତରର କଥା କହିବାକୁ ଯାଇ ଆଜାଦ କହିଛନ୍ତି, ଦଳ ଭିତରେ ଅନେକ ବଡ଼ ନେତା, କର୍ମୀଙ୍କ ସହ ସମ୍ପର୍କ ବିଚ୍ଛିନ୍ନ କରିଛନ୍ତି। ଗୋଟିଏ ଜାତୀୟ ଦଳ, ସେଭଳି ଉଚ୍ଚା ଚିନ୍ତାଧାରାର ରହିବା ଦରକାର ବୋଲି କହିଛନ୍ତି।

ଲୋକସଭାରେ ଦଳ ବିରୋଧୀ ଦଳର ନେତା ପଦ ମଧ୍ୟ ପାଇନାହିଁ। ଆଜି କଂଗ୍ରେସ ସବୁଠାରୁ ତଳ ସ୍ତରରେ ରହିଛି। ଯେପର୍ଯ୍ୟନ୍ତ ଆମେ ଆମର କାର୍ଯ୍ୟ ପଦ୍ଧତି ପରିବର୍ତ୍ତନ କରୁନାହୁଁ, ସେ ପର୍ଯ୍ୟନ୍ତ ଆମେ ବିଜୟୀ ହୋଇପାରିବା ନାହିଁ ବୋଲି ସେ କହିଛନ୍ତି। ଦେଶର ବିଭିନ୍ନ ବ୍ଲକ ସଭାପତି ଠାରୁ ଆରମ୍ଭ କରି ଜିଲ୍ଲା ସଭାପତି ପର୍ଯ୍ୟନ୍ତ ଖାଲି ଅଛି, ଏମିତି ହେଲେ ଦଳ କିଭଳି ବିଜୟୀ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

Related story