ଜିନ୍‌ପିଙ୍ଗଙ୍କ ଗସ୍ତ ଆଗରୁ କଥା ବଦଳାଇଲା ଚାଇନା, କହିଲା କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗ

ବେଜିଂ: ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଭାରତ ଗସ୍ତ ଆଗରୁ ମଙ୍ଗଳବାର ଇମ୍ରାନ୍‌ ବେଜିଂ ପହଞ୍ଚିଛନ୍ତି। ସେ କଶ୍ମୀର ବାବଦରେ ଆଲୋଚନା କରିବା ପାଇଁ ଚାଇନା ଗସ୍ତରେ ଯାଇଥିଲେ ହେଁ ଚାଇନା ଏଥର କଥା ବଦଳାଇଛି। ଚାଇନା କହିଛି ଏହା ଦ୍ୱିପାକ୍ଷିକ ପ୍ରସଙ୍ଗ, ତେଣୁ ଚାଇନା ଏଥିରେ ମୁଣ୍ଡ ଖେଳାଇବ ନାହିଁ। ଅନ୍ୟପକ୍ଷରେ ପୂର୍ବରୁ ଜାତିସଂଘ ଓ ଜାତିସଂଘ ସୁରକ୍ଷା ପରିଷଦରେ ଚାଇନା ଯେଉଁ ମତ ରଖିଥିଲା ତାହା ବର୍ତ୍ତମାନ ଓଲଟିଯାଇଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର […]

ind-China

Subrat Kumar Nayak
  • Published: Tuesday, 08 October 2019
  • , Updated: 08 October 2019, 09:48 PM IST

ବେଜିଂ: ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଭାରତ ଗସ୍ତ ଆଗରୁ ମଙ୍ଗଳବାର ଇମ୍ରାନ୍‌ ବେଜିଂ ପହଞ୍ଚିଛନ୍ତି। ସେ କଶ୍ମୀର ବାବଦରେ ଆଲୋଚନା କରିବା ପାଇଁ ଚାଇନା ଗସ୍ତରେ ଯାଇଥିଲେ ହେଁ ଚାଇନା ଏଥର କଥା ବଦଳାଇଛି। ଚାଇନା କହିଛି ଏହା ଦ୍ୱିପାକ୍ଷିକ ପ୍ରସଙ୍ଗ, ତେଣୁ ଚାଇନା ଏଥିରେ ମୁଣ୍ଡ ଖେଳାଇବ ନାହିଁ। ଅନ୍ୟପକ୍ଷରେ ପୂର୍ବରୁ ଜାତିସଂଘ ଓ ଜାତିସଂଘ ସୁରକ୍ଷା ପରିଷଦରେ ଚାଇନା ଯେଉଁ ମତ ରଖିଥିଲା ତାହା ବର୍ତ୍ତମାନ ଓଲଟିଯାଇଛି।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ ଶୁଆଙ୍ଗ ସାମ୍ବାଦିକ ସମ୍ମିଳନୀ କରିଥିଲେ ହେଁ ଏଥିରେ ଜିନ୍‌ପିଙ୍ଗଙ୍କ ଭାରତ ଗସ୍ତ ବାବଦରେ କିଛି କହିନଥିଲେ। ସେ କିନ୍ତୁ କହିଥିଲେ ବୁଧବାର ଉଭୟ ଭାରତ ଏବଂ ଚାଇନାରେ ଏନେଇ ଏକାବେଳେ ଘୋଷଣା କରାଯିବ।

ସେ ଏହି ବାବଦରେ କହିଥିଲେ, ଭାରତ ଓ ଚାଇନା ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଚାଲିଆସିଛି। ଉଭୟ ପକ୍ଷ ମଧ୍ୟରେ ବହୁତ ଥର ଆଲୋଚନା ହୋଇଛି। କିଛି ନୂଆ ସୂଚନା ଥିଲେ ଖୁବ୍‌ ଶୀଘ୍ର ଘୋଷଣା କରାଯିବ। ସେ କହିଥିଲେ ବିଶ୍ୱର ପ୍ରମୁଖ ବିକାଶଶୀଳ ରାଷ୍ଟ୍ର ମଧ୍ୟରେ ଏହି ଦୁଇ ରାଷ୍ଟ୍ର ଅନ୍ୟତମ। ଗତ ବର୍ଷ ଉହାନ୍‌ଠାରେ ଅନୌପଚାରିକ ସମ୍ମିଳନୀ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିଛି।

Related story