ସୁଶାନ୍ତଙ୍କ ଶରୀରରୁ ମିଳିନି କୌଣସି ଡ୍ରଗ୍ସ କିମ୍ବା ବିଷ, ଏବେ ସିବିଆଇ ଉପରେ ସମସ୍ତଙ୍କ ନଜର

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଭିସେରା ରିପୋର୍ଟ ନେଗେଟିଭ ଆସିଥିଲା। ଏଥିରେ କୌଣସି ପ୍ରକାରର ଡ୍ରଗ୍ସ କିମ୍ବା ବିଷ ଚିହ୍ନଟ ହୋଇନାହିଁ। କଲୀନା ଫରେନ୍ସିକ ଲ୍ୟାବରୁ ମିଳିଥିବା ସୂଚନା ଅନୁଯାୟୀ, ସୁଶାନ୍ତ ଭିସେରା ଟେଷ୍ଟ ଏହି ଠାରେ ହିଁ ହୋଇଥିଲା। ଶରୀର ମଧ୍ୟରେ କ’ଣ ରହିଛି, ସେକଥା ଜାଣିବା ପାଇଁ ଏଭଳି ପରୀକ୍ଷା ହୋଇଛି। ପରୀକ୍ଷା ବେଳେ ସୁଶାନ୍ତ ଶରୀରରୁ କୌଣସି ପ୍ରକାରର ଡ୍ରଗ୍ସ କିମ୍ବା ବିଷ ମିଳିନାହିଁ। ଏ ସଂକ୍ରାନ୍ତ ରିପୋର୍ଟ ମଧ୍ୟ […]

vf

Hemant Lenka
  • Published: Friday, 28 August 2020
  • , Updated: 28 August 2020, 05:17 PM IST

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଭିସେରା ରିପୋର୍ଟ ନେଗେଟିଭ ଆସିଥିଲା। ଏଥିରେ କୌଣସି ପ୍ରକାରର ଡ୍ରଗ୍ସ କିମ୍ବା ବିଷ ଚିହ୍ନଟ ହୋଇନାହିଁ। କଲୀନା ଫରେନ୍ସିକ ଲ୍ୟାବରୁ ମିଳିଥିବା ସୂଚନା ଅନୁଯାୟୀ, ସୁଶାନ୍ତ ଭିସେରା ଟେଷ୍ଟ ଏହି ଠାରେ ହିଁ ହୋଇଥିଲା। ଶରୀର ମଧ୍ୟରେ କ’ଣ ରହିଛି, ସେକଥା ଜାଣିବା ପାଇଁ ଏଭଳି ପରୀକ୍ଷା ହୋଇଛି।

ପରୀକ୍ଷା ବେଳେ ସୁଶାନ୍ତ ଶରୀରରୁ କୌଣସି ପ୍ରକାରର ଡ୍ରଗ୍ସ କିମ୍ବା ବିଷ ମିଳିନାହିଁ। ଏ ସଂକ୍ରାନ୍ତ ରିପୋର୍ଟ ମଧ୍ୟ ଲ୍ୟାବ ପକ୍ଷରୁ ମୁମ୍ବାଇ ପୁଲିସ୍‌କୁ ଦିଆଯାଇଛି। ଏବେ ବି ଲ୍ୟାବରେ ଭିସେରାର ୨୦ ପ୍ରତିଶତ ଅଂଶ ସଂରକ୍ଷିତ କରି ରଖାଯାଇଛି। ସିବିଆଇ ଚାହିଁଲେ ଏମ୍ସର ଫରେନ୍ସିକ ଟିମ୍‌ ଜରିଆରେ ଏହାର ପୁନଃ ପରୀକ୍ଷା କରିପାରିବ। ଏହାପରେ ଏହା ନେଗେଟିଭ କି ପଜିଟିଭ ତା’ହା ସ୍ପଷ୍ଟ ହୋଇଯିବ।

ନିକଟରେ ଖବର ପ୍ରକାଶ ପାଇଥିଲା ଯେ ରିୟା ତାଙ୍କ ପ୍ରେମିକ ସୁଶାନ୍ତ ସିଂହ ରାଜପୁତଙ୍କୁ ଡ୍ରଗ୍ସ ଦେଉଥିଲେ। ଏଥିସହ ସେ ମଧ୍ୟ ଡ୍ରଗ୍ସ ନେଉଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related story