ରାଫେଲ୍‌ ପାଇଁ ପ୍ୟାରିସ୍‌ରେ ‘ଅସ୍ତ୍ର ପୂଜା’ କରିବେ ରାଜନାଥ

ନୂଆଦିଲ୍ଲୀ: ପ୍ରଥମ ବ୍ୟାଚ୍‌ ରାଫେଲ୍‌ ବିମାନ ଆଣିବା ପାଇଁ ପ୍ୟାରିସ୍‌ ଗସ୍ତ କରିବାକୁ ଥିବା ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେଠାରେ ଅସ୍ତ୍ର ପୂଜା କରିବେ ବୋଲି ସୂଚନା ମିଳିଛି। ସେ ଦଶହରା ବା ବିଜୟା ଦଶମୀ ଦିନ ଏହି କାର୍ଯ୍ୟ କରିବେ। ଭାରତରେ ଏହି ଦିନ ଅସ୍ତ୍ର ପୂଜା କରିବାର ପରମ୍ପରା ରହିଥିବାରୁ ସେ ବିଧିକ୍ରମେ ଅସ୍ତ୍ର ପୂଜା କରିବେ। ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି, ସେ ସ୍ୱରାଷ୍ଟ୍ରମନ୍ତ୍ରୀ ଥିବା ସମୟରେ ମଧ୍ୟ ଅସ୍ତ୍ର […]

Rafale

Subrat Kumar Nayak
  • Published: Sunday, 06 October 2019
  • , Updated: 06 October 2019, 05:46 PM IST

ନୂଆଦିଲ୍ଲୀ: ପ୍ରଥମ ବ୍ୟାଚ୍‌ ରାଫେଲ୍‌ ବିମାନ ଆଣିବା ପାଇଁ ପ୍ୟାରିସ୍‌ ଗସ୍ତ କରିବାକୁ ଥିବା ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେଠାରେ ଅସ୍ତ୍ର ପୂଜା କରିବେ ବୋଲି ସୂଚନା ମିଳିଛି। ସେ ଦଶହରା ବା ବିଜୟା ଦଶମୀ ଦିନ ଏହି କାର୍ଯ୍ୟ କରିବେ। ଭାରତରେ ଏହି ଦିନ ଅସ୍ତ୍ର ପୂଜା କରିବାର ପରମ୍ପରା ରହିଥିବାରୁ ସେ ବିଧିକ୍ରମେ ଅସ୍ତ୍ର ପୂଜା କରିବେ।

ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି, ସେ ସ୍ୱରାଷ୍ଟ୍ରମନ୍ତ୍ରୀ ଥିବା ସମୟରେ ମଧ୍ୟ ଅସ୍ତ୍ର ପୂଜା କରୁଥିଲେ। ଏବେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଏହାକୁ ବଜାୟ ରଖିବେ।

ଏହି ଗସ୍ତରେ ରାଜନାଥ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକରନ୍‌ଙ୍କୁ ଭେଟିବା ପରେ ଭାରତ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ରାଫେଲ୍‌ ଗ୍ରହଣ କରିବା ପାଇଁ ବୋରଡିଅକ୍ସ ଯିବେ। ଫ୍ରାନ୍ସର ବରିଷ୍ଠ ସେନା ଅଧିକାରୀ, ରାଫେଲ ନିର୍ମାତା ଏବଂ ଡାସଲ୍ଟ ବିମାନ କମ୍ପାନୀର ଅଧିକାରୀ ଏହି ଅବସରରେ ଉପସ୍ଥିତ ରହିବେ।

ସୂଚନାଯୋଗ୍ୟ ଯେ, ଭାରତ ଫ୍ରାନ୍ସରୁ ୩୬ଟି ରାଫେଲ ଯୁଦ୍ଧ ବିମାନ ଅର୍ଡର କରିଥିଲା। ଏହାର ମୂଲ୍ୟ ୫୯,୦୦୦ କୋଟି ଟଙ୍କା ସ୍ଥିର କରାଯାଇଥିଲା। ରୁଷ୍‌ ନିର୍ମିତ ସୁଖୋଇ ୩୦ ଯୁଦ୍ଧ ବିମାନ ପରେ ଗତ ୨୨ ବର୍ଷ ମଧ୍ୟରେ ରାଫେଲ୍‌ ପ୍ରଥମ ଇମ୍ପୋର୍ଟେଡ୍‌ ଯୁଦ୍ଧ ବିମାନ ହେବ। ୧୯୯୭ ମସିହାରେ ସୁଖୋଇ-୩୦ ବାୟୁସେନାରେ ସାମିଲ ହୋଇଥିଲା।

ଭାରତ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଥିବା ଏହି ଯୁଦ୍ଧ ବିମାନରେ ବେଶ୍‌ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିଲା। ଏଥିରେ ଇସ୍ରାଏଲ ନିର୍ମିତ ହେଲମେଟ୍‌ ମାଉଣ୍ଟେଡ୍‌ ଡିସ୍‌ପ୍ଲେ, ରାଡାର ୱାର୍ଣ୍ଣିଂ ରିସିଭ୍‌, ଲୋ ବ୍ୟାଣ୍ଡ ଜାମର, ୧୦ ଘଣ୍ଟାର ଫାଇଟ୍‌ ଡାଟା ରେକର୍ଡିଂ, ଇନ୍‌ଫ୍ରା ରେଡ୍‌ ସର୍ଚ୍ଚ ଏବଂ ଟ୍ରାକିଂ ସିଷ୍ଟମ୍‌ ଆଦି ରହିଛି। ସୂଚନାଯୋଗ୍ୟ ଯେ, ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହାକୁ ବହୁତ ବିରୋଧ କରିଥିଲା। ଏପରିକି ଏହି ଚୁକ୍ତି ଅଧିକ ଦରରେ ଏବଂ ରିଲାଏନ୍ସ ଭଳି କମ୍ପାନୀକୁ ଫାଇଦା ଦେବାକୁ କରାଯାଇଥିବା କୁହାଯାଇଥିଲା।

Related story