ବେକାବୁ କରୋନା, ଶାହଙ୍କ ନିର୍ଦ୍ଦେଶ ପରେ ଗୁଜରାଟରେ ଏମ୍ସ ନିର୍ଦ୍ଦେଶକ

ଅହମଦାବାଦ: ଗୁଜରାଟରେ ବେକାବୁ ହୋଇଛି କରୋନା। ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଅହମଦାବାଦ ଗସ୍ତ କରିଛନ୍ତି। ଅହମଦାବାଦରେ ପହଞ୍ଚିବା ପରେ ସେ କରୋନା ହସ୍ପିଟାଲ ଗସ୍ତ କରି ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଗୁଲେରିଆଙ୍କ ସହିତ ଏମ୍ସର ଅନ୍ୟତମ ଡାକ୍ତର ଡାକ୍ତର ମନୀଷ ସୁରେଜା ରହିଛନ୍ତି। ଦେଶରେ ମହାରାଷ୍ଟ୍ର ପରେ ଗୁଜରାଟ ପାଲଟିଛି କରୋନାର ହଟସ୍ପଟ। ଏଯାବତ ୭,୪୦୨ ଜଣ କରୋନାରେ ସଂକ୍ରମିତ […]

GULERIA AIIMS

Subhransu Sekhar
  • Published: Saturday, 09 May 2020
  • , Updated: 09 May 2020, 03:29 PM IST

ଅହମଦାବାଦ: ଗୁଜରାଟରେ ବେକାବୁ ହୋଇଛି କରୋନା। ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଅହମଦାବାଦ ଗସ୍ତ କରିଛନ୍ତି। ଅହମଦାବାଦରେ ପହଞ୍ଚିବା ପରେ ସେ କରୋନା ହସ୍ପିଟାଲ ଗସ୍ତ କରି ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଗୁଲେରିଆଙ୍କ ସହିତ ଏମ୍ସର ଅନ୍ୟତମ ଡାକ୍ତର ଡାକ୍ତର ମନୀଷ ସୁରେଜା ରହିଛନ୍ତି।

ଦେଶରେ ମହାରାଷ୍ଟ୍ର ପରେ ଗୁଜରାଟ ପାଲଟିଛି କରୋନାର ହଟସ୍ପଟ। ଏଯାବତ ୭,୪୦୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୪୪୯ ଜଣଙ୍କର ମୃତ୍ୟୁ ଘଟିଛି। କରୋନାରେ ସର୍ବାଧିକ ମୃତ୍ୟୁ ଗୁଜରାଟରେ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୁଜରାଟରେ ୩୯୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୋଟ୍ ୧,୮୭୨ ଜଣ ଆରୋଗ୍ୟ ହୋଇଛନ୍ତି।

ଗୁଲେରିଆ ଡାକ୍ତରଙ୍କ ସହ କରୋନା ଚିକିତ୍ସା ଉପରେ ଆଲୋଚନା କରିଛନ୍ତି। ଏହାପରେ ଗୁଜରାଟର ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ଆଲୋଚନା କରୁଥିବା ସୂଚନା ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯,୬୬୨ ଛୁଇଁଥିବା ବେଳେ ୧,୯୮୧ ଜଣଙ୍କର ମୃତ୍ୟୁ ଘଟିଛି।

Related story