ଟେଲିକମ୍‌ ବକେୟା ନେଇ ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ : ସରକାର କ’ଣ କୋର୍ଟ ଉପରେ?

ନୂଆଦିଲ୍ଲୀ: ଟେଲିକମ କମ୍ପାନୀମାନେ ବକେୟା ପଇସା ନଦେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏଥିପାଇଁ କେନ୍ଦ୍ର ସରକାର ଏବଂ ଟେଲିକମ କମ୍ପାନୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସରକାରୀ କର୍ମଚାରୀ ସୁପ୍ରିମକୋର୍ଟଙ୍କ ଉପରେ କି ବୋଲି ଶୁଣାଣି ବେଳେ ସର୍ବୋଚ୍ଚ କୋର୍ଟ ପ୍ରଶ୍ନ କରିଛନ୍ତି। ଏହାପରେ ଟେଲିକମ କମ୍ପାନୀମାନଙ୍କ ଏମଡିଙ୍କ ବିରୋଧରେ କୋର୍ଟ ଅବମାନନା ନୋଟିସ ଜାରି କରି ୧୭ ମାର୍ଚ୍ଚ ସୁଦ୍ଧା ଜବାବ ତଲବ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଏମଡିମାନେ ପକ୍ଷ ରଖି […]

supreme

supreme

Subhransu Sekhar
  • Published: Friday, 14 February 2020
  • Updated: 14 February 2020, 01:27 PM IST

Sports

Latest News

ନୂଆଦିଲ୍ଲୀ: ଟେଲିକମ କମ୍ପାନୀମାନେ ବକେୟା ପଇସା ନଦେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏଥିପାଇଁ କେନ୍ଦ୍ର ସରକାର ଏବଂ ଟେଲିକମ କମ୍ପାନୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସରକାରୀ କର୍ମଚାରୀ ସୁପ୍ରିମକୋର୍ଟଙ୍କ ଉପରେ କି ବୋଲି ଶୁଣାଣି ବେଳେ ସର୍ବୋଚ୍ଚ କୋର୍ଟ ପ୍ରଶ୍ନ କରିଛନ୍ତି। ଏହାପରେ ଟେଲିକମ କମ୍ପାନୀମାନଙ୍କ ଏମଡିଙ୍କ ବିରୋଧରେ କୋର୍ଟ ଅବମାନନା ନୋଟିସ ଜାରି କରି ୧୭ ମାର୍ଚ୍ଚ ସୁଦ୍ଧା ଜବାବ ତଲବ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଏମଡିମାନେ ପକ୍ଷ ରଖି କେବେ ସୁଦ୍ଧା ଏଜିଆର ବକେୟା ଟଙ୍କା ଦେବେ ସେ ବାବଦରେ ସ୍ପଷ୍ଟ କରିବେ। ଟାଟା, ଏୟାରଟେଲ, ଭୋଡାଫୋନ ଆଇଡିଆ ଆଦି ଟେଲିକମ କମ୍ପାନୀ ଉପରେ ୧.୪୭ ଲକ୍ଷ ଟଙ୍କାର ବକେୟା ରହିଛି।

ଅନ୍ୟପଟେ ଟେଲିକମ କମ୍ପାନୀ ବକେୟା ଦେବାରେ ଅବହେଳା କରୁଥିବାର କାରଣ ଟେଲିକମ୍ ମନ୍ତ୍ରଣାଳୟର ଆଭିମୁଖ୍ୟକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଜଷ୍ଟିସ ଅରୁଣ ମିଶ୍ର ଶୁଣାଣି ବେଳେ କହିଛନ୍ତି, ଟେଲିକମ ମନ୍ତ୍ରଣାଳୟ କେଉଁ ଆଧାରରେ ବିଜ୍ଞପ୍ତି ଜାରି କରି ବକେୟା ନଦେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲା? ସୁପ୍ରିମକୋର୍ଟଙ୍କ ଆଦେଶ ପରେ ବି ବକେୟା ଟଙ୍କା ଜମା ହୋଇନାହିଁ ବୋଲି ଜଷ୍ଟିସ ମିଶ୍ର କହିଛନ୍ତି।

‘ଦେଶରେ କଣ ହେଉଛି, ଆମେ ଯାହା କହିବାର ଥିଲା କହିଦେଲୁ। ଯଦି ବକେୟା ପଇସା ନେବାର ନଥିଲା ତାହେଲେ ଆବେଦନ କାହିଁକି ହେଉଥିଲା ବୋଲି ବିଚାରପତି ପ୍ରଶ୍ନ କରିଛନ୍ତି। ସରକାରୀ ଅଧିକାରୀ କ’ଣ ସୁପ୍ରିମକୋର୍ଟଙ୍କ କ୍ଷମତାରୁ ଉପରେ କି’ ବୋଲି ଜଷ୍ଟିସ ଅରୁଣ ମିଶ୍ର ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ପୂର୍ବରୁ ଶୁଣାଣି କରି ୨୩ ଜାନୁଆରୀରେ ବକେୟା ଟଙ୍କା ଦେବାକୁ କହିଥିଲେ।

ଗତବର୍ଷ କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ବିଭାଗର ଏକ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ପରେ ଦେଶର ୮ ଟେଲିକମ କମ୍ପାନୀକୁ ବକେୟା ୯୨ ହଜାର କୋଟିରୁ ଅଧିକ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହି ବକେୟା ଟଙ୍କା ଭିତରେ ଏଜିଆର ( ଆଡଜଷ୍ଟେଡ ଗ୍ରସ୍‌ ରେଭିନ୍ୟୁ ବା ସମୟୋଚିତ ସକଳ ରାଜସ୍ୱ)ରେ ଲାଇସେନ୍ସ ଟଙ୍କା ଏବଂ ସ୍ପେକ୍ଟ୍ରମ ବ୍ୟବହାର ଏବଂ ଅନ୍ୟାନ୍ୟ ଟଙ୍କା ରହିଛି। ୧୯୯୯-୨୦୦୦ ମସିହାରୁ ଟେଲିକମ କମ୍ପାନୀ ଏବଂ ଦୂରସଞ୍ଚାର ବିଭାଗ ମଧ୍ୟରେ ଏହି ବିବାଦ ଚାଲିଥିଲା। ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଟେଲିକମ ସେବା ଯୋଗାଉଥିବା କମ୍ପାନୀମାନେ ଦୀର୍ଘ ବର୍ଷ ହେବ ବକେୟା ଟଙ୍କା ଦେଇ ନାହାନ୍ତି। ଏବେ ସେମାନଙ୍କୁ ବକେୟା ଟଙ୍କାର ସୁଧ ଏବଂ ଜୋରିମାନା ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ଡିସେମ୍ୱରରେ ଶୁଣାଣି ବେଳେ କହିଥିଲେ।

ସୂଚନାଯୋଗ୍ୟ, ଯେଉଁ ସ୍ପେକ୍ଟରମ ବ୍ୟବହାର ପାଇଁ ଟେଲିକମ କମ୍ପାନୀମାନେ ଲାଇସେନ୍ସ ନେଇଛନ୍ତି, ସେଥିପାଇଁ ଏବେ ପଇସା ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପୂର୍ବରୁ ସ୍ପେକ୍ଟ୍ରମ ଚାର୍ଜ ଲାଇସେନ୍ସ ନେବା ବେଳେ କମ୍ପାନୀମାନଙ୍କୁ ଥରେ ଦେୟ ଦେବାକୁ ପଡ଼ୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos